Indus Valley Times

ବହିରା ସମିତିର ଧାନମଣ୍ଡି ଶୁଭାରମ୍ଭ

 Breaking News

ବହିରା ସମିତିର ଧାନମଣ୍ଡି ଶୁଭାରମ୍ଭ

December 08
21:42 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୮/୧୨: ବୌଦ୍ଧ ବ୍ଲକ୍ ବହିରା ସେବା ସମବାୟ ସମିତି ତରଫରୁ ଧାନ କ୍ରୟ ପାଇଁ ମଣ୍ଡି ଆରମ୍ଭ କରାଯାଇଥିବା ଜଣାପଡିଛି । ଏ ଅବସରରେ ବୌଦ୍ଧ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ଯୋଗଦେଇ ଧାନ କ୍ରୟର ଶୁଭାରମ୍ଭ କରିଥିଲେ । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଓ ପୂର୍ବତନ ସମିତି ସଭାପତି ପୟୋଧର ମହାକୁଡ, ସମ୍ପାଦକ ପ୍ରଦୀପ ପାତ୍ର, କର୍ମଚାରୀ ରାଜୀବ ଲୋଚନ ସାହୁ, ମଣ୍ଡି ପରିଚାଳନା କମିଟି ସଦସ୍ୟ ସୁଶାନ୍ତ ବାଘ, ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ଦିନରେ ଟୋକନ ପାଇଥିବା ୨୪ ଜଣ ଚାଷୀଙ୍କ ଠାରୁ ୯୮୯.୫୫ କ୍ୱିଣ୍ଟାଲ ଧାନ ରାଣୀସତୀ ପେଡି ରାଇସ ମିଲ ୪ ଗୋଟି ଟ୍ରକରେ ଧାନ ସଂଗ୍ରହ କରିଥିବା ଜଣାପଡିଛି ।
ବୌଦ୍ଧ: କଂଗ୍ରେସର ଭାରତ ବନ୍ଦ ପାଳନ, ଦୋକାନ ବଜାର ସହିତ ଗାଡିମଟର ଚଳାଚଳ ବନ୍ଦ

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୮/୧୨ : କେନ୍ଦ୍ର ସରକାରଙ୍କ ଚାଷୀ, ଶ୍ରମିକ ଓ ଜନବିରୋଧୀ ନୀତି ବିରୋଧରେ ବିଭିନ୍ନ କୃଷକ ସଂଗଠନ ତରଫରୁ ଡାକରା ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବରେ ବୌଦ୍ଧରେ ଦେଖିିବାକୁ ମିଳିଛି । ବନ୍ଦ ଡାକରା ଯୋଗୁଁ ସମସ୍ତ ଦୋକାନ ବଜାର, ବ୍ୟାଙ୍କ, ପୋଷ୍ଟଅଫିସ ବନ୍ଦ ରହିଥିବାବେଳେ ଏନଏସି ଛକ, ବ୍ରିଜ ଛକ ଠାରେ ଯାନବାହନ ଅଟକି ରହିଥିଲା । ଏ ଭାରତ ବନ୍ଦକୁ କଂଗ୍ରେସ ଦଳ ସମର୍ଥନ କରୁଥିବାରୁ ଆଜି ସକାଳୁ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ । ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଛୁଟି ଘୋଷଣା କରିଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଥିଲା । ବନ୍ଦକୁ ସଫଳ କରାଇବା ପାଇଁ ଜିଲ୍ଲା ସଭାପତି ମିଶ୍ରଙ୍କ ସମେତ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ରାୟ ସଂଜୀବ କୁମାର ଦେଓ, କୃଷକ ସେଲ୍ ସଭାପତି ରଘୁନାଥ ପଲିଆ,ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ, ଛାତ୍ର ସଭାପତି ବିକ୍ରମ ପ୍ରଧାନ, ବୁଦ୍ଧଦେବ ପ୍ରଧାନ, ବେଣୁଧର ମେହେର, ପୌଲସ୍ତୀ ପ୍ରଧାନ, ତାରିଣୀ ଜେନା, ସମରେଶ ମିଶ୍ର, ଗଣେଶ ଅଗ୍ରୱାଲା, ପ୍ରଦୀପ କୁମାର ଦାସ, ଶିବ ବେହେରା, ପଙ୍କଜ କର୍ଣ୍ଣ,ଆଦି କଂଗ୍ରେସ ନେତୃବୃନ୍ଦ ସାମିଲ୍ ହୋଇଥିଲେ । ଏଥିସହିତ କଂଗ୍ରେସ ନେତା ଓ କର୍ମୀମାନେ ଏକ ବାଇକ ଶୋଭାଯାତ୍ରାରେ ବ୍ରିଜ ଛକରୁ ବାହାରି ସହର ପରିକ୍ରମା କରିଥିଲେ । ସେହିପରି ହରଭଙ୍ଗା ବ୍ଲକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ଭାରତୀୟ କିଷ।।ନ ସଂଘ ଜିଲ୍ଲା ଉପସଭାପତି ଲକ୍ଷ୍ମଣ ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇ ଦୋକାନ ବଜାର ଓ ଗାଡିି ଚଳାଚଳ ବନ୍ଦ କରାଯାଇଥିଲା । ଏଥିରେ ବ୍ଲକ ଉପସଭାପତି ଗଣେଶ୍ୱର ଭଂଜ,ଗୋକୁଳାନନ୍ଦ ସାମଲ,ବାୟା ମହାରଣା, ବିଷ୍ଣୁ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ସେହିପରି ଜିଲ୍ଲାର ହରଭଙ୍ଗା, ଚାରିଛକ, ଜହ୍ନାପଙ୍କ, ବାଉଁଶୁଣୀ, ସାହାଜପାଲ ଆଦି ଅଂଚଳରେ ବନ୍ଦ୍‌ର ପ୍ରଭାବ ଦେଖିବାକୁ ମିଳିଥିଲା ।
ପୂର୍ବତନ ସୈନିକ ସଂଘର ବାର୍ଷିକୋତ୍ସବ
ବୌଦ୍ଧ, ୮/୧୨: ସୈନ୍ୟବାହିନୀ ପତାକା ଦିବସ ଅବସରରେ ବୌଦ୍ଧଜିଲ୍ଲା ଭୂତପୂର୍ବ ସୈନିକ ସଂଘର ବାର୍ଷିକ ଦିବସ ପାଳନ ଅବସରରେ ସଂଘର ପତାକା ଉତ୍ତୋଳନ ସଭାପତି ବିଷ୍ଣୁ ମହାକୁଡ ଓ ସଂଘର ଉପଦେଷ୍ଟା ସୁବେଦାର ଲଳିତ କୁମାର ସାହୁ ମିଳିତ ଭାବେ କରିିଥିଲେ । ସଂପାଦକ ରଞ୍ଜିତ ଅମାତ ସଂଘର ବାର୍ଷିକ ବିବରଣୀ ପାଠ କରିଥିଲେ । କୋଭିଡ-୧୯ ପାଇଁ ଦୀର୍ଘଦିନ ହେଲା ସଂଘର କର୍ମକର୍ତ୍ତାମାନେ କୌଣସି ବୈଠକ ଡାକିନଥିଲେ । ଏହି ପତାକା ଦିବସ ଓ ବାର୍ଷିକ ପାଳନ ଅବସରରେ ସଭାପତି ସମସ୍ତଙ୍କୁ ଶୁଭକାମନା ସହ ସଂଘର ଉତ୍ତୋରତ୍ତର ଉନ୍ନତ୍ତି ପାଇଁ କାମ କରିବାକୁ ଉତ୍ସାହିତ କରିଥିଲେ । ସଂଘର ନୂତନ କର୍ମକର୍ତ୍ତା ମଧ୍ୟ ଏହି ଅବସରରେ ଚୟନ କରାଯାଇଥିଲା । ସଂଘର ସଭାପତି ଭାବେ ସରୋଜ କୁମାର ଭଞ୍ଜ, ଉପସଭାପତି ପ୍ରମୋଦ ମହାକୁଡ, ସଂପାଦକ ଗିରିଶ ପ୍ରଧାନ, ସହସଂପାଦକ ରଞ୍ଜିତ ଅମାତ, କୋଷାଧ୍ୟକ୍ଷ ରମାକାନ୍ତ ଚାନ୍ଦଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା । ଉପଦେଷ୍ଟା ସୁବେଦାର ଲଳିତ କୁମାର ସାହୁ ଓ ବିଷ୍ଣୁଚରଣ ମହାକୁଡଙ୍କୁ ପୁଣି ନିଯୁକ୍ତ କରାଯାଇଥିଲା । ଏହି ଉତ୍ସବରେ ପ୍ରମୋଦ ମହାକୁଡ, ପ୍ରବୀଣ ମଲ୍ଲିକ, ରାଜକୁମାର ପଣ୍ଡା, ରମାକାନ୍ତ ଚାନ୍ଦ, ପ୍ରସନ୍ନ କୁମାର ପ୍ରଧାନ, ତୋଫାନ ସାହୁ, କେଶବ ମାହାର, ବିକାଶ ମାହାର, ପ୍ରଭାତ ପଣ୍ଡା, ସୁରେଶ ଚନ୍ଦ୍ର ଭୁକ୍ତା, ପ୍ରଫୁଲ୍ଲ କୁମାର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031