Indus Valley Times

ବାଘ ଛାଲ ଜବତ ଘଟଣା : ଦେଶୀ ବନ୍ଧୁକ ସହ ଦୁଇ ଗିରଫ

 Breaking News

ବାଘ ଛାଲ ଜବତ ଘଟଣା : ଦେଶୀ ବନ୍ଧୁକ ସହ ଦୁଇ ଗିରଫ

November 30
22:09 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୩୦/୧୧ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବନବିଭାଗ ଦ୍ବାରା ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହିତ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି ।
ଗିରଫ ହୋଇଥିବା ଯୁବକ ଜି.ଉଦୟଗିରି ଥାନା ପୁକୁଲୁଙ୍ଗିଆ ପଞ୍ଚାୟତ ମଲାନସୁଗା ଗ୍ରାମର ଭବାନୀ ଶଙ୍କର ପ୍ରଧାନ ଏବଂ ଗମ୍ଭାରୀଗୁଡା ଗ୍ରାମର ପ୍ରମୋଦ କୁମାର ପ୍ରଧାନ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଜି.ଉଦୟଗିରି ରେଞ୍ଜ ଅଧିକାରୀ କାଜଲ ନାୟକଙ୍କ ନେତୃତ୍ୱରେ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ଚାଲିଥିଲା ।
ଏହି ସମୟରେ କଳିଙ୍ଗା ବାବୁଛକ ଠାରେ ଜଣେ ବ୍ୟକ୍ତିଙ୍କୁ ସନ୍ଦେହ ଜନକ ଅବସ୍ଥାରେ ଠିଆ ହୋଇଥିବା ଦେଖି ତାଙ୍କୁ ପଚରାଉଚରା କରିଥିଲେ। ଯାଞ୍ଚ ବେଳେ ତାଙ୍କ ପାଖରେ ଥିବା ବ୍ୟାଗରୁ ଏକ କଲରାପତରିଆ ଛାଲ ମିଳିଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ ଜି.ଉଦୟଗିରି ଥାନା ପୁକୁଲୁଙ୍ଗିଆ ପଞ୍ଚାୟତ ମଲାନସୁଗା ଗ୍ରାମର ଭବାନୀ ଶଙ୍କର ପ୍ରଧାନ ବୋଲି ଜଣାପଡିଛି।
ଭବାନୀଙ୍କୁ ଜେରା କରି ଏହି କାରବାରରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଗମ୍ଭାରୀଗୁଡା ଗ୍ରାମର ପ୍ରମୋଦ କୁମାର ପ୍ରଧାନଙ୍କୁ ଗିରଫ କରିଛି ବନ ବିଭାଗ। ପ୍ରମୋଦଙ୍କ ଘରୁ ଏକ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ କରାଯାଇଛି ।
ଗିରଫ ମାନଙ୍କଠାରୁ ଏକ ମୋବାଇଲ ଏବଂ ଛୁରୀ ଜବତ ହୋଇଛି। ଜବତ ଛାଲଟି ଏକ ବୟସ୍କ କଲରାପତରିଆର ଏବଂ ପ୍ରାୟ ଦେଢ ମାସ ତଳେ ଶୀକାର କରାଯାଇଥିବା ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟେଲ । କଲରାପତରିଆର ଦୈର୍ଘ୍ୟ ୧୪୫ ସେଣ୍ଟିମିଟର ରହିଥିବା ବେଳେ ଲାଞ୍ଜର ଲମ୍ବ ୯୪ ସେଣ୍ଟିମିଟର ରହିଛି।
ଏହାର ପରୀକ୍ଷଣ ପାଇଁ କୋଲକାତା ଜେଡଏସଆଇକୁ ପଠାଯାଇଛି । ତେବେ ଏହି ବାଘ ଶୀକାରରେ ଅଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ଏବଂ ଏନେଇ ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ଡିଏଫଓ । ବନଖଣ୍ଡ କାର‌୍ୟ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଫୁଲବାଣୀ ଏସିଏଫ ମଳୟ ରଞ୍ଜନ କାଲୋ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930