Indus Valley Times

ବାଜ୍ୟାପ୍ତି ହେବ ଅର୍ଚ୍ଚନାଙ୍କ ସମ୍ପତ୍ତି, ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ ଇଡି ର ନୋଟିସ

 Breaking News

ବାଜ୍ୟାପ୍ତି ହେବ ଅର୍ଚ୍ଚନାଙ୍କ ସମ୍ପତ୍ତି, ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ ଇଡି ର ନୋଟିସ

ବାଜ୍ୟାପ୍ତି ହେବ ଅର୍ଚ୍ଚନାଙ୍କ ସମ୍ପତ୍ତି, ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ ଇଡି ର ନୋଟିସ
January 03
17:31 2023

ଭୁବନେଶ୍ବର,୩/୧: ରାଜଧାନୀ ଭୁବନେଶ୍ବରର ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସମ୍ପତ୍ତି ବାଜ୍ୟାପ୍ତ ହେବ। ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱରର ସମ୍ପତ୍ତି ବାଜ୍ୟାପ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଜେଲ ଯାଇ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରକୁ ନୋଟିସ କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ। ଏଥିପାଇଁ ଦିଲ୍ଲୀ ଆଡଜୁଡିକେଟିଂ ଅଥରିଟିଙ୍କୁ ଜଣାଇଥିଲା ଇଡି । ଜବତ ହୋଇଥିବା ସମ୍ପତି କାହିଁକି ବାଜ୍ୟାପ୍ତ ହେବ ନାହିଁ, ସେ ନେଇ ତିନି ଜଣଙ୍କୁ ନୋଟିସ୍ ପଠାଇଛି ଇଡି । ସେପଟେ ମନି ଲଣ୍ଡରିଂ ଅର୍ଚ୍ଚନା ନାଗଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ଜେଲ ପଠାଯାଇଥିଲା ।
ସୂଚନାଯୋଗ୍ୟ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ବର ପାତ୍ର ଏବେ ଝାରପଡ଼ା ଜେଲରେ ଅଛନ୍ତି। ଅର୍ଚ୍ଚନା ନାଗ ମାମଲା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି। କମ ସମୟ ମଧ୍ୟରେ ଅର୍ଚ୍ଚନା ନାଗ କେମିତି କୋଟିପତି ହୋଇପାରିଲା ସେ ନେଇ ଇଡି ତଦନ୍ତ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031