Legatus

ବାଲିଗୁଡ଼ାରୁ ଉତ୍ତର -ପଶ୍ଚିମ ଓଡ଼ିଶାର ପ୍ରମୁଖ ସହରକୁ ସରକାରୀ ବସ ଚଳାଚଳ ପାଇଁ ଦାବୀ

 Breaking News

ବାଲିଗୁଡ଼ାରୁ ଉତ୍ତର -ପଶ୍ଚିମ ଓଡ଼ିଶାର ପ୍ରମୁଖ ସହରକୁ ସରକାରୀ ବସ ଚଳାଚଳ ପାଇଁ ଦାବୀ

October 15
19:10 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୫/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ହେଉଛି ଓଡିଶା ର ବୃହତ୍ତମ ଉପଖଣ୍ଡ ଓ ବିଜ୍ଞାପିତ ଅଞ୍ଚଳର ମାନ୍ୟତା ପାଇସାରିଛି, କିନ୍ତୁ ଏଠାରେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ସାଙ୍ଗକୁ ସ୍ଥାନୀୟ ଜନସାଧାରଣଙ୍କ ସରଳତାର ସୁଯୋଗ ନେଇ ସବୁ କିଛି ଅଭାବ ଅସୁବିଧା ଓ ସମସ୍ୟା ମଧ୍ୟରେ ଗତି କରି ଚାଲିଛି ।
ସେଥି ମଧ୍ୟରେ ଖୋଦ ବାଲିଗୁଡା ଠାରୁ ଉତ୍ତର-ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡା ଏବଂ ସମ୍ବଲପୁର ଭଳି ବିଭିନ୍ନ ସହରକୁ ଯିବା ଆସିବା କରିବା ପାଇଁ ସିଧା ସଳଖ ଗମନାଗମନର କୌଣସି ସୁବିଧା ନାହିଁ କ୍ଷ ଛାତ୍ରଛାତ୍ରୀ ମାନେ ରାଉରକେଲା ନିଟ , ସମ୍ବଲପୁର ବିଶ୍ୱ ବିଦ୍ୟାଳୟ, ବୁର୍ଲା ମେଡିକାଲ କଲେଜ ଏବଂ ଏଠାରେ ବସବାସ କରୁଥିବା ଉକ୍ତ ଅଞ୍ଚଳର ଜନସାଧାରଣ ତଥା ବାସିନ୍ଦା ମାନେ ବାଲିଗୁଡା ଅଞ୍ଚଳରୁ ଯିବା ଆସିବା କରି ପାଠ ପଢିବା ସହ ଯାତାୟାତରେ ଘୋର ବ୍ୟାହତ ସୃଷ୍ଟି ହେଉଛି ।
ବିଶେଷ କରି ଏଠାରୁ ଗରିବ ହରିଜନ ଆଦିବାସୀ ଭାଇଭଉଣୀ ମାନେ ଜରୁରୀ କାଳୀନ ସମୟରେ ବୁର୍ଲା ମେଡିକାଲକୁ କୌଣସି ରୋଗୀକୁ ନେଇ ଚିକିତ୍ସା କରିବା ମଧ୍ୟ ସମ୍ଭବ ପର ହେଉନି । ଏହି ସବୁ ଅସୁବିଧା ନେଇ ସର୍ବସାଧାରଣଙ୍କ ମନରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବାରେ ଲାଗିଲାଣି ।
ବର୍ତ୍ତମାନ ସରକାର ଲୋକଙ୍କ ଗମନାଗମନର ସୁବିଧା ପାଇଁ ରେଳଗାଡ଼ି ଠାରୁ ଆରମ୍ଭ କରି ଉଡ଼ାଜାହାଜ ପର‌୍ୟ୍ୟନ୍ତ ସବୁ ପ୍ରକାର ସୁବିଧା କରିବା ସହ ବର୍ତ୍ତମାନ ମଧ୍ୟ ଲଷ୍ମୀ ବସର ଶୁଭାରମ୍ଭ କରିଛନ୍ତି କ୍ଷ ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡାର ବଣ ଜଙ୍ଗଲ ପାହାଡ଼ ତଳେ ବସବାସ କରୁଥିବା ଆଦିବାସୀ ହରିଜନ ତଥା ସାଧାରଣ ଜନତା ଙ୍କ ପ୍ରତି ଏ ସବୁ କ୍ଷେତ୍ରରେ ଅବହେଳା କାହିଁକି କରୁଛନ୍ତି କ୍ଷ ଆଦିବାସୀ ମାନଙ୍କ ଉନ୍ନତି ଚାଲିଛି ବୋଲି ମିଛ ପ୍ରତିଶୃତି ଦେଇ କାହିଁକି ବାଜା ପିଟୁଛନ୍ତି ବୋଲି ଅଞ୍ଚଳର ଜୈନକ ଯାତ୍ରୀ ସନ୍ୟାସୀ ନାୟକ ଅତି ଦୁଃଖର ସହ ପ୍ରକାଶ କରିଛନ୍ତି ।
ସେ ଯାହା ବି ହେଉ ଏହି ବାଲିଗୁଡ଼ାରେ ସମସ୍ତ ସରକାରୀ ବେସରକାରୀ କାର‌୍ୟ୍ୟାଳୟ ସମେତ ସବୁ ବର୍ଗର ଜନସାଧାରଣ ବସବାସ କରନ୍ତି ।
ଏ ସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପରିବହନ ବିଭାଗ ସ୍ଥାନୀୟ ଜନ ପ୍ରତିନିଧି ଏଥି ପ୍ରତି ଦୃଷ୍ଟି ଦେଇ ଖୋଦ ବାଲିଗୁଡା ଠାରୁ ଉତ୍ତର-ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ଗୁଡିକୁ ଦିନରେ ଓ ରାତିରେ ଦୁଇଟି ବସ ନିୟମିତ ଚଳାଚଳ ବ୍ୟବସ୍ଥା କରାଇଦେଲେ ସ୍ଥାନୀୟ ଜନସାଧାରଣଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବାଣିଜ୍ୟର ସମସ୍ତ ପ୍ରକାର ଉନ୍ନତି ହେବା ସଙ୍ଗେ ସଙ୍ଗେ ଅଞ୍ଚଳ ବାସୀ ଉପକୃତ ହୋଇ ପାରନ୍ତେ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।
ପୁଣି କନ୍ଧମାଳ ରୁ ଆସିଲା ବିଦ୍ୟାଳୟରେ ମଦ୍ୟପ ଶିକ୍ଷକ: ପରୀକ୍ଷା ଚାଲିଥିବା ବେଳେ ଶିକ୍ଷକ ଙ୍କ ମଦ୍ୟପାନ :
ବାଲିଗୁଡ଼ା,୧୫/୧୦: କନ୍ଧମାଳ ଜିଲ୍ଲାରେ ବିଚିତ୍ର ଶିକ୍ଷା ବ୍ୟବସ୍ଥା। ବିଦ୍ୟାଳୟ ସ୍ତରରେ ଛାତ୍ର ଛାତ୍ରୀ ମାନଙ୍କୁ କିଭଳି ଶିକ୍ଷା ଦାନ କରାଯିବ ଏଥି ନିମନ୍ତେ ଶିକ୍ଷକ ମାନଙ୍କୁ ବିଭିନ୍ନ ତାଲିମ ଦିଆଯାଇଥାଏ। କିନ୍ତୁ ସେହି ତାଲିମ ସତେ ଯେମିତି ଏକ ପ୍ରହସନ ପାଲଟି ଯାଇଛି।
ଶିକ୍ଷକ ମାନେ ଛାତ୍ର ଛାତ୍ରୀ ମାନଙ୍କୁ କଣ ଶୃଙ୍ଖଳିତ କରିବେ ନିଜେ ବିଶୃଙ୍ଖଳିତ ହୋଇ ବିଦ୍ୟାଳୟକୁ ଆସିବା ଘଟଣା ଏବେ ଛାତ୍ର ଛାତ୍ରୀ ଓ ଅଭିଭାବକ ଙ୍କ ପାଇଁ ଚିନ୍ତା ର କାରଣ ପାଲଟିଛି।
ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଅର୍ଦ୍ଧ ବାର୍ଷିକ ପରୀକ୍ଷା ଚାଲିଥିବା ବେଳେ ପ୍ରଧାନ ଶିକ୍ଷକ ମାନେ ମଦ୍ୟପାନ କରି ବିଦ୍ୟାଳୟ ଆସିବା ଘଟଣା ଏବେ ଶିକ୍ଷା ବିଭାଗର ସ୍ବଚ୍ଛତା ଉପରେ ପ୍ରଶ୍ନ ସୃଷ୍ଟି କାରିଛି। ଗୁରୁବାର ଟିକାବାଲି ବ୍ଲକ ରେ ଜଣେ ପ୍ରଧାନ ଶିକ୍ଷକ ମାତାଲ ଅବସ୍ଥାରେ ବିଦ୍ୟାଳୟ ଆସିଥିବା ବେଳେ ଉକ୍ତ ଶିକ୍ଷକଙ୍କୁ ବ୍ଲକ ଶିକ୍ଷାଧିକାରୀ ନିଲମ୍ବିତ କରିଥିବା ବେଳେ ବେଳେ ଶୁକ୍ରବାର ଦାରିଙ୍ଗବାଡି ବ୍ଲକ ତିଲୋରୀ ପାଞ୍ଚୟତ ପାଙ୍ଗାଲି ପ୍ରାଥମିକ ବିଦ୍ୟାଳୟ ର ସହକାରୀ ପ୍ରଧାନ ଶିକ୍ଷକ କପିଲ ପ୍ରଧାନ ମଧ୍ୟ ଶୁକ୍ରବାର ବିଦ୍ୟାଳୟ ରେ ପରୀକ୍ଷା ଚାଲିଥିବା ବେଳେ ମଦ୍ୟ ପାନ କରି ବିଦ୍ୟାଳୟକୁ ଆସିବା ଦେଖିବାକୁ ମିଳିଛି।
ଏହି ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀ ରୁ ପଞ୍ଚମ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ରହିଥିବା ବେଳେ ଜଣେ ସହକାରୀ ପ୍ରଧାନ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ରହିଛନ୍ତି। ଶୁକ୍ରବାର ଦିନ ୧୨ଟା ସମୟ ରେ ସହକାରୀ ପ୍ରଧାନ ଶିକ୍ଷକ ବାହାରକୁ ଯାଇ ମଦ୍ୟପାନ କରି ବିଦ୍ୟାଳୟ କୁ ଆସିଥିବା ଦେଖିବାକୁ ମିଳିଥିଲା ।
ପରୀକ୍ଷା ଚାଲିଥିବା ବେଳେ ପ୍ରଧାନ ଶିକ୍ଷକ ମଦ୍ୟପାନ କରି ବିଦ୍ୟାଳୟକୁ ଆସିବା ଘଟଣା କୁ ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରୁଛି। ଶିକ୍ଷକ ଜଣକ ଆଜି ନୁହେଁ ଅଧିକାଂଶ ଦିନ ଏଭଳି ମଦ୍ୟପାନ କରୁଥିବା କହିଛନ୍ତି।
ପାଙ୍ଗାଲି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କପିଲ ପ୍ରଧାନ ମଦ୍ୟ ପାନ କରି ବିଦ୍ୟାଳୟ କୁ ଆସୁଥିବା ସଂପର୍କ ରେ ତିଲୋରୀ ପଞ୍ଚାୟତ ସିଆରସିସି ପ୍ରଦୀପ କୁମାର ମଲ୍ଲିକ କହିଛନ୍ତି ସେ ବିଦ୍ୟାଳୟ କୁ ମଦ୍ୟପାନ କରି ଆସୁଥିବା ଅଭିଭାବକ ମାନେ କୁହନ୍ତି ଏ ସଂପର୍କ ରେ ଶିକ୍ଷକଙ୍କୁ ତାଗିଦ ମଧ୍ୟ କରା ଯାଇଛି କିନ୍ତୁ ଶିକ୍ଷକ ଜଣକ ପରିବର୍ତ୍ତନ ହେଉନାହାନ୍ତି ଏ ସଂପର୍କ ରେ ବ୍ଲକ ଶିକ୍ଷାଧିକାରୀ ଙ୍କୁ ଜଣାଇ ଦିଆଯାଇଛି।
ତେବେ ବିଦ୍ୟାଳୟ ରେ ପରୀକ୍ଷା ଚାଲିଥିବା ବେଳେ ପ୍ରଧାନ ଶିକ୍ଷକ ମଦ୍ୟପାନ କରି ଆସିଥିବାରୁ ଉଚ୍ଚ ଶିକ୍ଷାଧିକାରୀ ମାନେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।
ଚାକିରୀରୁ ନିଲମ୍ବିତ ହେଲେ ମଦୁଆ ପ୍ରଧାନ ଶିକ୍ଷକ
ବାଲିଗୁଡା,୧୫/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଗାର୍ଡିଙ୍ଗିଆ ଗ୍ରାମପଞ୍ଚାୟତର ଗାର୍ଡିଙ୍ଗିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶ୍ବିନୀ କୁମାର ନାୟକଙ୍କୁ ଗୁରୁବାର ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗନ୍ନାଥ ସାହାଣୀଙ୍କ ତଦନ୍ତ ରିପୋର୍ଟ ଆଧାରରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ନିଲମ୍ବିତ କରିଛନ୍ତି ।
ଅଶ୍ବିନୀ କୁମାର ନାୟକ ପୂର୍ବରୁ ବୁର୍ବିନାଜୁ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ ଏବଂ ୪ ମାସ ହେବ ପ୍ରଧାନ ଶିକ୍ଷକ ଭାବରେ ଗାର୍ଡିଙ୍ଗିଆ ବିଦ୍ୟାଳୟକୁ ଆସିଥିଲେ ।
କିଛି ଦିନ ତଳେ ଶିକ୍ଷକ ମାନେ ରାଜଧାନୀର ରାସ୍ତାରେ ନିଜର ହକ ପାଇଁ ଲଢେଇ କରୁଥିବା ବେଳେ ପ୍ରଧାନ ଶିକ୍ଷକ ଅଶ୍ବିନୀ ମଦ ପିଇ ମାତାଲ ହୋଇ ବିଦ୍ୟାଳୟକୁ ଯାଇଥିଲେ ଏହି ଖବର ପାଇବା କ୍ଷଣି ବିଇଓ ବିଦ୍ୟାଳୟରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930