Indus Valley Times

ବାତ୍ୟା ଗୁଲାବ୍‌: ରାତି ୯ଟା ପରେ ଛୁଇଁପାରେ ସ୍ଥଳଭାଗ

 Breaking News

ବାତ୍ୟା ଗୁଲାବ୍‌: ରାତି ୯ଟା ପରେ ଛୁଇଁପାରେ ସ୍ଥଳଭାଗ

ବାତ୍ୟା ଗୁଲାବ୍‌: ରାତି ୯ଟା ପରେ ଛୁଇଁପାରେ ସ୍ଥଳଭାଗ
September 26
12:39 2021

ଭୁବନେଶ୍ବର,୨୬/୯: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ‘ଗୁଲାବ୍’ ଗୋପାଳପୁରଠାରୁ ୧୮୦ କିଲୋମିଟର ଦୂରରେ ରହିଛି। ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ‘ଗୁଲାବ୍’ ଗତି କରୁଛି। ବର୍ତ୍ତମାନ ଏହାର ଗତିପଥକୁ ଡପଲର୍ ରାଡାର ସାହାଯ୍ୟରେ ଅନୁଧ୍ୟାନ କରାଯାଉଛି। ବିଶାଖପାଟଣାସ୍ଥିତ ପାଣିପାଗ ବିଭାଗର ଡପଲର୍ ରାଡାର ଏବଂ ଗୋପାଳପୁରସ୍ଥିତ ଡପଲର୍ ରାଡାର ଜରିଆରେ ବାତ୍ୟାର ପର‌୍ୟ୍ୟବେକ୍ଷଣ ଜାରି ରହିଛି। ରାତି ୯ଟା ପରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଉଛି।
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଏହି ସାମୁଦ୍ରିକ ବାତ୍ୟା ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳରେ ହାଲକା ଓ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଯାଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031