Legatus

ବଳି ଦେବା ପରେ ରୋଷେଇ କରି ଖାଉଥିଲେ, ଛେଳିର ଆଖି ନେଇଗଲା ଜୀବନ

 Breaking News

ବଳି ଦେବା ପରେ ରୋଷେଇ କରି ଖାଉଥିଲେ, ଛେଳିର ଆଖି ନେଇଗଲା ଜୀବନ

ବଳି ଦେବା ପରେ ରୋଷେଇ କରି ଖାଉଥିଲେ, ଛେଳିର ଆଖି ନେଇଗଲା ଜୀବନ
July 04
20:16 2023

ଛତିଶଗଡ଼,୪/୭ : ଆଶା ପୂରଣ ହେଲେ ମନ୍ଦିରରେ ଛେଳିଟିଏ ବଳି ଦେବେ ବୋଲି ମାନସିକ ରଖିଥିଲେ ଛତିଶଗଡ଼ର ସୁରଜପୁର ଜିଲ୍ଲାର ମଦନପୁର ଗାଁର ବଗର ସାଇ (୫୦)। ଆଶା ପୂରଣ ହେବାରୁ ଗତ ରବିବାର ସେ ଗାଁ ଲୋକଙ୍କୁ ସାଙ୍ଗରେ ନେଇ ଯାଇଥିଲେ ଖୋପାଧାମ। ସେଠାରେ ପୂଜାର୍ଚ୍ଚନା ପରେ ଛେଳିଟିଏ ବଳି ଦିଆଯାଇଥିଲା।
ଛେଳି ବଳି ଦିଆଯିବା ପରେ ବଗର ସାଇଙ୍କ ସହିତ ଯାଇଥିବା ଗାଁ ଲୋକେ ତାକୁ ନେଇ ରୋଷେଇ କରିଥିଲେ। ମାଂସ ପ୍ରସ୍ତୁତ ହୋଇଯିବା ପରେ ସମସ୍ତେ ସାଙ୍ଗ ହୋଇ ଖାଇବାକୁ ବସିଥିଲେ। ବଗର ସାଇ ମଧ୍ୟ ସେମାନଙ୍କ ସହିତ ଖାଇବାକୁ ବସିଥିଲେ।
ରନ୍ଧା ମାଂସରୁ ବଗର ସାଇ ଛେଳିର ଆଖିଟିକୁ ଖାଇବାକୁ ନେଇଥିଲେ। ସେ ଆଖିଟିକୁ ଖାଇବାକୁ ପାଟିରେ ପକାଇବା ମାତ୍ରେ ତାହା ତାଙ୍କ ତଣ୍ଟି ପର‌୍ୟ୍ୟନ୍ତ ଖସି ଯାଇଥିଲା ଓ ସେଠାରେ ଅଟକି ଯାଇଥିଲା। ଆଖିଟି ତଣ୍ଟି ତଳକୁ ଗଲା ନାହିଁ କି ସେ ବାନ୍ତି କରିବାକୁ ଚେଷ୍ଟା କଲେ ମଧ୍ୟ, ତାହା ବାହାରକୁ ଆସିଲା ନାହିଁ। ଫଳରେ ସେ ଅଣନିଃଶ୍ୱାସୀ ହୋଇଗଲେ। ତାଙ୍କୁ ନିଃଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଲା। ଗାଁ ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31