Indus Valley Times

ବାଲିଗୁଡାରେ କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

 Breaking News

ବାଲିଗୁଡାରେ କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ବାଲିଗୁଡାରେ କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି
May 13
21:53 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୩/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୋଟ ୭୩ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୫୫ଟି ବ୍ୟକ୍ତିଗତ ଓ ୧୮ଟି ସାମୂହିକ ଅଭିଯୋଗ ରହିଥିଲା।
ଏହି ଅଭିଯୋଗ ଶୁଣାଣି ରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ,ଆରକ୍ଷୀ ଅଧିକ୍ଷକ ହରିଶ ବିସି, ବାଲିଗୁଡା ଉପଜିଲ୍ଲାପାଳ ପ୍ରଣୀତା ଦାସ ,ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ଼ା.ସନ୍ତୋଷ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସିନ ରହି ଲୋକଙ୍କ ଅଭିଯୋଗ ଶୁଣାଣି କରି ସମାଧାନ କରିଥିଲେ । ଏହି ଅଭିଯୋଗ ଶୁଣାଣି ରେ ଜମିହୀନ ଓ ବସୁନ୍ଧରା ରେ ନୂତନ ହିତାଧିକାରୀ ମାନଙ୍କୁ ପଟା ପ୍ରଦାନ କରିଥିଲେ ।
ଏହି ଅଭିଯୋଗ ଶୁଣାଣି ରେ ବାଲିଗୁଡା ପ୍ରକଳ୍ପ ପ୍ରଶାସକ ଆଇଟିଡିଏ କୃପାସିନ୍ଧୁ ବେହେରା, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ବିଡ଼ିଓ ଅକ୍ଷୟ କୁମାର ମଳିକ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ଏଥିରେ ରାସ୍ତାଘାଟ, ମୋବାଇଲ ଟାୱାର,ଆବାସ ଯୋଜନା, ଭତ୍ତା, ଭିନ୍ନ କ୍ଷମ ସାର୍ଟିଫିକେଟ ସମେତ ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କ ରେ ଅଭିଯୋଗ ଆସିଥିଲା । ଜିଲ୍ଲାପାଳ ବେଦ ଭୂଷଣ ନୂତନ ଅଭିଯୋଗ ଶୁଣିବା ସହିତ ପୂର୍ଵ ଅଭିଯୋଗ ଗୁଡିକ ର ମଧ୍ୟ ସମାଧାନ କରିଥିଲେ ।
ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ : ଆଗକୁ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ, ବିଜେପି ,ବିଜେଡି ଓ କଂଗ୍ରେସ ପ୍ରମୁଖ ତିନି ଦଳ ର ସଂଗଠନ ଅସଜଡ଼ା !
ବାଲିଗୁଡା, ୧୩/୫ : ଆଉ କେଇଟା ମାସ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଏନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହେଲାଣି । କନ୍ଧମାଳ ଜିଲ୍ଲାର ବାଲିଗୁଡା ବିଧାନସଭା କ୍ଷେତ୍ର ରେ ରହିଥିବା ୫ ଟି ଜିଲ୍ଲା ପରିଷଦରେ ୫୫ ଟି ଗ୍ରାମ ପଞ୍ଚାୟତ ରହିଛି ।
କିନ୍ତୁ ବର୍ତ୍ତମାନ ର ଶାସକ ବିଜେପି ଦଳ ଠାରୁ ଆରମ୍ଭ କରି ବିଜେଡି ଓ କଂଗ୍ରେସ ଦଳ ର ସଂଗଠନ ଅସଜଡ଼ା ରହିଥିବା ରାଜନୈତିକ ଆଲୋଚକ ମାନେ ବିଭିନ୍ନ ସ୍ଥାନରେ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି । ଏହି ଅଞ୍ଚଳ ଦୁଇ ଦୁଇ ଥର ର ବିଧାୟକ ଟୁଣୁଆ ଆଦିବାସୀ ନେତା କରେନ୍ଦ୍ର ମାଝି ଙ୍କ ନିଧନ ପରେ ଏବେ ତଳ ସ୍ତରରେ ରହିଥିବା ବିଜେପି କର୍ମୀ ଓ ନେତା ବେସାହରା ହୋଇପଡିଛନ୍ତି ।
କରେନ୍ଦ୍ର ମାଝି ଙ୍କ ଲୋକ କହି ତାଙ୍କୁ ସାଙ୍ଗଠନିକ ଦାୟିତ୍ଵ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି । କରେନ୍ଦ୍ର ଙ୍କ ପୁଅ ଇଂ.ଚିରଞ୍ଜିବୀ ମାଝି ଙ୍କୁ ବାପା ଙ୍କ ସହ ଥିବା ଲୋକଙ୍କୁ ଦଳ ରେ ଅଣଦେଖା କରାଯାଉଥିବା କହିବା ବାପା ଙ୍କ ଭଳି ଅଞ୍ଚଳ ରେ ବୁଲାବୁଲି କରି ଲୋକଙ୍କ ସେବା କରିବା ପାଇଁ କହୁଥିବା ଦେଖିବାକୁ ମିଳିଛି ।
ଏପରି ସ୍ଥଳେ ଏହି ନିର୍ବାଚନ ମଣ୍ଡଳୀ ରେ ଗତ ସାଧାରଣ ନିର୍ବାଚନ ରେ ତୃତୀୟ ସ୍ଥାନ ରେ ରହିଥିବା ଶାସକ ବିଜେପି କିଭଳି ଅନ୍ୟ ଦୁଇ ଦଳ ବିଜେଡି ଓ କଂଗ୍ରେସ କୁ ମୁକାବିଲା କରିବାକୁ ସକ୍ଷମ ହେବ ତାହାକୁ ନେଇ ପ୍ରଶ୍ନବାଚୀ ।
ବିଜେଡି ଏଠି ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ୨୦୧୪ ରୁ ଲଗାତର ତିନି ଥର ବିଜୟୀ ହୋଇଛି । ବିଗତ ରାଜ୍ୟ ସଭା ନିର୍ବାଚନ ରେ ବିଧାୟକ ଚକ୍ରମଣି କହଁର ଦଳ ବିରୋଧୀ କାର‌୍ୟ୍ୟ କରି ଦଳ ରୁ ନିଲମ୍ବିତ ହୋଇଛନ୍ତି । ସେହି ଦିନ ଠାରୁ ତାଙ୍କର ନିର୍ବାଚନ ମଣ୍ଡଳୀ ରେ ଦେଖିବାକୁ ମିଳୁ ନାହିଁ ।
ତଳ ସ୍ତରର କର୍ମୀ ଓ ନେତା କରିବେ କଣ ତାଙ୍କୁ ଭୋଟର ପଚାରୁଛନ୍ତି ପ୍ରଶ୍ନ । ବିଜେଡି ରେ କାର୍ଯ୍ୟ କରୁଥିବା ସଂଗଠନ ଏବେ ଫାଟି ଦୁଇ ଫାଳ ହୋଇଯାଇଥିବା କୁହାଯାଉଛି । କିନ୍ତୁ ଏ ନେଇ କିଏ କିଛି କହୁନଥିବା କୁହାଯାଉଛି, କିନ୍ତୁ ତାହା ପଞ୍ଚାୟତ ନିର୍ବାଚନ ରେ ପ୍ରଭାବ ପକାଇବ ବୋଲି କୁହାଯାଉଛି । ସାଧାରଣ ନିର୍ବାଚନ ରେ କଂଗ୍ରେସ ବାରମ୍ବାର ପରାଜୟ ବରଣ କରୁଥିଲେ ମଧ୍ୟ ଅନ୍ୟପଟେ ପଞ୍ଚାୟତ ସ୍ତର ନିର୍ବାଚନ ରେ କଂଗ୍ରେସ ସବୁ ବେଳେ ଚଳଚଞ୍ଚଳ ରହିଥାଏ ।
କିନ୍ତୁ କଂଗ୍ରେସ ର ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡା ଙ୍କୁ ନେଇ କଂଗ୍ରେସ ମଧ୍ୟ ରେ ସଂଗଠନ ଦୁଇ ଫାଳ ହୋଇଛି । ସଭାପତି ହଟାଇବା ପାଇଁ କଂଗ୍ରେସ ର ଏକ ଟାଣୁଆ ଗୋଷ୍ଠୀ ଭୁବନେଶ୍ଵର ରେ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ଙ୍କ ଠାରୁ ଆରମ୍ଭ କରି ଦିଲ୍ଲୀ ପର‌୍ୟ୍ୟନ୍ତ ଯାଇଥିବା କୁହାଯାଉଛି ।
ଏଭଳି ସ୍ଥଳେ କର୍ମୀ ମାନେ କଣ କରିବେ ସେ ନେଇ କଲ୍ପନା ଜଳ୍ପନା ଚଳାଇଛନ୍ତି । ଇତି ମଧ୍ୟରେ ଓଡିଶା ଜନତା କଂଗ୍ରେସ ଦଳ ର ମୁଖ୍ୟ ମହମ୍ମଦ ମୋକିମ ସମଗ୍ର ଜିଲ୍ଲା ଗ୍ରସ୍ତ କରି ଯାଇଥିବା ବେଳେ ବହୁ କଂଗ୍ରେସ ନେତା ଓ କର୍ମୀ ଙ୍କ ସହ ଯୋଗାଯୋଗ ରେ ରହିଥିବା କୁହାଯାଉଛି ।
କିନ୍ତୁ ଏଥର ପଞ୍ଚାୟତ ନିର୍ବାଚନ ତିନି ଦଳ ଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । କେବେ ମଧ୍ୟ ଜିଲ୍ଲା ପରିଷଦ ଅଧକ୍ଷ ଆସନ ଅଳଙ୍କୃତ କରିନଥିବା ବିଜେପି ଶାସନ ରେ ରହିଥିବାରୁ କିଭଳି ଅଧକ୍ଷ ଆସନ ଦଖଲ କରି ନିଜର ସମ୍ମାନ ବଜାୟ ରଖିବ ତାଙ୍କ ପାଇଁ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।
ସେହିଭଳି ବିଜେଡି ପୂର୍ବ ନିର୍ବାଚନର ଫଳାଫଳ ଦୋହରାଇବା ପାଇଁ ସବୁ ପ୍ରକାରର ଉଦ୍ୟମ କରିବ ବୋଲି କର୍ମୀ ମାନେ ଆଶାବାଦୀ ଅଛନ୍ତି । କଂଗ୍ରେସ ମଧ୍ୟ ୨୦୦୨ ରେ ଅଧକ୍ଷ ପଦ ହାତେଇ ଥିଲା ।
ଏକାକି ଜିଲ୍ଲା ପରିଷଦ ଦଖଲ କରିଥିଲା । ଏଣୁ ଚଳିତ ତ୍ରୀସ୍ତରୀୟ ନିର୍ବାଚନ ରେ ମଧ୍ୟ କଂଗ୍ରେସ ଜିଲ୍ଲା ରେ ନିର୍ଣ୍ଣାୟକ ଭୂମିକା ନେବ ବୋଲି ରାଜନୈତିକ ବିଷାରଦ ମାନେ ଆଲୋଚନା କରୁଛନ୍ତି । ଏପରି ସ୍ଥଳେ କେଉଁ ଦଳ ନିଜର ଦମ ଦେଖାଇ ଅଧ୍ୟକ୍ଷ ପଦ ହାତେଇ ବାର ସକ୍ଷମ ହୋଇ ପାରୁଛି, ତାହା ଦେଖିବାକୁ ବାକି ରହିଲା ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31