Indus Valley Times

ବାଲିଗୁଡ଼ାରେ ବ୍ଲକ୍ ସ୍ତରୀୟ ଆନ୍ତର୍ଜାତିକ ବାଳିକା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

 Breaking News

ବାଲିଗୁଡ଼ାରେ ବ୍ଲକ୍ ସ୍ତରୀୟ ଆନ୍ତର୍ଜାତିକ ବାଳିକା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

October 11
11:01 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୧/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ତତ୍ତ୍ଵାବଧାନରେ ବ୍ଲକ୍ ସ୍ତରୀୟ ଆନ୍ତର୍ଜାତିକ ବାଳିକା ଦିବସ ଉପଲକ୍ଷେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରତିଯୋଗିତାରେ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ବାଳିକା ପ୍ରତିଯୋଗି ଅଂଶ ଗ୍ରହଣ କରି ନିଜ ନିଜ ର ପ୍ରତିଭା ପ୍ରଦର୍ଶନ କରିଥିଲେ।
ପ୍ରତିଯୋଗିତା ଗୁଡିକୁ ପରିଚାଳନା କରିବା ପାଇଁ ବିଚାରକ ଭାବରେ ଅବସରପ୍ରାପ୍ତ ଶିକ୍ଷକ ବଂଶୀଧର ପଣ୍ଡା ଓ ବିଭିନ୍ନ ବିଦ୍ୟାଳୟର ସହକାରୀ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ସର୍ବଶ୍ରୀ ମାୟାଧର ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦୀପ୍ତିମୟୀ ରଥ, ଶ୍ରୀମତୀ ସସ୍ମିତା ପଣ୍ଡା, ଶିକ୍ଷକ ପିତବାସ ନାୟକ, ଅଶ୍ୱିନୀ ମିଶ୍ର, ମଦନମୋହନ ପଣ୍ଡା, ସହଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା ଓ ସିଆରସିସି ଅମୂଲ୍ୟ କୁମାର ନାୟକ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ରହି ତଦାରଖ କରିବା ସହ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ବିକାଶ ନାଁରେ କୋଟି କୋଟି ଖର୍ଚ୍ଚ : ବଦଳୁନି କନ୍ଧମାଳର ଭାଗ୍ୟ, ପଞ୍ଚାୟତ ଠାରୁ ଅଧା କିଲୋମିଟର ଦୂର ଉଡ୍ରାପାଙ୍ଗା ଓ ଟିଟାମାହା ଗ୍ରାମ
ବାଲିଗୁଡ଼ା ,୧୧/୧୦: ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ତଥାପି ବଦଳୁନି କନ୍ଧମାଳର ଭାଗ୍ୟ ଏବେ ବି ଚିର ଅବହେଳିତ ଅବସ୍ଥାରେ ଦିନ କାଟୁଛନ୍ତି କନ୍ଧମାଳରେ ବସବାସ କରୁଥିବା ଶତାଧିକ ଗ୍ରାମବାସୀ।
ବିକାଶ ପାଇଁ ଆସୁଥିବା ଅର୍ଥକୁ ଠିକ ଭାବେ ବ୍ଲକ ଅଧିକାରୀ ତଦାରଖ କରୁନଥିବାରୁ ତଳିଆ ଯନ୍ତ୍ରୀ ଓ ପଞ୍ଚାୟତ ଅଧିକାରୀ ମିଳିମିଶି ଅର୍ଥକୁ ବାଟମାରଣା କରୁଛନ୍ତି।
କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ଜିଲ୍ଲା ଅଧିକାରୀଙ୍କ ନିକଟରେ ଠିକ୍ ଭାବେ ତଥ୍ୟ ପହଞ୍ଚି ପାରୁନାହିଁ। ପ୍ରକଳ୍ପ ବାସ୍ତବରେ କାର୍ଯ୍ୟକାରୀ ହେଉଛି ନା ବନ୍ଦ ହୋଇଗଲାଣି ।
ଏହି ଖବର ଜିଲ୍ଲା ପ୍ରଶାସନ ପାଖରେ ନାହିଁ। ସମୀକ୍ଷା ତ ଦୂରର କଥା, ତଦାରଖ ବି ହେଉନି। ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି! ହେଲେ ବ୍ଲକ ପ୍ରଶାସନର ଆନ୍ତରିକତା ଓ ଦୂରଦୃଷ୍ଟି ଅଭାବରୁ ସେମାନଙ୍କ ଭାଗ୍ୟ ଯେମିତି ସେମିତିରେ ରହିଯାଇଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲିଗୁଡ଼ା ବ୍ଲକ ପରମପାଙ୍ଗା ପଞ୍ଚାୟତ ସଦର ମହକୁମା ଠାରୁ ଅଧା କିଲୋମିଟର ଦୂରରେ ଥିବା ଉଡ୍ରାପାଙ୍ଗା ଓ ଟିଟମାହା ଗ୍ରାମ । ୫୯ ନଂ. ଜାତୀୟ ରାଜପଥ କଡ଼ରୁ ଅଧା କିଲୋମିଟର ଦୂର ଯିବାକୁ ବାଟରେ ଏକ ପାହାଡ଼ିଆ ନାଳ ପଡେ ।
ନାଳ ଉପରେ ଏକ ପୋଲ ନିର୍ମାଣ ପାଇଁ ଦୀର୍ଘ ବର୍ଷ ହେଲା ଦାବୀ ହୋଇ ଆସୁଥିବା ବେଳେ କିଛି ବର୍ଷ ପୂର୍ବେ ଏକ ପୋଲ ନିର୍ମାଣ ହେଲା କିନ୍ତୁ ସେହି ପୋଲ ଦେଇ ପାଣି ନ ଯାଇ ଅନ୍ୟ ବାଟ ଦେଇ ଯାଉଥିବା ରୁ ସେହି ପୋଲ ଟି ରେ ଖର୍ଚ୍ଚ ହୋଇଥିବା ଲକ୍ଷ ଲକ୍ଷ ଟଙ୍କା ପାଣି ରେ ପଡ଼ିଲା ଯାହା ବ୍ୟବହାର ରେ ଲଗିପାରିଲା ନାହିଁ।
ଏହା ଭୁଲ ସ୍ଥାନ ରେ ନିର୍ମାଣ ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିବାକୁ ନଥିଲେ। ଯାହା ଫଳରେ ଉଡ୍ରାପାଙ୍ଗା ଓ ଟିଟମାହା ଗ୍ରାମ ଏହି ଦୁଇ ଗାଁ ର ଲୋକଙ୍କ ସମସ୍ୟା ଲାଗିରହିଛି।
ବର୍ଷା ହେଲେ ନାଳ ଉପରେ ବଡ଼ କାଠ ଗଣ୍ଡି ଓ ତାର ଟାଣି ଯିବା ଆସିବା କରିଥାନ୍ତି। ନାଳ ପାର ହେଲେ ପଞ୍ଚାୟତ ରୁ ଚାଉଳ ହେଉକି ପିଲା ମାନେ ପାଠପଢିବାକୁ ସ୍କୁଲ କଲେଜ କୁ ଯିବା ଠାରୁ ଆରମ୍ଭ କରି ମେଡ଼ିକାଲ ଓ ବଜାର ଘାଟକୁ ମଧ୍ୟ ଏହି ରାସ୍ତା ସାହା ଭରସା।
ରାସ୍ତା ନଥିବାରୁ ୧୦୮ଆମ୍ବୁଲାନ୍ସ ଯାଇ ପାରୁନଥିବାରୁ ରୋଗୀ ମାନଙ୍କୁ ଖଟିଆ ରେ ବୋହି ଜାତୀୟ ରାଜପଥ କଡ଼କୁ ଆସିଲେ ଆମ୍ବୁଲାନ୍ସ ସେବା ମିଳିପାରେ।
ଏହି ଦୁଇ ଗାଁରେ ପାଖା ପାଖି ଥିବା ବେଳେ ୩୦ରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ଗାଁ ରେ ସ୍କୁଲ, ଅଙ୍ଗନୱାଡ଼ି କେନ୍ଦ୍ର ଟିଏ ନାହିଁ। ୨’ରୁ ୩କିଲୋମିଟର ଗଲେ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ରହିଛି।
ଗାଁ ରେ ପିଇବା ପାଣି ସମସ୍ୟା କହିଲେ ନ ସରେ ଗୋଟିଏ ନଳକୂପ ରହିଛି ଯାହାର ପାଣି ଜଙ୍ଗ ଲଗା ପାଣି ସାଙ୍ଗକୁ ମାଟିଆ ପାଣି ବାହାରୁଥିବାରୁ ତାହାକୁ ଛାଣି ବ୍ୟବହାର କରୁଛନ୍ତି ନହେଲେ ନିକଟସ୍ଥ ଚୁଆଁ ପାଣି ହି ଭରସା ବୋଲି ଗ୍ରାମର ରିଙ୍କି ଦିଗାଲ, କାଲେ ଦିଗାଲ, ଦିଶାଲି ଦିଗାଲ, ଶଙ୍କର ଦିଗାଲ, ରାଜେନ୍ଦ୍ର ମଲ୍ଲିକ,ମାକନା ମଲ୍ଲିକ, ଯୁଦାଶ ଦିଗାଲ ପ୍ରମୁଖ ପ୍ରକାଶ କରିଛନ୍ତି ।
ଏହି ଦୁଇ ଗ୍ରାମର ରାସ୍ତା ସମସ୍ୟା ସଂପର୍କ ରେ ବାଲିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ଶେଖର ପାତ୍ର ଙ୍କ ସହ ଯୋଗା ଯୋଗ କରିବା ପରେ ସେ ପଞ୍ଚାୟତ ଗ୍ରାମ ସେବକ ଓ ଯନ୍ତ୍ରୀ ଙ୍କ ସହ ଆଲୋଚନା କରି ଖୁବ ଶୀଘ୍ର ଉକ୍ତ ଗ୍ରାମକୁ ରାସ୍ତା ଓ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଦେବା ପାଇଁ କହିବା ସହ ଖୁବ ଶିଘ୍ର ସେହି ଗ୍ରାମବାସୀଙ୍କ ସମସ୍ୟା ଦୂର କରାଯିବ ବୋଲି କହିଛନ୍ତି।
ବାଲିଗୁଡାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ
ବାଲିଗୁଡା, ୧୧/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ନୂଆସାହି ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ (କେଜିବିଭି) ରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୌରୀ ଶଙ୍କର ପାଢ଼ୀଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି।
ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଳରାମ ବେହେରା ଯୋଗ ଦେଇଥିବା ବେଳେ ଵିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ରେଣୁକା ବତୀ ସାହାଣୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିଵେଷଣ ହୋଇଥିଲା।
ଏଥିରେ ୯ ଟି ଵିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ବିଭିନ୍ନ ବିଭାଗ ସ୍ତରୀୟ ପ୍ରବନ୍ଧ, ଚିତ୍ରାଙ୍କନ, ବକୃତା, କୁଟପ୍ରଶ୍ନ, ନୃତ୍ୟ ସଙ୍ଗୀତ ଓ ମିଲେଟ ମିଶନ ଭଳି ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରାଯାଇଥିଲା ।
ଅପରାହ୍ନରେ ଆୟୋଜିତ ଉଦଯାପନୀ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଂଶୀଧର ସାହୁ ଯୋଗ ଦେଇଥିଲେ ।
ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ ରାଜ କିଶୋର ସାହୁ, ପ୍ରହ୍ଲାଦ ପ୍ରସାଦ ଲେଙ୍କା, ବଂଶୀଧର ପଣ୍ଡା, ରଶ୍ମି ରଞ୍ଜନ ମହାରଣା ଓ କାଳୀ ଚରଣ ମହାପାତ୍ର ଉପସ୍ଥିତ ରହି ଦାୟିତ୍ୱ ନିର୍ବାହ କରିଥିଲେ ।
ଆୟୋଜିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ପ୍ରଦାନ କରିଥିଲେ ।
ଏଥିରେ ଦୟାନିଧି ମହାରଣା ,ପବିତ୍ର ମୋହନ ପାଢ଼ୀ ଓ ତପନ ଦିଗାଲ ମଞ୍ଚ ପରିଚାଳନା କରିଥିବା ବେଳେ ଚନ୍ଦ୍ରଭାନୁ ଭୋଇ ସହଯୋଗ କରିଥିଲେ ।
ରଞ୍ଜିତ କୁମାର ପଣ୍ଡା, ସୁନୀଳ ନାୟକ ଓ ଶୁକଦେବ ନାୟକ ଙ୍କ ସମେତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଶ୍ରୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031