Indus Valley Times

ବାଲିଗୁଡ଼ାରେ ଚୋର ଆତଙ୍କ: ଗୋଟିଏ ରାତିରେ ଦୁଇଟି ଦୋକାନରୁ ଚୋରୀ, କଡା ପାଟ୍ରୋଲିଂ ପାଇଁ ଦାବୀ

 Breaking News

ବାଲିଗୁଡ଼ାରେ ଚୋର ଆତଙ୍କ: ଗୋଟିଏ ରାତିରେ ଦୁଇଟି ଦୋକାନରୁ ଚୋରୀ, କଡା ପାଟ୍ରୋଲିଂ ପାଇଁ ଦାବୀ

January 30
19:41 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୩୦/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସଦର ଟାଉନରେ ଚୋର ଆତଙ୍କ । ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଦୁଇ ଦୁଇଟି ଚୋରୀ ଅଭିଯୋଗ । ଶନିବାର ରାତିରେ ଦୁଇଟି ଦୋକାନରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି ।
ଦିବାକର ସାହୁ ନାମକ ଜଣେ ବ୍ୟବସାୟୀଙ୍କ କିରାଣା ଦୋକାନରୁ ୨୫ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଚୋରୀ ହୋଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ନିକଟରେ ଥିବା ଶାନ୍ତନୁ କୁମାର ଦଣ୍ଡସେନା ନାମକ ଜଣେ ଯୁବକଙ୍କ ଜନସେବା କେନ୍ଦ୍ରରୁ କମ୍ପ୍ୟୁଟର ଟେବୁଲ୍ ସମେତ ବିଭିନ୍ନ ଆବଶ୍ୟକୀୟ କାଗଜପତ୍ର ଓ କିଛି ଟଙ୍କା ଦୁର୍ବୃତ୍ତ ଚୋରୀ କରିନେଇଥିବା ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଛି ।
ଅଭିଯୋଗ ପ୍ରକାରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ସେପଟେ ଦିନକୁ ଦିନ ସହରରେ ଛୋଟ ବଡ଼ ଚୋରି ବଢୁଥିବା ବେଳେ ସହରରେ ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଆବଶ୍ୟକ ବୋଲି ବ୍ୟବସାୟୀ ମହଲରୁ ପ୍ରବଳ ଦାବୀ ହେଉଛି କ୍ଷ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031