Indus Valley Times

ବହୁ ପ୍ରତିକ୍ଷାର ଅନ୍ତ ପରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ପ୍ରସିଦ୍ଧ ଗଜ ଭୋଗ

 Breaking News

ବହୁ ପ୍ରତିକ୍ଷାର ଅନ୍ତ ପରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ପ୍ରସିଦ୍ଧ ଗଜ ଭୋଗ

November 18
10:00 2021

ଆଠଗଡ଼,୧୮/୧୧: ବହୁ ପ୍ରତିକ୍ଷାର ଅନ୍ତ ପରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ପ୍ରସିଦ୍ଧ ଗଜ ଭୋଗ । ଏଥିନିମନ୍ତେ ଗତକାଲି ରାତି ଗୋଟାଏରୁ ନୀତିକାନ୍ତି ଆରମ୍ଭ ହୋଇଥିଲା।
ମଙ୍ଗଳାଆଳତୀ ପରେ ମହାନଦୀରୁ ୧୦୮ ସୁବାଷିତ ଜଳରେ ପ୍ରଭୁଙ୍କ ସ୍ନାନ କରା ଯାଇଥିଲା। ଏହାପରେ ଖେଚୁଡି ଭୋଗ , ଘର୍ଷଣ ଲାଗି କରାଗଲା।
ଏହାପରେ ପ୍ରଭୁଙ୍କ ମହାସ୍ନାନ କରାଯାଇଥିଲା । ପରେ ବଡସିଂହାର ବେଶରେ ସୁସଜ୍ଜିତ କରାଯାଇ ମହାଦେବଙ୍କ ନିକଟରେ ବିଶ୍ୱ ପ୍ରସିଦ୍ଧ ଗଜଭୋଗ ଲାଗି କରା ଯାଇଥିଲା ।
ଚାଉଳ,ମୁଗ, ଗୁଡ, ନଡିଆ ସହ ବିଭିନ୍ନ ଦ୍ରବ୍ୟର ମିଶ୍ରଣରେ ଏହି ଗଜଭୋଗ ପ୍ରସ୍ତୁତି କରାଯାଇଥାଏ । ପ୍ରଭୁଙ୍କ ରୋଷଘରେ ବ୍ରାହ୍ମଣମାନେ ଶୁଦ୍ଧପୁତ ଭାବେ ଏହାକୁ ପ୍ରସ୍ତୁତ କରିଥାନ୍ତି।
ହେଲେ ମହାମାରୀ କରୋନା କଟକଣା କାରଣରୁ ଏଥର ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲାଗିଛି । ଫଳରେ ଭକ୍ତଶୂନ୍ୟ ଧବଳେଶ୍ୱର ପୀଠରେ ପ୍ରଭୁଙ୍କ ନିକଟରେ ଲାଗି ହୋଇଛି ଗଜଭୋଗ ।
ଏନେଇ ଆଠଗଡ଼ ଉପଜିଲ୍ଲାପାଳ କହିଛନ୍ତି, ସମସ୍ତ ନୀତିକାନ୍ତି ସୁରଖୁରରେ ସମ୍ପନ୍ନ ହୋଇଛି। ଭକ୍ତଶୂନ୍ୟ ଭାବେ ଏହି କାର‌୍ୟ୍ୟକ୍ରମ ସମ୍ପନ୍ନ କରାଯାଇଛି। ଆସନ୍ତା ବର୍ଷ ଯେପରି ମହାମାରୀ ଦୂରେଇ ଯିବ ସେଥିନିମନ୍ତେ ସମସ୍ତେ ପ୍ରାର୍ଥନା କରିବା ଉଚିତ ।
ପଞ୍ଚୁକକୁ ଭକ୍ତଶୂନ୍ୟ କରିବାକୁ ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ କରାଯାଇଛି। ଏଥିନିମନ୍ତେ ୨ ପ୍ଲାଟୁନ ଫୋର୍ସ ୨ ଆଇଆଇସି, ଏସ୍ଡିପିଓ, ୬ ଅଫିସର ଉପସ୍ଥିତ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031