Indus Valley Times

ବଲାଙ୍ଗୀର ସ୍ବେଛାସେବୀ ସଂଗଠନ ତରଫରୁ ଏକ ଅପରିଚିତ ଅସହାୟ ଶବ ର ସତ୍କାର କଲେ

 Breaking News

ବଲାଙ୍ଗୀର ସ୍ବେଛାସେବୀ ସଂଗଠନ ତରଫରୁ ଏକ ଅପରିଚିତ ଅସହାୟ ଶବ ର ସତ୍କାର କଲେ

July 10
13:04 2024

ମହେନ୍ଦ୍ର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୧୦/୭: ପାଟଣାଗଡ଼ ରେ ଜଣେ ଅପରିଚିତ ଅସହାୟ ଶବକୁ ପ୍ରଥମେ ଜଣେ ସଂଘଠନ ଶବକୁ ପୋତି ଦେଇଥିଲେ ।
ସେହି ପୋତି ଥିବା ଶବ ମାଟି ଉପରେ ଦେଖାଗଲା ବୋଲି ପାଟଣାଗଡ଼ ଅଞ୍ଚଳ ରେ ଛାଞ୍ଚଲ୍ୟ ଖେଳି ଯାଇଥିଲା । ତାପରେ ସେହି ଶବକୁ ମାଟିରୁ କାଢି ତାକୁ ବଲାଙ୍ଗୀର ଶବ ବ୍ୟବଛେଦ କେନ୍ଦ୍ରକୁ ଅଣାଗଲା ଓ ପୋଷ୍ଟମର୍ଟମ କରାଗଲା ।
ତଦନ୍ତରୁ ଜଣାପଡିଲା ଜଣେ ଅସହାୟ ଅପରିଚିତ ଲୋକ ର ଶବ। ପାଟଣାଗଡ଼ ପୋଲିସ ଶବ ଦାହ କରିବା ପାଇଁ ବଲାଙ୍ଗୀର ସ୍ବେଚ୍ଛା ସେବୀ ସଙ୍ଗଠନ କୁ ଯୋଗାଯୋଗ କଲେ।
ପୋଲିସ ର ଉପସ୍ଥିତି ରେ ବଲାଙ୍ଗୀର ସ୍ବେଛାସେବୀ ସଙ୍ଘଠନ ର ଗୋବିନ୍ଦ ଚନ୍ଦ୍ର ଶତପଥୀ, ସନ୍ତୋଷ ପଟ୍ଟନାୟକ,ଦେବରାଜ ନାଗ, ସିମାଞ୍ଚଳ ସୁନା ,ସରୋଜ ଜାଲ, ପ୍ରଦୀପ ଜୁଏଡ଼, ଉପସ୍ଥିତ ରହି ଶବ ଦାହ କଲେ ଏବଂ ମନୋଜ ଦୀପ ଜେସିବି ଗାଡି ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031