Indus Valley Times

ବର୍ଷାଙ୍କୁ ଡବଲ ଝଟକା: ଓଡିଶା ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କଲେ

 Breaking News

ବର୍ଷାଙ୍କୁ ଡବଲ ଝଟକା: ଓଡିଶା ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କଲେ

July 30
18:52 2022

କଟକ,୩।୭ : ବର୍ଷା ପ୍ରିୟଦର୍ଶିନୀଙ୍କୁ ଜାତିଆଣ ମନ୍ତବ୍ୟ ମହାଙ୍ଗା ପଡିଲା । ସୁଜିତ୍ ଦଳେଇଙ୍କୁ ଜାଣିଆଣ ମନ୍ତବ୍ୟ ବର୍ଷାଙ୍କୁ ଅଡୁଆରେ ପକାଇଛି । ଜାତୀୟ ଏସ୍ସି/ଏସ୍ଟି କମିଶନଙ୍କ ପକ୍ଷରୁ କମିଶନରେଟ୍ ପୋଲିସ ଓ କଟକ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି । ସେପଟେ ଅଭିନେତା ଅନୁଭବଙ୍କ ସହଯୋଗୀ ସୁଜିତ ଦଳାଇଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ମାମଲାରେ ଦିଲ୍ଲୀ ପୋଲିସର ନୋଟିସ୍ ପରେ ବର୍ଷା ପ୍ରିୟଦର୍ଶିନୀ ଓଡିଶା ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି ।
ସେହିପରି ପୂର୍ବରୁ ସାଂସଦ ଅନୁଭବଙ୍କ କର୍ମଚାରୀଙ୍କୁ ଜାତିସୂଚକ ଗାଳି ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଦିଲ୍ଲୀ ପୋଲିସ ପକ୍ଷରୁ ସମନ ହୋଇଥିଲା । ବର୍ଷାଙ୍କ ସହ ତାଙ୍କ ଝିଆରୀ ଓ ମାଆଙ୍କୁ ବି ସମନ ହୋଇଥିଲା । ୨୦୧୯ ଜୁଲାଇ ୯ ତାରିଖର ଏହି ମାମଲା ହୋଇଥିଲା । ୨୦୨୨ ଜୁଲାଇରେ ଦିଲ୍ଲୀ ପୋଲିସ ପଞ୍ଜିକୃତ କରିବା ପରେ ବର୍ଷା ପ୍ରିୟଦର୍ଶିନୀଙ୍କ ଅଡୁଆ ବଢିଛି । ଗତ ୨୫ ତାରିଖରେ ଦିଲ୍ଲୀ ପୋଲିସର ଏକ ଟିମ ବର୍ଷାଙ୍କୁ ଖୋଜି କଟକରେ ପହଂଚିଥିଲା। ପୁରୀ ଘାଟ ଥାନା ପୋଲିସ ସହଯୋଗ କରିନଥିଲା । ବହୁତ ସମୟ ପରେ ବର୍ଷା ଓ ତାଙ୍କ ବଡ଼ ଭଉଣୀ ଥାନାକୁ ଆସି ସମନ ଗ୍ରହଣ କରିଥିବା ଜଣାପଡିଛି । ଆଉ ଏବେ ବର୍ଷାଙ୍କୁ ଲାଗିଛି ଆଉ ଏକ ଝଟ୍କା । ଦିଲ୍ଲୀ ପୋଲିସର ସମନ୍ ପରେ ଜାତୀୟ ଏସ୍ସି/ଏସ୍ଟି କମିଶନଙ୍କ ପକ୍ଷରୁ କମିଶନରେଟ୍ ପୋଲିସ ଓ କଟକ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031