Indus Valley Times

ବହୁ ପ୍ରତୀକ୍ଷା ପରେ ଭୁବନେଶ୍ୱରରେ ପହଞ୍ଚିଲା ଡାକୋଟା; ବିଜୁ ବାବୁଙ୍କ ଜନ୍ମ ମାଟିରେ ବିମାନ ପାଇଁ ଜମିଲା ପ୍ରବଳ ଭିଡ଼

 Breaking News

ବହୁ ପ୍ରତୀକ୍ଷା ପରେ ଭୁବନେଶ୍ୱରରେ ପହଞ୍ଚିଲା ଡାକୋଟା; ବିଜୁ ବାବୁଙ୍କ ଜନ୍ମ ମାଟିରେ ବିମାନ ପାଇଁ ଜମିଲା ପ୍ରବଳ ଭିଡ଼

ବହୁ ପ୍ରତୀକ୍ଷା ପରେ ଭୁବନେଶ୍ୱରରେ ପହଞ୍ଚିଲା ଡାକୋଟା; ବିଜୁ ବାବୁଙ୍କ ଜନ୍ମ ମାଟିରେ ବିମାନ ପାଇଁ ଜମିଲା ପ୍ରବଳ ଭିଡ଼
January 18
20:18 2023

ଭୁବନେଶ୍ୱର,୧୮/୧: ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଐତିହାସିକ ସ୍ମୃତି ବହନ କରୁଥିବା ‘ଡକୋଟା’ ବିମାନ ଆଜି ଭୁବନେଶ୍ୱରରେ ପହଂଚିଛି। ଦୀର୍ଘବର୍ଷ ଧରି କୋଲକାତାସ୍ଥିତ ନେତାଜୀ ସୁବାସଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରରେ ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ି ରହିଥିବା ଏହି ଡକୋଟା ଡିସି-୩ ଭିଟି-ଏୟୁଆଇ ବିମାନକୁ ଶେଷରେ ଓଡ଼ିଶା ଅଣାଯାଇଛି । ୩ଟି ବଡ଼ ଟ୍ରଲର ସହାୟତାରେ ଏହି ଡକୋଟା ବିମାନର ଅଂଶବିଶେଷ ଆଜି ଭୁବନେଶ୍ୱରରେ ପହଂଚିବା ପରେ ଏହାକୁ ସାଧାରଣ ଲୋକ ସ୍ୱାଗତ କରିଥିଲେ।
ମିଳିଥିବା ସୂଚନା ଅନୁସାରେ,ଏହି ବିମାନକୁ ଭାଗ ଭାଗ କରି ୩ଟି ଟ୍ରଲରରେ ଭୁବନେଶ୍ୱର ଅଣାଯାଇଛି । ଏହାକୁ ଆସନ୍ତାକାଲିଠୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅନଲୋଡ୍ କରାଯାଇ ଇଞ୍ଜିନିୟରମାନଙ୍କ ସହାୟତାରେ ପୁଣିଥରେ ପୂର୍ଣ୍ଣାଙ୍ଗ ବିମାନ କରାଯିବ ।
ଏହି କାର‌୍ୟ୍ୟକୁ ଡକୋଟା ବିମାନ ସ୍ଥାନାନ୍ତର ପାଇଁ ଟେଣ୍ଡର ନେଇଥିବା ସଂସ୍ଥା ଦ୍ୱାରା ଇଞ୍ଜିନିୟର ଓ ଟେକନିସିଆନମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କାର‌୍ୟ୍ୟ ପ୍ରାୟ ୧୦ରୁ ୧୫ଦିନ ଧରି ଚାଲିବ। ବିଜୁବାବୁଙ୍କ ସ୍ମୃତି ସହ ଜଡ଼ିତ ଏହି ଐତିହାସିକ ବିମାନକୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ରଖିବା ପାଇଁ ବିମାନ ବନ୍ଦର ପ୍ରାଧିକରଣ ପ୍ରାୟ ୧.୧ଏକର ଜମି ଦେଇଛନ୍ତି ।
ଯେଉଁଠାରେ ଏହି ବିମାନକୁ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶନ କରାଯିବ । ୨୦୧୭ ମସିହାରେ ରାଜ୍ୟ ସରକାର ଏହି ଡକୋଟା ବିମାନକୁ ଓଡ଼ିଶା ଫେରାଇ ଆଣିବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ। କେନ୍ଦ୍ର ସରକାରଙ୍କ ସହଯୋଗରେ ଏହି ପ୍ରକ୍ରିୟା ସହଜ ହୋଇପାରିଥିଲା । କୋଭିଡ୍ ମହାମାରୀ ଯୋଗୁ ଏହି ବିମାନ ସ୍ଥାନାନ୍ତର ପ୍ରକ୍ରିୟା ସ୍ଥଗିତ ରହିଥିଲା। ଏହି ଡକୋଟା ବିମାନର ଲମ୍ବ ପ୍ରାୟ ୬୪.୮ ଫୁଟ ହୋଇଥିବାବେଳେ ଏହାର ଡେଣାକୁ ମିଶାଇଲେ ଏହା ପ୍ରାୟ ୯୫ ଫୁଟ ହେବ।
ଦୀର୍ଘବର୍ଷ ଧରି କୋଲକାତା ବିମାନବନ୍ଦରରେ ଅବ୍ୟବହୃତ ଅବସ୍ଥାରେ ପଡ଼ି ରହିଥିବା ପ୍ରାୟ ୮ଟନ୍ ଓଜନର ଏହି ଡକୋଟା ବିମାନକୁ ଓଡ଼ିଶା ଆଣିବା ପାଇଁ ରାଜ୍ୟ ସରକାର ଦୀର୍ଘଦିନ ଧରି ପ୍ରୟାସ କରୁଥିଲେ। ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମବେଳେ ଏହି ଡକୋଟା ବିମାନରେ ବିଜୁବାବୁ ୧୯୪୭ ମସିହା ଜୁଲାଇ ମାସରେ ଇଣ୍ଡୋନେସିଆର ତତକାଳୀନ ସୁଲତାନ ଶାଜାହିରର୍ ଓ ଉପରାଷ୍ଟ୍ରପତି ସୁକର୍ଣ୍ଣୋଙ୍କୁ ସୁରକ୍ଷିତ ଉଦ୍ଧାର କରି ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭୂମିପୁତ୍ର’ରେ ସମ୍ମାନିତ ହୋଇଛନ୍ତି। ବିଜୁ ପଟ୍ଟନାୟକଙ୍କ ଦ୍ୱାରା କଳିଙ୍ଗ ଏୟାରଲାଇନ୍ସ ସ୍ଥାପନ କରାଯାଇଥିଲା, ଯେଉଁଥିରେ ପ୍ରାୟ ୧୪ରୁ ଅଧିକ ଡକୋଟା ବିମାନ ଥିଲା ଓ ଯାହାର ମୁଖ୍ୟାଳୟ କୋଲକାତାରେ ରହିଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031