Indus Valley Times

ବାରବାଟୀ ଦିନିକିଆ: ଫେବ୍ରୁଆରି ୨ରେ ଅନ୍‌ଲାଇନ୍‌, ୫-୬ରେ କାଉଣ୍ଟର ଟିକେଟ୍‌

 Breaking News

ବାରବାଟୀ ଦିନିକିଆ: ଫେବ୍ରୁଆରି ୨ରେ ଅନ୍‌ଲାଇନ୍‌, ୫-୬ରେ କାଉଣ୍ଟର ଟିକେଟ୍‌

January 24
19:35 2025

କଟକ,୨୪/୧ : କଟକ ବାରବାଟୀ କ୍ରିକେଟ ଷ୍ଟାଡିୟମ୍‌ରେ ଆୟୋଜିତ ହେବାକୁ ଯାଉଥିବା ଭାରତ-ଇଂଲଣ୍ଡ ଦିନିକିଆ ଦିବାରାତ୍ର କ୍ରିକେଟ୍ ମ୍ୟାଚ୍‌ର ଟିକେଟ୍ ବିକ୍ରି ନେଇ ତାରିଖ ଘୋଷଣା ହୋଇଛି। କ୍ରିକେଟ୍‌ପ୍ରେମୀମାନେ ଆସନ୍ତା ୨ରୁ ଟିକେଟ ବୁକିଂ କରିବେ। ଅନଲାଇନରେ ୪ ହଜାର ଟିକେଟ୍ ଉପଲବ୍ଧ ହେବ।।
୫-୬ରେ କାଉଣ୍ଟରରୁ ଟିକେଟ୍ କିଣିପାରିବେ। ୫ ଓ ୬ରେ କାଉଣ୍ଟରରେ ଟିକେଟ ବିକ୍ରୀ ହେବ। ଏନେଇ ସୂଚନା ଦେଲେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର‌୍ୟ୍ୟବଂଶୀ ସୂରଜ। ଚଳିତ ଥର ଷ୍ଟାଡିୟମରେ ଫ୍ୟାନ୍ ପାର୍କର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନା ଥାଉକି ଚଳିତ ବର୍ଷ ନୂତନ ସ୍ଥାନରେ ଗ୍ୟାଲେରୀ ଟିକେଟ୍ ବିକ୍ରି କରିବାକୁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରୁଛି କମିଶନରେଟ୍ ପୋଲିସ । ବାରବାଟୀ ଦିନିକିଆରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ବ୍ୟବସ୍ଥା, ଜନ ସାଧାରଣଙ୍କ ସୁରକ୍ଷା ସହ ଦର୍ଶକ କିଭଳି ଭଲ ଭାବରେ ଖେଳ ଦେଖି ଫେରିବେ ସେନେଇ ବ୍ୟବସ୍ଥା ହୋଇଛି ।
ଓସିଏ ନିର୍ଦ୍ଧାରିତ ଟିକେଟ ମୂଲ୍ୟ ଧାର‌୍ୟ୍ୟ ହୋଇଛି। ଗ୍ୟାଲେରୀ ୧ ଓ ୩ ନଂ ମୂଲ୍ୟ ୧୨୦୦ ଟଙ୍କା ରହିଥିଲା, ତାହା ୧୦୦ ଟଙ୍କା ହ୍ରାସ ହୋଇ ୧୧୦୦ ଟଙ୍କା କରାଯାଇଛି । ସେମିତି ଗ୍ୟାଲେରୀ ୫ର ମୂଲ୍ୟ ୧୫୦୦ରୁ ୧୨୦୦ ଟଙ୍କା, ଗ୍ୟାଲେରୀ ୨ ଓ ୪ର ମୂଲ୍ୟ ୧୦୦୦ରୁ ୯୦୦ ଟଙ୍କା, ଗ୍ୟାଲେରୀ ୭ର ମୂଲ୍ୟ ୮୦୦ରୁ ୭୦୦ ଟଙ୍କା, ସ୍ପେଶିଆଲ ଏନକ୍ଲୋଜର ୭୦୦୦ରୁ ୬୦୦୦ ଟଙ୍କା, ଏସି ଗ୍ୟାଲେରୀ ବକ୍ସ ୯୦୦୦ରୁ ୮୦୦୦ ଟଙ୍କା, କର୍ପୋରେଟ ବକ୍ସ ୨୦୦୦୦ ଟଙ୍କା ଏବଂ ନ୍ୟୁପାଭିଲିୟନ ୧୦୦୦୦ ଟଙ୍କା ରଖାଯାଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031