Indus Valley Times

ବାଂଲାଦେଶ ମୁହାଁ ଡିପ୍ରେସନ: ଓଡ଼ିଶା ପ୍ରତି ବିପଦ ଆଶଙ୍କା ଦୂର

 Breaking News

ବାଂଲାଦେଶ ମୁହାଁ ଡିପ୍ରେସନ: ଓଡ଼ିଶା ପ୍ରତି ବିପଦ ଆଶଙ୍କା ଦୂର

October 23
13:25 2020

ଭୁବନେଶ୍ୱର,୨୩/୧୦ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହେବା ସହ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇଛି । ତେବେ ଏହା ଟିକିଏ ଦୁର୍ବଳ ହୋଇପଡ଼ିଥିବାରୁ ଡିପ-ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ହ୍ରାସ ପାଇଛି । ତେବେ ଆଜି (ଶୁକ୍ରବାର) ମଧ୍ୟାହ୍ଣ ସୁଦ୍ଧା ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପଡ଼ା ଅଞ୍ଚଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ କୁହାଯାଇଛି ।
ଆଇଏମଡି ପକ୍ଷରୁ ଟ୍ଵିଟକରି କୁହାଯାଇଛି ଯେ ଆଜି ସକାଳ ସାଢେ ୫ଟା ସୁଦ୍ଧା ଏହି ଡିପ୍ରେସନ ପାରାଦୀପଠାରୁ ୨୦୦ କିଲୋମିଟର ପୂର୍ବ-ଉତ୍ତର-ପୂର୍ବ ଦିଗରେ, ପଶ୍ଚିମବଙ୍ଗର ସାଗରଦ୍ୱୀପଠାରୁ ୬୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଓ ଖେପୁପଡ଼ାଠାରୁ ୨୧୦ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ରହିଥିଲା । ଏହା ଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୨୨ କିଲୋମିଟର ବେଗରେ ଗତି କରୁଛି ।
ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇଥିବାରୁ ଓଡ଼ିଶା ପ୍ରତି ବିପଦ ଆଶଙ୍କା ଦୂର ହୋଇଛି । ତେବେ ଆଜି ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ । ମୋଟାମୋଟିଭାବେ ରାଜ୍ୟରେ ଆଜି ପାଣିପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି ।

-Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031