Indus Valley Times

ବାଜିବ ଗୁନ୍‌ଗୁନ୍‌ଙ୍କ ସାହାନାଇ, ପଡିବ ହାତଗଣ୍ଠି ; ଅଭିସ୍ମିତଙ୍କୁ କରିବେ ଜୀବନସାଥୀ

 Breaking News

ବାଜିବ ଗୁନ୍‌ଗୁନ୍‌ଙ୍କ ସାହାନାଇ, ପଡିବ ହାତଗଣ୍ଠି ; ଅଭିସ୍ମିତଙ୍କୁ କରିବେ ଜୀବନସାଥୀ

November 30
10:15 2021

ଭୁବନେଶ୍ୱର ୩୦/୧୧: ସବୁ ପ୍ରତୀକ୍ଷା ଏବଂ କଳ୍ପନାଜଳ୍ପନାର ଅନ୍ତ ହୋଇଛି । ସବୁ ବେଳେ ଦର୍ଶକଙ୍କ ମନରେ ଯେଉଁ ପ୍ରଶ୍ନ ଉଙ୍କି ମାରୁଥିଲା, ତା’ର ପରିସମାପ୍ତି ଘଟିଛି ।
ହାତରୁ ଦି’ହାତ ହେବା ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡ ଅଭିନେତ୍ରୀ, ପ୍ରଯୋଜିକା ତଥା ସୁନ୍ଦରୀ ସଂଯୋଜିକା ଗୁନ୍ଗୁନ୍ । ମଙ୍ଗଳବାର ତାଙ୍କର ହାତଗଣ୍ଠି ପଡ଼ୁଛି । ଏନେଇ ସେ ସୋସିଆଲ୍ ମିଡିଆରେ ନିଜ ଜୀବନ ସାଥୀଙ୍କ ସହ ଫଟୋ ଶେୟାର କରି ସୂଚନା ଦେଇଛନ୍ତି ।
ଅଭିସ୍ମିତଙ୍କ ସହିତ ଗୁନ୍‌ଗୁନ୍‌ ମାନେ ଅଭିଗୁନ୍ ଲେଖି ବାହାଘର ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇଛନ୍ତି । କରୋନା କଟକଣା ମଧ୍ୟରେ ବାହାଘର ଟଙ୍କପାଣି ରୋଡ୍ ସ୍ଥିତ କେଏମ୍ କନ୍ଭେନ୍ସନ୍(କୋହିନୂର ହଲ୍)ରେ ଆୟୋଜିତ ହେଉଛି । ଏକ ନୂଆ ଜୀବନ ଯାତ୍ରାର ଶୁଭାରମ୍ଭ କରିବାକୁ ଯାଉଥିବା ଗୁନ୍ଗୁନ୍ ସମସ୍ତଙ୍କ ସମର୍ଥନ ଓ ଆଶୀର୍ବାଦ ଲୋଡ଼ିଛନ୍ତି ।
ଗୁନ୍ଗୁନ୍ କହିଛନ୍ତି, କେବେ ବି ମୁଁ ଆପଣମାନଙ୍କୁ ଭୁଲିପାରିବି ନାହିଁ । କାରଣ ସମସ୍ତେ ମୋ ବିସ୍ତାରିତ ପରିବାରର ଜଣେ ଜଣେ ସଦସ୍ୟ । ଆପଣମାନଙ୍କ ସେହି ସ୍ନେହ ଓ ଭଲପାଇବା ପୂର୍ବରୁ ଯେମିତି ଥିଲା ସେମିତି ରହିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031