Indus Valley Times

ବାଇକକୁ ପଛପଟୁ ପିଟିଲା ପିକଅପ୍: ଦୁଇ ସମ୍ପର୍କୀୟ ଭାଇ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

 Breaking News

ବାଇକକୁ ପଛପଟୁ ପିଟିଲା ପିକଅପ୍: ଦୁଇ ସମ୍ପର୍କୀୟ ଭାଇ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ବାଇକକୁ ପଛପଟୁ ପିଟିଲା ପିକଅପ୍: ଦୁଇ ସମ୍ପର୍କୀୟ ଭାଇ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ
February 19
18:56 2023

ରାୟଗଡ଼ା,୧୯/୨: ପିକଅପ୍ ସହ ସାମ୍ନାସାମ୍ନି ଧକ୍କାରେ ୨ ବାଇକ୍ ଆରୋହି ମୃତ। ଆଜି ଅପରାହ୍ନରେ ରାୟଗଡ଼ା ଜିଲ୍ଲା ଚାନ୍ଦିଲୀ ଥାନା ଅନ୍ତର୍ଗତ ଗେଟିପଡା ଗାଁ ବ୍ରିଜ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ରାୟଗଡ଼ା କୋଲନରା ବ୍ଲକ୍ ରାମପୁର ଗାଁର ମନୋଜ ବେନିଆ ଓ ବୁଲୁ ବେନିଆ।
ଉଭୟ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଖବର ପାଇ ମୃତକଙ୍କ ସମ୍ପର୍କିୟ ଓ ପରିବାର ଲୋକେ ପହଞ୍ଚି ଥିଲେ। ଯାହା ପରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକେ ରାସ୍ତାରେ ବସି କ୍ଷତିପୂରଣ ଓ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଦାବି କରିଥିଲେ। ସେପଟେ ଖବର ପାଇ ଘଟଣାସ୍ଥଳରେ ଚାନ୍ଦିଲି ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।
ଦୁର୍ଘଟଣା ଘଟାଇଥିବା ପିକଅପ୍ ଘଟଣାସ୍ଥଳରୁ ଫେରା ହୋଇଯାଇଛି। ତେବେ ଏନେଇ ପୁଲିସର ମିଳିପାରିନାହିଁ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031