Indus Valley Times

ବାଂଲା ଦେଶରେ ଦିପୁ ଦାସ ହତ୍ୟା ପ୍ରସଙ୍ଗଓ ଜିଲ୍ଲାରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଦାବି , ସାତ ଦିନ ଭିତରେ ପଦକ୍ଷେପ ନ ନେଲେ ଆନ୍ଦୋଳନ ଧମକ : ଭିଏଚପି,ବଜରଙ୍ଗ ଦଳର ବିକ୍ଷୋଭ

 Breaking News

ବାଂଲା ଦେଶରେ ଦିପୁ ଦାସ ହତ୍ୟା ପ୍ରସଙ୍ଗଓ ଜିଲ୍ଲାରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଦାବି , ସାତ ଦିନ ଭିତରେ ପଦକ୍ଷେପ ନ ନେଲେ ଆନ୍ଦୋଳନ ଧମକ : ଭିଏଚପି,ବଜରଙ୍ଗ ଦଳର ବିକ୍ଷୋଭ

December 27
11:42 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୨୬/୧୨ : ବାଂଲାଦେଶରେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ବିନା ଦୋଷରେ ଇସ୍‌ଲାମ କଟ୍ଟରପନ୍ଥୀମାନେ ଗଛରେ ବାନ୍ଧି ପିଟି ପିଟି ମାରିବା ପରେ ତାଙ୍କ ମୃତଦେହରେ ନିଆଁ ଲଗାଇ ଜାଳି ଦେଇଥିଲେ। ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଖୋର୍ଦ୍ଧା ଜିଲା ଏହାକୁ ଦୃଢ଼ ନିନ୍ଦା କରଛି।
ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏନେଇ ଭିଏଚପି, ବଜରଙ୍ଗ ଦଳର ଶତାଧିକ କର୍ମୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ।
ଖୋର୍ଦ୍ଧାରେ ରୋହିଙ୍ଗା ବାଂଲାଦେଶୀଙ୍କ ସଂଖ୍ୟା ବଢ଼ିଚାଲିଛି। ଜିଲାରେ ଏମାନଙ୍କୁ ଚିହ୍ନଟ କରି ହଟାଇବା ଦାବିରେ ଏସ୍‌ପିଙ୍କ କାର୍ଯ୍ୟାଳୟ ମଧ୍ୟ ଘେରାଉ କରିଥିଲେ। ବାଂଲାଦେଶୀ ହଟାଅ, ଦେଶ ବଞ୍ଚାଅ ସ୍ଲୋଗାନ ଦେଇଥିଲେ।
ଜିଲ୍ଲାର ସବୁଠି ବାଂଲାଦେଶୀ ନକଲି ପ୍ରମାଣପତ୍ରରେ ଆଧାର ଓ ଭୋଟର କାର୍ଡ ହାତେଇ ସମସ୍ତ ସରକାରୀ ସୁବିଧା ପାଉଛନ୍ତି। ସରକାରୀ, ବେସରକାରୀ ଜମିରେ ଘର କରି ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି। ତୁରନ୍ତ ଏମାନଙ୍କୁ ଚିହ୍ନଟ କରି ଜିଲାରୁ ହଟାଇବା ପାଇଁ ଦାବି ହୋଇଛି।
ବହୁ ବାଂଲାଦେଶୀ ଅନୁପ୍ରବେଶକାରୀ ଫେରିବାଲା, ବେଲୁନବାଲା, ଘର ସାଜସଜ୍ଜା ଜିନିଷ ବିକ୍ରି ଆଳରେ ଟିଏଲ୍‌ସି ରୋଡ ସମେତ ସହର ସାରା ଫୁଟଫାଥରେ ଆଡ୍ଡା ଜମାଇ ରହିଛନ୍ତି।
ସହରର ଏକାଧିକ ଦୋକାନରୁ ଚୋରି ପଛରେ ଏମାନଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି। ଏ ସମ୍ପର୍କରେ ପୂର୍ବରୁ ଜିଲ୍ଲା ପ୍ରଶାସନ, ପୋଲିସକୁ ବହୁବାର ଲିଖିତ ଭାବେ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।
ଆଗାମୀ ସପ୍ତାହ ମଧ୍ୟରେ ପ୍ରଶାସନ ପକ୍ଷରୁ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାନଗଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।
ବିଶ୍ୱହିନ୍ଦୁ ପରିଷଦ ସହ ସମ୍ପାଦକ ସନ୍ତୋଷ କୁମାର ଶ୍ରୀଚନ୍ଦନ, କୋଷାଧ୍ୟକ୍ଷ ଅଭିମନ୍ୟୁ ଘଟୁଆଳ, ଆର୍‌ଏସ୍ଏସ୍ ସହ ନଗର ସଂଘଚାଳକ ସତ୍ୟବାନ ଶ୍ରୀଚନ୍ଦନ, ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ ଜିଲ୍ଲା ସଂଯୋଜକ ମିହିର ବିଧାର, ପ୍ରଖଣ୍ଡ ସଭାପତି ସୁଦର୍ଶନ ରଥ, ସମ୍ପାଦକ ଜିତେନ୍ଦ୍ର ବେହେରା, ବଜରଙ୍ଗ ଦଳ ବିଭାଗ ସଂଯୋଜକ ନୂତ୍ୟଜିତ ଚମ୍ପତି, ଜିଲ୍ଲା ସଂଯୋଜକ ଉଦିତ ପ୍ରହରାଜ, ସହ ଜିଲ୍ଲା ସଂଯୋଜକ ଏସ୍.ଏମ୍. ଦିବ୍ୟପ୍ରକାଶ, ପ୍ରଖଣ୍ଡ ସଂଯୋଜକ ସତ୍ୟଜିତ ବେହେରା, ସହ ସଂଯୋଜକ ଜ୍ୟୋତି ପ୍ରକାଶ ବାରିକ, ଶୁଭଙ୍କର ପାଇକରାୟଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031