Legatus

ବହୁ ଚର୍ଚ୍ଚିତ ଆନନ୍ଦପୁର ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ହତ୍ୟାକାଣ୍ଡ : ୫ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡାଦେଶ

 Breaking News

ବହୁ ଚର୍ଚ୍ଚିତ ଆନନ୍ଦପୁର ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ହତ୍ୟାକାଣ୍ଡ : ୫ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡାଦେଶ

ବହୁ ଚର୍ଚ୍ଚିତ ଆନନ୍ଦପୁର ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ହତ୍ୟାକାଣ୍ଡ : ୫ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡାଦେଶ
March 06
17:03 2024

ଆନନ୍ଦପୁର, ୬/୩: ବହୁଚର୍ଚ୍ଚିତ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ଅଧୀନ ଧକୋଠା ଗାଁର ରାମଚନ୍ଦ୍ର ବେହେରା ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ୫୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ହତ୍ୟାକାଣ୍ଡରେ ସଂପୃକ୍ତ ୫ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ସେମାନେ ହେଲେ ସଞ୍ଜୟ ପୃଷ୍ଟି ଓରଫ ଚିନୁ, ନିର ପୃଷ୍ଟି ଓରଫ ଅଜିତ ପୃଷ୍ଟି, ଅରୁଣ ପୃଷ୍ଟି, ଅଲେଖ ପୃଷ୍ଟି ଓ ଦୋଳ ବୋଇତେଇ। ଘଟଣା ସମୟରେ ପ୍ରମୋଦ ଦାସ ନାବାଳକ ଥିବାରୁ ବିଚାରଧୀନ କାରାଗାରରେ ଅଛନ୍ତି।
ମାମଲାରୁ ଜଣାଯାଏ ଯେ, ୨୦୧୯ ମସିହା ମାର୍ଚ୍ଚ ୨୫ ତାରିଖ ରାତି ୧୦ଟାରେ ଧରଣୀଧର ମହାବିଦ୍ୟାଳୟର ପୂର୍ବତନ ସଭାପତି, ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ୨୦୧୪ରେ ଘସିପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇଥିବା ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକିଆଣି ସଂଘବଦ୍ଧ ଭାବେ ହାତ ଗୋଡକୁ ଖଣ୍ଡା ଓ ଭୁଜାଲିରେ ହାଣି ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ବ୍ୟକ୍ତିମାନେ ରାମଚନ୍ଦ୍ରଙ୍କ ଗୋଟିଏ ହାତକୁ କାଟି ନେଇ ନିକଟସ୍ଥ ପୋଖରୀକୁ ଫିଙ୍ଗି ଦେଇଥିଲେ। ମାର୍ଚ୍ଚ ୨୬ରେ ରାମଚନ୍ଦ୍ର ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ନବୀନ ନିବାସରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିଲା।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930