Indus Valley Times

ବାମଣ୍ଡାରେ ସାର କଳାବଜାରୀ ଆଶଙ୍କା

 Breaking News

ବାମଣ୍ଡାରେ ସାର କଳାବଜାରୀ ଆଶଙ୍କା

July 28
14:57 2020

ବୈାଦ୍ଧ,୨୮/୭: ବୈାଦ୍ଧ ଜିଲ୍ଲାରେ ବର୍ତ୍ତମାନ କମ ବୃଷ୍ଟିପାତ ଥିବା ସ୍ୱତ୍ତେ ଚାଷୀ ତାର ଚାଷ କାମ ଯୋରସରରେ ଆଗେଇ ନେଉଛି । କାଳେ ବର୍ଷା ହେଲେ ଅମଳ ଭଲ ହେବ ବୋଲି । ବର୍ତ୍ତମାନ ସାରର ମଧ୍ୟ ଅଧିକ ଆବଶ୍ୟକତା ରହିଥିବା ବେଳେ କୃଷି ବିଭାଗ ପକ୍ଷରୁ ସୋସାଇଟି ଓ ଡିଲର ମାନଙ୍କ ପାଖରେ ସାର ମହଜୁଦ ରଖିବା ପାଇଁ ଉଦ୍ୟମ ଜାରି ରହିଛି । ଏପରିସ୍ଥଳେ ଜିଲ୍ଲାରେ ବହୁ ବେପାରୀ ବିଭିନ୍ନ ସ୍ଥାନରୁ ସାର ଆଣି ଚଡା ଦରରେ ଚାଷୀଙ୍କୁ ବିକ୍ରି କରୁଥିବାର ଅଭିଯୋଗ ହେଉଛି । ଏପରିକି ଗତକାଲି ବାମଣ୍ଡାରେ ଏକ ଟ୍ରକରେ ସାର ଅଣାଯାଇ ଜୈନେକ ବ୍ୟକ୍ତିଙ୍କ ଘରେ ଅନଲୋଡ କରାଯାଉଥିବା ବେଳେ ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏତେ ପରିମାଣର ସାର କିପରି ଏଠାକୁ ଆସିଲା ତାହା ଚଢାଦରରେ ବିକ୍ରି କରାଯିବା ନେଇ ସନ୍ଦେହ କରିଛନ୍ତି । ଏନେଇ ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କୁ ପଚାରିବାରୁ ଘଟଣାର ସତ୍ୟସତ୍ୟକୁ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031