Indus Valley Times

ବସ୍ ଧର୍ମଘଟର ପ୍ରଥମ ଦିନରେ ଯାତ୍ରୀ ହନ୍ତସନ୍ତ: ରୋଗୀଙ୍କ ଠାରୁ ଛାତ୍ରଛାତ୍ରୀ ସମସ୍ତେ ଭୋଗିଲେ ଦୁର୍ଦ୍ଦଶା

 Breaking News

ବସ୍ ଧର୍ମଘଟର ପ୍ରଥମ ଦିନରେ ଯାତ୍ରୀ ହନ୍ତସନ୍ତ: ରୋଗୀଙ୍କ ଠାରୁ ଛାତ୍ରଛାତ୍ରୀ ସମସ୍ତେ ଭୋଗିଲେ ଦୁର୍ଦ୍ଦଶା

ବସ୍ ଧର୍ମଘଟର ପ୍ରଥମ ଦିନରେ ଯାତ୍ରୀ ହନ୍ତସନ୍ତ: ରୋଗୀଙ୍କ ଠାରୁ ଛାତ୍ରଛାତ୍ରୀ ସମସ୍ତେ ଭୋଗିଲେ ଦୁର୍ଦ୍ଦଶା
October 20
21:29 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୦/୧୦:ସରକାର ଓ ବସ୍ ମାଲିକଙ୍କ ବିବାଦ, କିନ୍ତୁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ଏହି ପରିପ୍ରେକ୍ଷୀରେ ରାଜ୍ୟ ଘରୋଇ ବସ ମାଲିକ ସଂଘର ଏହି ଡାକରା କୁ ସମର୍ଥନ ଜଣାଇ ବାଲିଗୁଡା ଘରୋଇ ବସ ମାଲିକ ସଂଘ ସମସ୍ତ ଘରୋଇ ବସ ବନ୍ଦ ରଖିଛି ।
ଗୋଟିଏ ପଟେ ପାର୍ବଣ ପାଇଁ ଘର ମୁହାଁ ହୋଇଛନ୍ତି ଲୋକ, ଅନ୍ୟପଟେ ଜରୁରୀ କାମ । ଗୁରୁତର ରୋଗରେ ଆକ୍ରାନ୍ତ ହୋଇ କିଏ ହସ୍ପିଟାଲ ଯିବା ପାଇଁ ଅପେକ୍ଷା କରି ରହିଛି ତ କିଏ ବହୁ ଦିନ ପରେ ଘରକୁ ଫେରୁଛି ବସ ବନ୍ଦ ଯୋଗୁଁ ବାଟରେ ଅଟକି ରହିଛି ।
ଏଭଳି ଦୁର୍ଦ୍ଦଶାର ଚିତ୍ର ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳୁଛି । ଘରୋଇ ବସ୍ ଗୁଡିକ ବନ୍ଦ ଥିବାରୁ ସରକାରୀ ବସ ମଧ୍ୟ ବାଲିଗୁଡା ଅଞ୍ଚଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିବାରୁ ଯାତ୍ରୀ ମାନେ ଆହୁରି ଅଧିକା ହନ୍ତସନ୍ତ ହୋଇଥିଲେ କ୍ଷ ପ୍ରତିଦିନ ଭଳି ଆଜି ଫୁଲବାଣୀ ରୁ ବେଲଘର ଯିବା ସରକାରୀ ଗାଡି ସକାଳ ୯ ଘଣ୍ଟରେ ବାଲିଗୁଡା ବସଷ୍ଟାଣ୍ଡରେ ପହଞ୍ଚିବା ପରେ ବାଲିଗୁଡା ଠାରୁ ବେଲଘର ଯିବାକୁ ଅପେକ୍ଷା କରିଥିବା ଯାତ୍ରୀ ମାନେ ଗାଡି ପାଖକୁ ଗଲା ବେଳକୁ ଉକ୍ତ ଗାଡିର କର୍ମଚାରୀ କହିଲେ ଆଜି ବେଲଘର ଗାଡି ଯିବନାହିଁ, ଏଠାରୁ ଫୁଲବାଣୀ ଯିବ, ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ଯାତ୍ରୀ ମାନେ ବହୁତ କାକୁତି ମିନତି ହୋଇଥିଲେ ମଧ୍ୟ ଉକ୍ତ ଗାଡି ବେଲଘର ନ ଯାଇ ଫୁଲବାଣୀ କୁ ଯାତ୍ରୀ ଧରି ଫେରିଯାଇଥିଲା ।ପାର୍ବଣ ସମୟରେ ଯାତ୍ରୀ ହନ୍ତସନ୍ତ ହେଉଥିବା ବେଳେ ଅଟୋ ଏବଂ ଟ୍ରାଭେଲ୍ସ ଗାଡିର ଚାହିଦା ବଢିଛି । ବସ ଗଡୁନଥିବାରୁ ଲୋକମାନେ ବ୍ୟସ୍ତ ବିବ୍ରତ ହୋଇ ଅଟୋ ଓ ଟ୍ରାଭେଲ୍ସରୁ ବାଧ୍ୟ ହୋଇ ୨ଗୁଣ ଅଧିକା ଭଡ଼ା ଦେଇ ଗାଡି ନେଉଛନ୍ତି । କେଉଁଠି ଘରକୁ ଯିବା ପାଇଁ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି, ତ ଆଉ କେଉଁଠି ରୋଗୀ ଘରକୁ ଫେରିବା ପାଇଁ ଗାଡି ଭଡା କରି ଅଧିକ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି ।
ରାସ୍ତା ଉପରେ ବି ଯାତ୍ରୀ ବସ୍ ପାଇଁ ଅପେକ୍ଷା କରିଥିବାର ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ । ଲକ୍ଷ୍ମୀ ଯୋଜନା ନେଇ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିନଥିବା ସଂଘ ଅଭିଯୋଗ କରିଛି । ଘରୋଇ ବସ୍ ଚାଲୁନଥିବାରୁ ସରକାରୀ ବସ୍ ଏକମାତ୍ର ବିକଳ୍ପ ସାଜିଛି ।
ବସଷ୍ଟାଣ୍ଡରେ ଶହ ଶହ ଲୋକ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ଅପେକ୍ଷା କରିଛନ୍ତି । ବସ ବନ୍ଦ ଯୋଗୁଁ ସମଗ୍ର ଅଞ୍ଚଳରେ ସ୍ଥିତି ଅସମ୍ଭାଳ ହୋଇଛି ।
ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ପୂର୍ବ ଦିନ ମାନଙ୍କ ଭଳି ଧର୍ମଘଟ ଶେଷ ପର‌୍ୟ୍ୟନ୍ତ ପୂର୍ବ ସମୟାନୁସାରେ ସରକାରୀ ବସ ଚଳାଚଳ କରିବାକୁ ଜନସାଧାରଣଙ୍କ ତରଫରୁ ପ୍ରବଳ ଦାବୀ ହେଉଛି ।
ଦୁର୍ନୀତି ନିବାରଣ ସପ୍ତାହ ପାଳନ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ
ବାଲିଗୁଡା,୨୦/୧୦: କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲଙ୍କ ଅଧ୍ୟକ୍ଷତାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାରଙ୍କୁ ନେଇ ଭିଡ଼ିଓ କନଫରେନସି ମାଧ୍ୟମରେ ଦୁର୍ନୀତି ନିବାରଣ ସପ୍ତାହ-୨୦୨୩ ପାଳନ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକର ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ବୈଠକରେ କନ୍ଧମାଳ ଭିଜିଲାନ୍ସ ଏସପି ଉପସ୍ଥିତ ରହି ଉକ୍ତ ସଚେତନତା କାର‌୍ୟ୍ୟକ୍ରମକୁ ସୁଚାରୁରୂପେ ଆୟୋଜନ କରି ଗ୍ରାମାଞ୍ଚଳ ସ୍ତରରେ ଲୋକଙ୍କୁ ସଚେତନ ସୃଷ୍ଟି କରିବା ନିମନ୍ତେ ସହଯୋଗ ଲଢ଼ିଥିଲେ ଏବଂ ତୃଣମୂଳ ସ୍ତରରେ ଅଭିଯାନର ସଫଳ ରୂପାୟନ ନିମନ୍ତେ ଚଳିତ ମାସ ୩୦ ତାରିଖ ସୋମବାର ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ଵ ବିଦ୍ୟାଳୟ ଠାରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ, ଛାତ୍ରଛାତ୍ରୀ, ନିର୍ବାଚିତ ଲୋକ ପ୍ରତିନିଧି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ, ଆଶା କର୍ମୀ, ଅଙ୍ଗନବାଡି ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ସଂଗଠିତ କରି ସାଧୁତାର ଶପଥ ନେବେ ଓ ନିର୍ଦ୍ଧାରିତ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଯୋଗେ ଶପଥ ପାଠ କରିବେ , ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଆୟୋଜିତ ହେବାକୁ ଥିବା ରାଲି, ପାକଥାନ୍, ସାଇକ୍ଲୋଥନ୍ ଇତ୍ୟାଦିରେ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀ ସାହାଯ୍ୟ/ ସହଯୋଗ କରିବେ ।
ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ମହାବିଦ୍ୟାଳୟର ଅଧ୍ୟକ୍ଷ ନିଜ ଛାତ୍ରଛାତ୍ରୀ ଙ୍କୁ ନେଇ ରାଲି, ୱାକଥନ୍, ସାଇକ୍ଲୋଥନ୍ ଇତ୍ୟାଦି ଆୟୋଜନ ନିମନ୍ତେ ଦୁର୍ନୀତି ନିବାରଣ ବିଭାଗୀୟ କର୍ମଚାରୀଙ୍କୁ ସହଯୋଗ କରିବେ ।
ଜିଲ୍ଲା ଶିକ୍ଷା ଅଧିକାରୀ ବ୍ଲକ ଶିକ୍ଷା ଅଧିକାରୀ, ଆଞ୍ଚଳିକ ନିର୍ଦ୍ଦେଶକ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ବକ୍ତୃତା, ପ୍ରବନ୍ଧ, କାର୍ଟୁନ-କମ- କେପସନ, ଇତ୍ୟାଦି ପ୍ରତିଯୋଗିତା ଆୟୋଜନ କରିବେ । ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ନୀତି ନିବାରଣ ବିଷୟ ବସ୍ତୁ ଆଧାରିତ ସ୍କଟ୍ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରିବେ ।
ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ନୀତି ନିବାରଣ ବିଭାଗୀୟ କର୍ମଚାରୀଙ୍କ ସହ ବ୍ଲକ ପଞ୍ଚୟତ ସ୍ତରରେ ଗ୍ରାମସଭା ଆୟୋଜନ କରି ଲୋକଙ୍କୁ ସଚେତନ କରିବେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସର ରେ ଆୟୋଜିତ ହୋଇଥିବା ସମସ୍ତ କାର୍ଯ୍ୟକ୍ରମ ଗୁଡିକର ବ୍ୟାପକ ପ୍ରଚାର ପ୍ରସାର କରିବେ ।
ଏତଦ ବ୍ୟତୀତ ସ୍ଥାନୀୟ କେବୁଲ ଅପରେଟର, ସିନେମା ହଲ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ନିବାରଣ ନିମିତ୍ତ ଏକ ବାର୍ତ୍ତା ସମ୍ପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରିବାକୁ ନିର୍ଦେଶ ଦିଆଯିବ ।
ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ କରିବା ସହିତ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବେ ଏହି ପ୍ରକାରେ ବାଲିଗୁଡାର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଥିଲା ।
ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ ର ବୈଠକ
ବାଲିଗୁଡା,୨୦/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ମୁଖ୍ୟ ନିର୍ବାଚନ ଅଧିକାରୀ,ଓଡିଶାଙ୍କ ନିର୍ଦେଶ କ୍ରମେ ଉପଖଣ୍ଡର ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ- ୨୦୨୪ ଅଭିଯାନରେ ଦ୍ବିତୀୟ ରାଜନୈତିକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ବୈଠକରେ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଅଧ୍ୟକ୍ଷତା କରି ଦଳୀୟ ବୁଥ୍ ସ୍ତରୀୟ ଏଜେଣ୍ଟ ମାନଙ୍କର ତାଲିକା ପ୍ରଦାନ ନିମନ୍ତେ ସୂଚନା ଦେବା ସହିତ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ କିମ୍ବା ନାମ ସଂଶୋଧନର ବିଭିନ୍ନ ଉପାୟ ଯଥା- ଅନଲାଇନ ନିର୍ବାଚନ ଆୟୋଗ ୱେବସାଇଟ, ମୋବାଇଲ ଏନରୋଏଡ଼ ଠକ୍ଟଗ୍ଧରକ୍ସ ଐରକ୍ଷକ୍ଟ୍ରକ୍ଷସଦ୍ଭର ଆପ୍ଲିକେଶନ ଦ୍ବାରା କିମ୍ବା ନିକଟସ୍ତ ବୁଥ୍ ସ୍ତରୀୟ ଅଫିସର(ବି.ଏଲ.ଓ.)ଙ୍କ ବିଷୟରେ ସୂଚନା ପ୍ରଦାନ କରିଥିଲେ ଏବଂ ସହକାରୀ ଜିଲ୍ଲାପାଳ ରୂପକ ତୁଜୁର ନକଲି ଭୋଟରଙ୍କ ନାମ କାଟିବା ପ୍ରକ୍ରିୟା, ଭୋଟରଙ୍କ ସୁବିଧା ନିମନ୍ତେ ନିକଟସ୍ଥ ବୁଥ୍ ଚୟନ ସହ ଏହାର ସ୍ଥାନାନ୍ତରୀକରଣ ପ୍ରକ୍ରିୟା ଏବଂ ଇ-ଭୋଟ ପରିଚୟ ପତ୍ର ଡାଉନଲୋଡ଼ ପ୍ରକ୍ରିୟା ବିଷୟରେ ସମସ୍ତଙ୍କୁ ଅବଗତ କରିଥିବା ବେଳେ ସହକାରୀ ଜିଲ୍ଲାପାଳ ହରିଶ ଚନ୍ଦ୍ର ପ୍ରଧାନ ସହଯୋଗ କରିଥିଲେ ।
ପରିଶେଷରେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା ଚଳିତ ମାସ ୨୮ ତାରିଖ ଦିନ ବାଲିଗୁଡାରେ ହେବାକୁ ଥିବା ‘ପଥ ଉତ୍ସବ ଏବଂ ୱାକାଥନ୍ \’ ଶୀର୍ଷକ ଭୋଟର ସଚେତନତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ବିଭିନ୍ନ ପ୍ରଦର୍ଶନୀ ବିଷୟରେ ସୂଚନା ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031