Indus Valley Times

ବଲାଙ୍ଗିର ଜିଲ୍ଲାରୁ ଆଉ୨୭ କରେନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୭୨୩ କୁ ବୃଦ୍ଧି

 Breaking News

ବଲାଙ୍ଗିର ଜିଲ୍ଲାରୁ ଆଉ୨୭ କରେନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୭୨୩ କୁ ବୃଦ୍ଧି

ବଲାଙ୍ଗିର ଜିଲ୍ଲାରୁ ଆଉ୨୭ କରେନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୭୨୩ କୁ ବୃଦ୍ଧି
August 12
13:37 2020

Mahendra Darjee

ବଲାଙ୍ଗିର,୧୨/୮: ବଲାଙ୍ଗିର ଜିଲ୍ଲାରୁ ଆଉ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩ ଜଣ ମହିଳା ଓ ୧୪ ଜଣ ପୁରୁଷ ରହିଛନ୍ତି ବୋଲି ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ପୌରାଞ୍ଚଳରୁ ଆଜି ୨୫ ଜଣ ଏବଂ ଗୁଡ଼ଭେଲା ବ୍ଲକର କୁରେଇଭନାରୁ ଜଣେ ଓ ପୁଇଁନ୍ତଲା ବ୍ଲକ୍ ପାଁକେଲବାହାଲିରୁ ଜଣେ ସଂକ୍ରମିତ ହୋଇଛନ୍ତି । ୪ ଜଣ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ବେଳେ ବାକି ୨୩ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ବଲାଙ୍ଗିର ସହରରେ ଚିମିନିଭାଟିରୁ ୧, ସିଭିଲ କୋର୍ଟ ଅଂଚଳରୁ ୨, ବରପାଲିପଡ଼ାରୁ ୧, ଶାନ୍ତିପଡ଼ାରୁ ୧, ତାଲପାଲିପଡ଼ାରୁ ୭, ଖଦାଲପଡ଼ାରୁ ୨, ଜେଲ କଲୋନୀରୁ ୧, ସୁଦପଡ଼ାରୁ ୪, ବେହେରାପାଲିରୁ ୫ ଓ ଆରଡ଼ି କଲୋନୀରୁ ୧ ଜଣ କରୋନା ପଜିଟିଭ ବାହାରିଛନ୍ତି । ଆଜିର ସଂକ୍ରମିତଙ୍କୁ ମିଶାଇ ବଲାଙ୍ଗିର ଜିଲ୍ଲାରେ ସମୁଦାୟ ୭୨୩ ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୪୨୫ ଜଣ ସୁସ୍ଥ ହୋଇ ସାରିଛନ୍ତି । ୨୯୮ ଜଣ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031