Indus Valley Times

ବାଲାଜୀ ନର୍ସିଂ କଲେଜରେ ବନମହୋତ୍ସବ ପାଳିତ

 Breaking News

ବାଲାଜୀ ନର୍ସିଂ କଲେଜରେ ବନମହୋତ୍ସବ ପାଳିତ

ବାଲାଜୀ ନର୍ସିଂ କଲେଜରେ ବନମହୋତ୍ସବ ପାଳିତ
July 02
12:47 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର/ପୁଇଁନ୍ତଲା, ୨/୭ : ସ୍ଥାନୀୟ ୨୬ ନମ୍ବର ଜାତୀୟ ରାଜପଥ ରେ ଉପସ୍ଥିତ ବାଲାଜୀ କଲେଜ ଅଫ ନର୍ସିଂ ରେ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଭିଳାଷ ଅଗ୍ରୱାଲ ଙ୍କ ସଂଯୋଜନା ରେ ବନମହୋତ୍ସବ ପାଳିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବନ ଅଧିକାରୀ(ଡିଏଫ୍ଓ) ଶ୍ରୀଯୁକ୍ତ ଅଜିତ କୁମାର ବିଶି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ସମାଜ ସେବୀ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ କେଡିଆ ଯୋଗ ଦେଇଥିଲେ।
ସମ୍ମାନିତ ଅତିଥି ଭାବରେ ବାଲାଜୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ କୈଳାସ ଅଗ୍ରୱାଲ ଏହି ବନମହୋତ୍ସବ କାର୍ଯ୍ୟକ୍ରମ ରେ ଯୋଗଦେଇ ଜଙ୍ଗଲ ର ସୁରକ୍ଷା ଉପରେ ସମ୍ୟକ୍ ଧାରଣା ଦେଇଥିଲେ।ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା ବୋଲି ଉଦବୋଧନ ଦେଇଥିଲେ।
ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ସୁରେଶ ଷଡ଼ଙ୍ଗୀ,ବି.ଆଇ.ଏସ ପ୍ରିନ୍ସିପାଲ ଶ୍ରୀଯୁକ୍ତ ସଞ୍ଜୟ ମିଶ୍ର ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ନର୍ସିଂ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଦେବାଶିଷ ପାଣ୍ଡିଆ ପରିଚାଳନା କରିଥିଲେ।
ବର୍ତ୍ତମାନ ଜଙ୍ଗଲ ଉଜୁଡ଼ି ଯାଉଥିବା ବେଳେ ପରିବେଶ ଉପରେ ବିଶେଷ ପ୍ରଭାବ ପଡୁଛି। ଏଥିପାଇଁ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଉଛି।
ଏହାକୁ ରୋକିବା ପାଇଁ ଏବଂ ଅମ୍ଳଜାନ ଅଭାବ ରୁ କାହାରି କୁ ଅସୁବିଧା ନ ହେବା ପାଇଁ ବୃକ୍ଷ କୁ ପ୍ରକୃତି ର ସାଥୀ ଭାବେ ଆପଣେଇ ନେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଆହ୍ବାନ କ୍ରମେ ଓ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଙ୍କ ନିର୍ଦ୍ଦେଶାନୁସାରେ ମାଁ ପାଇଁ ଗଛ ଟିଏ ପଣ ରେ ସବୁ ଛାତ୍ର ଛାତ୍ରୀ ଆଗାମୀ ଦିନରେ ସବୁଜ ବନାନୀ ରେ ଭରପୁର କରିବେ ବୋଲି ଶପଥ ନେଇଥିଲେ।
ଏହାପରେ ଜିଲ୍ଲା ରେଞ୍ଜ ଅଧିକାରୀ ମାନଙ୍କ ସହିତ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷରୋପଣ କରିଥିଲେ। ସମସ୍ତ ଅତିଥି,ଛାତ୍ର ଛାତ୍ରୀ,ଅଧ୍ୟାପକ,ଅଧ୍ୟାପିକା,ଶିକ୍ଷକ,ଶିକ୍ଷୟତ୍ରୀ ତଥା କଲେଜ୍ ଏବଂ ସ୍କୁଲ ର ସମସ୍ତ କର୍ମଚାରୀ ଙ୍କ ମିଳିତ ସହଯୋଗ ରେ ବନ ମହୋତ୍ସବ କାର୍ଯ୍ୟକ୍ରମ ବାଲାଜୀ କଲେଜ୍ ପରିସରରେ ସଫଲତା ର ସହ ପାଳିତ ହୋଇଥିବାରୁ କଲେଜ୍ ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଭିଳାଷ ଅଗ୍ରୱାଲ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930