Indus Valley Times

ବଲାଙ୍ଗିର ଜେ ଏସ ଏମ କଲେଜର ଶିକ୍ଷା ଯାତ୍ରା

 Breaking News

ବଲାଙ୍ଗିର ଜେ ଏସ ଏମ କଲେଜର ଶିକ୍ଷା ଯାତ୍ରା

December 16
15:25 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୬/୧୨ : ବଲାଙ୍ଗିର ଜେ.ଏସ୍.ଏମ କଳା,ବିଜ୍ଞାନ ଏବଂ ବାଣିଜ୍ୟ ମହାବିଦ୍ୟାଳୟର ୪୬ ଛାତ୍ରଛାତ୍ରୀ ଓ ୯ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଦୁଇଦିନିଆ ଶିକ୍ଷା ଯାତ୍ରାରେ ଭାଇଜାଗ୍(ଭିଶାଖାପଟ୍ଟନମ)ଯାଇଥିଲେ। ବଲାଙ୍ଗିର ଜେଏସଏମ କଲେଜ ରୂ ବିଶାଖାପାଟଣା ସୁଦୂର ସୁନ୍ଦର ଐତିହାସିକ ଶିକ୍ଷା ଯାତ୍ରା ଛାତ୍ର ଛାତ୍ରୀ ମାନଙ୍କ ମାନସିକ ବିକାଶ ର ଏକ ଯାତ୍ରା।
ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ସ୍ଥାନ ଓ ସଂସ୍କୃତି ସହିତ ପରିଚିତ କରାଇବା ତଥା ବାହ୍ୟ ଜଗତ ସହ ପରିଚିତ କରାଇବା ଏହି ଯାତ୍ରା ର ଉଦ୍ଦେଶ୍ୟ।
ଆଉ ମଧ୍ୟ ସେମାନଙ୍କର ଶିକ୍ଷାରେ ନୂତନ ଅନୁଭବ ସୃଷ୍ଟି କରିବା ସହିତ ପ୍ରାକୃତିକ ଦୁଶ୍ୟ ଓ ସୌନ୍ଦର୍ଯ୍ୟତାକୁ ଉପଭୋଗ କରିବା ଏହି ଯାତ୍ରା ର ଲକ୍ଷ୍ୟ।ଯାତ୍ରା ରେ ଛାତ୍ର ଛାତ୍ରୀ ମାନେ ଭାଇଜାକ୍ ର ଅନେକ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରିଥିଲେ।
ଯେଉଁଥିରେ କୈଳାସଗିରି, ସିମାଞ୍ଚଳମ୍,ଆରକୁ ଭ୍ୟାଲି,ବିମାନ ସଂଗ୍ରହାଳୟ,ମେରାଇନ୍ ଡ୍ରାଇଭ୍ ଆଦି ସ୍ଥାନ ଗୁଡିକ ଅନ୍ତର୍ଭୁକ୍ତ ଥିଲା।ଏହି ସ୍ଥାନ ଗୁଡ଼ିକର ସୌନ୍ଦର୍ଯ୍ୟ ଓ ସଂସ୍କୃତିର ମହତ୍ତ୍ଵ ଛାତ୍ର ଛାତ୍ରୀ ମାନଙ୍କୁ ଆକର୍ଷିତ କରିଥିଲା।
ସମ୍ପୁର୍ଣ୍ଣ ଯାତ୍ରାରେ କଲେଜର ଚେୟରମ୍ୟାନ୍ ସିଏ ଶ୍ରୀକାନ୍ତ ଶର୍ମା ଙ୍କ ସହ କଲେଜର ସମ୍ପାଦିକା ଶ୍ରୀମତୀ ସୁମନ ଶର୍ମା,ଏ.ଓ. ଶୈଲେଶ ପାଲ, ଶିକ୍ଷକ ନିରୋଜ ମିଶ୍ର,ସଦାଶିବ ସାହୁ,ସୌମ୍ୟ ଭୋଇ,ସୌରଭ ବଢେଇ,ମଧୁ ଏବଂ ମ୍ୟାଡମ୍ ପଦ୍ମା ପିଲାମାନଙ୍କୁ ମାର୍ଗ ଦର୍ଶନ ଓ ଉତ୍ସାହିତ କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କର ଜ୍ଞାନ ଓ ଅନୁଭବକୁ ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥିଲେ।
ଏହା ସେମାନଙ୍କର ଶିକ୍ଷାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ।ଛାତ୍ର ଛାତ୍ରୀ ମାନେ ବିଭିନ୍ନ ମନୋରମ ସ୍ଥାନ ଭ୍ରମଣ କରିଥିଲେ ଓ ଭାଇଜାଗ ରେ ଥିବା ସମୁଦ୍ର ର ମନୋରମ ଦୃଶ୍ୟ ଉପଭୋଗ କରିଥିଲେ।
ସେ ଅଞ୍ଚଳର ସଂସ୍କୃତି ର କିଛି ବିଷୟ ଜାଣି ଆନନ୍ଦ ଅନୁଭବ କରିବା ସହ ଅଗଣିତ ସ୍ମରଣୀୟ ସ୍ମୃତି ସୃଷ୍ଟି କରିଥିଲେ।ଏହି ଉଲ୍ଲେଖନୀୟ ଯାତ୍ରା ଏକ ଆନନ୍ଦ ଦାୟକ ହେବା ସହିତ ଶିକ୍ଷଣ ଏବଂ ପ୍ରେରଣାର ଏକ ଉତ୍ସ ଥିଲା।ସମସ୍ତଙ୍କ ପାଇଁଏକ ସ୍ମରଣୀୟ ଯାତ୍ରା ଥିଲା,ଯାହାକି ଛାତ୍ର ଛାତ୍ରୀ ଙ୍କ କୋମଳ ମାନସିକତା ରେ ଏକ ଅବିସ୍ମରଣୀୟ ଇତିହାସ ହୋଇ ରହିଵ ବୋଲି ଅନୁମାନ କରାଯାଉଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031