Indus Valley Times

ବାଉଁଶୁଣୀରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବ୍ୟାପକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ବାଉଁଶୁଣୀରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବ୍ୟାପକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଉଁଶୁଣୀରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବ୍ୟାପକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
July 30
10:45 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୦/୨୭ : ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡି.ଏଲ୍.ଏସ୍.ଏ.), ବୌଦ୍ଧ ପକ୍ଷରୁ ଆଜି ବାଉଁଶୁଣୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବ୍ୟାପକ ଆଇନ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଡି.ଏଲ୍.ଏସ୍.ଏ., ବୌଦ୍ଧର ସଚିବ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ରାୟଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଏବଂ ସାଧାରଣ ନାଗରିକଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା।
କାର୍ଯ୍ୟକ୍ରମରେ କିଶୋର ନ୍ୟାୟ (ଯତ୍ନ ଓ ସୁରକ୍ଷା) ଆଇନ, ଶିଶୁଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ (POSH) ଆଇନ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ଏବଂ ‘ସମାଧାନ ସମାରୋହ–୨୦୨୬’ ସମ୍ପର୍କରେ ବିସ୍ତୃତ ଆଲୋଚନା ଓ ସଚେତନତା ସୃଷ୍ଟି କରାଯାଇଥିଲା।
ଏହି ଅବସରରେ ଡି.ଏସ୍.ପି. ଶ୍ରୀମତୀ ସୁଭାସିନୀ ଟେଟେ, ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ ସନ୍ତୋଷିନୀ ଭୋଇ, ଶିଶୁ ମଙ୍ଗଳ ସମିତି (CWC)ର ସଦସ୍ୟ ରାଧାକାନ୍ତ ବାଘ, ଶିଶୁ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ୟୋମକେଶ ମଣ୍ଡଳ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ପାରାଲିଗାଲ୍ ସ୍ୱେଚ୍ଛାସେବୀ (PLVs), ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ବହୁ ସଂଖ୍ୟାରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ଅତିଥିମାନେ ନିଜ ଅଭିଭାଷଣରେ ଶିଶୁଙ୍କ ସୁରକ୍ଷା, ଶିକ୍ଷାର ମୌଳିକ ଅଧିକାର, ମହିଳାଙ୍କ ସମ୍ମାନ ଓ ସୁରକ୍ଷା, ସାମାଜିକ ନ୍ୟାୟ, ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟଙ୍କ ପାଇଁ ଆଇନଗତ ସୁରକ୍ଷା ଏବଂ ନିଶୁଳ୍କ ଆଇନ ସେବାର ଉପଯୋଗିତା ସମ୍ପର୍କରେ ବିସ୍ତୃତ ମତାମତ ରଖିଥିଲେ।
‘ସମାଧାନ ସମାରୋହ–୨୦୨୬’ ମାଧ୍ୟମରେ ଲୋକ ଅଦାଲତ ଓ ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଦ୍ୱାରା ସହଜ, ଶୀଘ୍ର ଓ ସୌହାର୍ଦ୍ୟପୂର୍ଣ୍ଣ ଉପାୟରେ ବିବାଦର ସମାଧାନ କରିବା ସହ ସମସ୍ତଙ୍କ ପାଇଁ ନ୍ୟାୟକୁ ସୁଲଭ କରିବା ଉପରେ ମଧ୍ୟ ବିଶେଷ ଗୁରୁତ୍ୱାରୋପ କରାଯାଇଥିଲା।
ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧ ପକ୍ଷରୁ ଏଭଳି ସଚେତନତା କାର୍ଯ୍ୟକ୍ରମ ଭବିଷ୍ୟତରେ ମଧ୍ୟ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗ୍ରାମାଞ୍ଚଳରେ ଜାରି ରହିବ ବୋଲି ସୂଚନା ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031