Indus Valley Times

ବାଣପୁର ଘଟଣାକୁ ଯେତେ ନିନ୍ଦା କଲେ ବି କମ୍- ବିଜେଡି

 Breaking News

ବାଣପୁର ଘଟଣାକୁ ଯେତେ ନିନ୍ଦା କଲେ ବି କମ୍- ବିଜେଡି

ବାଣପୁର ଘଟଣାକୁ ଯେତେ ନିନ୍ଦା କଲେ ବି କମ୍- ବିଜେଡି
March 12
15:30 2022

ଭୁବନେଶ୍ବର, ୧୨/୩: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ କାର୍ଯ୍ୟକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜେଡି। ବାଣପୁରରେ ଗାଡ଼ି ଚଢ଼ାଇବା ଘଟଣା ଉପରେ ପ୍ରତିକ୍ରିୟା ରଖି ବିଜେଡିର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ କାର୍ଯ୍ୟ ଅତି ବୀଭତ୍ସ ଏବଂ ବର୍ବରୋଚିତ।
ବର୍ବାରୋଚିତ କାଣ୍ଡ ଘଟାଇବା ଦୁର୍ଭାଗ୍ୟଜନକ। ଏଭଳି କାର‌୍ୟ୍ୟକୁ ବିଜେଡି ତୀବ୍ର ନିନ୍ଦା କରୁଛି। ଘଟଣା ଅତ୍ୟନ୍ତ ଲୋମହର୍ଷଣକାରୀ ଓ ବୀଭତ୍ସ।। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଅତୀତରେ ଦଳ ତାଙ୍କୁ ଏଭଳି ନିଲମ୍ବନ କରିଛି।
ପୁଲିସ ଏବଂ ପ୍ରଶାସନ ଦୃଢତାର ସହ କାର‌୍ୟ୍ୟ କରିବା ସହ ଆଇନଗତ ଭାବେ ଦୃଢତାର ସହ କାର‌୍ୟ୍ୟ କରିବ। ଆଶା କରୁଛୁ ତାଙ୍କ ବିରୋଧରେ କଡ଼ା କାର‌୍ୟ୍ୟାନୁଷ୍ଠାନ ନିଆଯିବ। ଏହାଛଡ଼ା ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଡକ୍ଟର ସସ୍ମିତ ପାତ୍ର।
ସୂଚନାଯୋଗ୍ୟ, ଆଜି ବାଣପୁର ବ୍ଲକ ଅଫିସରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବିଜେପି କର୍ମୀମାନେ ଏକ ଶୋଭାଯାତ୍ରାରେ ଯାଉଥିଲେ। ଏହି ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ସେମାନଙ୍କ ଉପରେ ଚଢ଼ିଯିବାରୁ ୧୫ ଜଣ ବିଜେପି କର୍ମୀ, ୯ ଜଣ ପୁଲିସ କର୍ମଚାରୀ ଓ ଜଣେ ବିଜେଡି କର୍ମୀ ଆହତ ହୋଇଛନ୍ତି।
ଏହି ଘଟଣାରେ ଦୁଇ ଜଣ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି। ଘଟଣାପରେ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କ ଉପରେ ଆକ୍ରମଣ କରିଥିଲେ। ତେବେ ପୁଲିସ ତାଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରି ଟାଙ୍ଗୀ ଡାକ୍ତରଖାନାକୁ ପଠାଇଛି। ଏହାପରେ ଲୋକେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ବାଡ଼େଇ ଚୁରମାର କରିଦେଇଛନ୍ତି।
ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ଏସଡିପିଓ ମାନସ ବାରିକଙ୍କ ନେତୃତ୍ବରେ ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଏହି ଘଟଣାରେ ସ୍ଥାନୀୟ ପୁଲିସ ଆଇଆଇସିଙ୍କୁ ବି ଆକ୍ରମଣ ହୋଇଥିବା ସୂଚନା ରହିଛି।
ସ୍ଥାନୀୟ ଲୋକଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ନିର୍ବାଚନ ମଣ୍ଡଳୀ ନିଜେ ଗାଡ଼ି ଚଳାଇ ଯାଉଥିଲେ ଓ ତାଙ୍କ ଗାଡ଼ି ଶୋଭାଯାତ୍ରାରତ ବିଜେପି କର୍ମୀଙ୍କ ଉପରେ ଚଢ଼ିଯିବା ଫଳରେ ଏଥିରେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031