Legatus

ବାଇକ୍‌ରେ ଆସିଲେ, ୩ ରାଉଣ୍ଡ ଗୁଳି ମାରିଲେ ; ଯୁବ ଠିକାଦାର ମୃତ

 Breaking News

ବାଇକ୍‌ରେ ଆସିଲେ, ୩ ରାଉଣ୍ଡ ଗୁଳି ମାରିଲେ ; ଯୁବ ଠିକାଦାର ମୃତ

ବାଇକ୍‌ରେ ଆସିଲେ, ୩ ରାଉଣ୍ଡ ଗୁଳି ମାରିଲେ ; ଯୁବ ଠିକାଦାର ମୃତ
June 19
10:18 2023

ଖୋର୍ଦ୍ଧା,୧୯/୬ : ଦୁର୍ବୃତ୍ତଙ୍କ ଗୁଳିମାଡରେ ଟଳିପଡିଲେ ଠିକାଦାର। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଟାଙ୍ଗୀ ଥାନା ରାଧାମୋହନପୁର ଗାଁର ରମେଶ ରାଉତ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ରମେଶ ଓ ତାଙ୍କର ଦୁଇ ସାଙ୍ଗ ବାଇକ୍ ଯୋଗେ ଏକ ଢାବାକୁ ଖାଇବାକୁ ଯାଇଥିଲେ। ଖାଇ ସାରି ବାଇକରେ ଘରକୁ ଫେରିଲା ବେଳେ ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଛକ ନିକଟ ମୁଣ୍ଡାଳ ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କୁ ବାଟରେ ଅଟକାଇଥିଲେ।
ପରେ ଜଣେ ଦୁର୍ବୃତ୍ତ ବନ୍ଧୁକ ଗାଡ଼ି ରମେଶଙ୍କ ଉପରକୁ ୩ ରାଉଣ୍ଡ ଗୁଳିମାଡ କରିଥିଲା। ରମେଶଙ୍କ ଦେହରେ ଦୁଇ ରାଉଣ୍ଡ ଗୁଳି ବାଜି ଥିବାବେଳେ ଅନ୍ୟ ରାଉଣ୍ଡ ଗୁଳିଟି ବାଜି ନଥିଲା। ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ।
ପରେ ତାଙ୍କର ଦୁଇ ସହଯୋଗୀ ରମେଶଙ୍କୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରମେଶଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣରୁ ରମେଶଙ୍କୁ ଗୁଳିମାଡ କଲେ ଦୁର୍ବୃତ୍ତ ତାହା ସ୍ପଷ୍ଟ ହୋଇନି। ଟାଙ୍ଗୀ ପୁଲିସ ମୁଣ୍ଡାଳ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ କରୁଛି। ରମେଶଙ୍କର କାହା ସହିତ ପୂର୍ବ ଶତ୍ରୁତା ନଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ଏନେଇ ପରିବାର ଲୋକେ ଥାନାରେ କାହା ନାଁରେ ଅଭିଯୋଗ କରି ନାହାନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31