Indus Valley Times

ବରଯାତ୍ରୀଙ୍କ ଶୋଭାଯାତ୍ରାରେ ମାଡ଼ିଗଲା ଟ୍ରକ୍; ୨ ମୃତ, ୩ ଗୁରୁତର

 Breaking News

ବରଯାତ୍ରୀଙ୍କ ଶୋଭାଯାତ୍ରାରେ ମାଡ଼ିଗଲା ଟ୍ରକ୍; ୨ ମୃତ, ୩ ଗୁରୁତର

ବରଯାତ୍ରୀଙ୍କ ଶୋଭାଯାତ୍ରାରେ ମାଡ଼ିଗଲା ଟ୍ରକ୍; ୨ ମୃତ, ୩ ଗୁରୁତର
November 24
19:44 2021

ମାଲକାନଗିରି, ୨୪/୧୧: ବରଯାତ୍ରୀ ଶୋଭାଯାତ୍ରା ଉପରେ ମାଡ଼ିଗଲା ଏକ ଦ୍ରୁତଗାମୀ ଟ୍ରକ୍। ଫଳରେ ଘଟଣାସ୍ଥଳରେ ବର ପିତାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣ ଗୁରୁତର ଆହତ ହୋଇ ମେଡ଼ିକାଲ୍ରେ ଭର୍ତ୍ତି ହୋଇଛନ୍ତି।
ସୋମବାର ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମାଲକାନଗିରି ଜିଲ୍ଲାରେ ଘଟିଛି। ବରଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିବା ଟ୍ରକ୍ ଚାଳକ ନିଶାସକ୍ତ ଥିବା ଅଭିଯୋଗ ହୋଇଛି।
ଆଜି ଥିଲା ପାଣ୍ଡ୍ରିପାଣି ସରପଞ୍ଚ ଶିବ ଖେମୁଡ଼ୁଙ୍କ ପୁଅର ବାହାଘର। ସେଥିପାଇଁ ପାଇଁ ପୂରା ପରିବାର ଖୁସିରେ ବସ୍ଗୁଲ୍ ଥିଲା। ଅପରାହ୍ନରେ ନିର୍ଦ୍ଧାରିତ ସମୟରେ ଘରୁ ବାହାରିଥିଲା ବର ଶୋଭାଯାତ୍ରା।
ବର ଯାତ୍ରୀମାନେ ୩୨୬ ନମ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଶୋଭାଯାତ୍ରାରେ ଯାଉଥିଲେ। ଠିକ୍ ଏତିକି ବେଳେ ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ପାଣ୍ଡ୍ରିପାଣି ସରପଞ୍ଚ ଶିବ ଖେମୁଡୁ ଓ ଜଣେ ବରଯାତ୍ରୀଙ୍କ ମୃତ୍ୟୁ ଘଟିଛି।
ଏହାଛଡ଼ା ଆଉ ୩ ଜଣ ବରଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ଥିବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଚାଳକକୁ ଘୂସାରି ଆଣି ନିର୍ଧୁମ ଛେଚିଛନ୍ତି। ପରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ରାସ୍ତାରୋକ ଚାଲିଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031