Indus Valley Times

ବଳଙ୍ଗା ଥାନା ବିସ୍ଫୋରଣ ଘଟଣା: କାର୍ଯ୍ୟରେ ଅବହେଳା ପାଇଁ ମହିଳା SI ନିଲମ୍ବିତ

 Breaking News

ବଳଙ୍ଗା ଥାନା ବିସ୍ଫୋରଣ ଘଟଣା: କାର୍ଯ୍ୟରେ ଅବହେଳା ପାଇଁ ମହିଳା SI ନିଲମ୍ବିତ

ବଳଙ୍ଗା ଥାନା ବିସ୍ଫୋରଣ ଘଟଣା: କାର୍ଯ୍ୟରେ ଅବହେଳା ପାଇଁ ମହିଳା SI ନିଲମ୍ବିତ
September 29
16:55 2021

ନିମାପଡା ,୨୯/୯: ବଳଙ୍ଗା ଥାନାରେ ବିସ୍ପୋରଣ ଘଟଣା । କାର୍ଯ୍ୟରେ ଅବହେଳା ପାଇଁ ମହିଳା ସବ୍ ଇନ୍ସ୍ପେକ୍ଟର ନିଲମ୍ବିତ। ବଳଙ୍ଗା ଥାନାର ମହିଳା ସବ୍ ଇନ୍ସ୍ପେକ୍ଟର ତଅପୋଇ ନାୟକ ନିଲମ୍ବିତହୋଇଛନ୍ତି । ନିଲମ୍ବନ କଲେ ପୁରୀ ଏସ୍ପି କେ.ବି ସିଂହ । ମାଲଖାନା ଦାୟିତ୍ବରେ ଥିଲେ ତଅପୋଇ ନାୟକ ।
ସୂଚନାଯୋଗ୍ୟ ଯେ, ସୋମବାର ରାତି ପ୍ରାୟ ୩ଟା ବେଳେ ସୋମବାର ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ ଘଟିଥିଲା । ଏହି ସମୟରେ ଥାନାରେ କୌଣସି କର୍ମଚାରୀ ଉପସ୍ଥିତ ନଥିଲେ । କେବଳ ଥାନା ବାହାରେ ଜଣେ କନଷ୍ଟେବଳ ଡ୍ୟୁଟି କରୁଥିଲେ । ବିସ୍ଫୋରଣରେ ଥାନାର କାନ୍ଥ ଫାଟି ଯାଇଥିଲା ।
ଏହାପରେ ଥାନାର ଛାତ ମଧ୍ୟ ଭୁଷୁଡି ପଡିଥିଲା । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଥିଲେ । ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଥିଲେ । ଏବେ ମାଲ୍ଖାନା ଦାୟିତ୍ୱରେ ଥିବା ମହିଳା SI ତଅପୋଇ ନାୟକଙ୍କୁ ସସ୍ପେଣ୍ଡ କରିଛନ୍ତି ପୁରୀ ଏସ୍ପି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031