Indus Valley Times

ବାଲିଗୁଡାରେ ବ୍ଳକ ସ୍ତରୀୟ ସର୍ଗିଫୁଲ ମହୋତ୍ସବ ଉଦଯାପିତ

 Breaking News

ବାଲିଗୁଡାରେ ବ୍ଳକ ସ୍ତରୀୟ ସର୍ଗିଫୁଲ ମହୋତ୍ସବ ଉଦଯାପିତ

November 18
22:54 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୮/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ସ୍ତରୀୟ ସର୍ଗିଫୁଲ ମହୋତ୍ସବ- ୨୦୨୫ ବଡ଼ଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଅତିଥି ଭାବେ କାଉନସିଲର ଅଜୟ ଦିଗାଲ ,ବ୍ଳକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦୀପକ କନୱାର ଯୋଗଦେଇ ଶୁଭାରମ୍ଭ କରିଥିଲେ ।
ବ୍ଳକର ସମସ୍ତ ୧୪ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଜୁନିୟର ଓ ସିନିୟର ରେ ମୋଟ ୨୨ ଟା ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସମସ୍ତ ପ୍ରତିଯୋଗିତାକୁ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ପରିଚାଳନା କରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା। ଅପରାହ୍ନ ଦ୍ଵିତୀୟ ଅଧିବେଶନରେ ସର୍ଗିଫୁଲ ମହୋତ୍ସବର ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା , ବାଲିଗୁଡା ତହସିଲଦାର ଦୀପ୍ତି ପ୍ରକାଶ ବେହେରା , ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର ବାଗ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦୀପକ କନୱାର, ପ୍ରଧାନ ଶିକ୍ଷୟତ୍ରୀ ପଦ୍ମିନୀ ପ୍ରଧାନ, ପ୍ରଫୁଲ୍ଲ ମହାରଣା, କୈଳାଶ ଚନ୍ଦ୍ର ସିଂ, ସସ୍ମିତା ଡାକୁଆ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଉକ୍ତ କର‌୍ୟ୍ୟକ୍ରମର ପୁରସ୍କାର ବିତରଣରେ ଜିତେନ୍ଦ୍ର ନାଥ ପାତ୍ର ସହଯୋଗ କରିଥିବା ବେଳେ ଗଟାଙ୍ଗି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତୀର୍ଥବାସୀ ଘଡେଇ ଉପସ୍ଥିତ ରହି ମଞ୍ଚ ପରିଚାଳନା କରିବା ସହ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରି ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।
ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ ଦ୍ବାରା ଫଟୋ ଗ୍ରାଫର ବୁଲୁ ସମ୍ମାନିତ
ବାଲିଗୁଡା, ୧/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଫଟୋ ଗ୍ରାଫର ବୁଲୁ (ଷ୍ଟୁଡିଓ ବୁଲୁ) ସାଇବର ଠକେଇ ରୁ କିପରି ରକ୍ଷା ପାଇବା ଅଭିଯାନ ର ସମସ୍ତ ଫଟୋ ଓ ଭିଡିଓ କାର୍ଯ୍ୟକୁ ସଠିକ୍ ଭାବରେ ଉତ୍ତୋଳନ କରିଥିବାରୁ ଏବଂ ଦୁଇ ଦୁଇଥର ରାଜ୍ୟ ସ୍ତରରେ କନ୍ଧମାଳ ଜିଲ୍ଲାରୁ ମାତ୍ର ଜଣେ ସମ୍ମାନିତ ହୋଇ ସମଗ୍ର ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରମେନ୍ଦ୍ର ପ୍ରସାଦ ଫଟୋ ଗ୍ରାଫର ବୁଲୁଙ୍କୁ ଟ୍ରଫି (ପ୍ରଦତ୍ତ) ପ୍ରଦାନ କରିଛନ୍ତି। ତାଙ୍କର ଫୋଟୋ ଓ ଭିଡିଓ ଉତ୍ତୋଳନ ପାଇଁ ସେ ବିଭିନ୍ନ ସ୍ଥାନରୁ ପ୍ରଶଂସା ପାଉଥିବା ବେଳେ ପୁଣି ଏସଡିପିଓ ଙ୍କ ଠାରୁ ଟ୍ରଫି ପାଇବା ପରେ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31