Legatus

ବାଲିଗୁଡାରେ ଭର୍ଚୁଆଲ ମାଧ୍ୟମରେ ଆମ ହସ୍ପିଟାଲ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

 Breaking News

ବାଲିଗୁଡାରେ ଭର୍ଚୁଆଲ ମାଧ୍ୟମରେ ଆମ ହସ୍ପିଟାଲ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବାଲିଗୁଡାରେ ଭର୍ଚୁଆଲ ମାଧ୍ୟମରେ ଆମ ହସ୍ପିଟାଲ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
February 17
20:53 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୭/୨: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟର ରୂପାନ୍ତର କାର୍ଯ୍ୟ କରାଯିବା ପରେ ଶନିବାର ତା’ର ଶୁଭାରମ୍ଭ କରାଯାଇଛି।
ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଥିଲେ। ତାଙ୍କ ସହ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହି ପରିଚାଳନା କରିଥିଲେ। ଏହି ଉଦ୍ଘାଟନ ଉତ୍ସବ ପାଇଁ ବାଲିଗୁଡା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ସାଂସଦ ପ୍ରତିନିଧି ତଥା ବ୍ଲକ ବିଜେଡି ସଭାପତି ଟୁନା ଦାସ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟ ଲୋକ ପ୍ରତିନିଧିମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ମେଡିକାଲ ଅଧିକାରୀ ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟରତ ମେଡିକାଲ ଅଫିସର, ମହିଳା, ପୁରୁଷ ସ୍ବାସ୍ଥ୍ୟକର୍ମୀ ଓ ଆଶା, ଅଙ୍ଗନଓ୍ବାଡି କର୍ମୀ ଉପସ୍ଥିତ ଥିଲେ। ଏହି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ମୋ’ ହସ୍ପିଟାଲ ଯୋଜନାରେ ରୂପାନ୍ତର କରାଯାଇଛି।
ଯେଉଁଠି ଫ୍ରି ଗାଡ଼ି ପାର୍କିଂ ସମେତ ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ପ୍ରତୀକ୍ଷା ଗୃହ ଆଦିର ସୁବିଧା କରାଯାଇଛି। ଏହାଦ୍ୱାରା ଉକ୍ତ ଚିକିତ୍ସାଳୟରେ ରୋଗୀଶଯ୍ୟା ବୃଦ୍ଧି ବ୍ୟବସ୍ଥା କରାଯାଇଛି। ବିଶେଷକରି ରୋଗୀଙ୍କ ରୋଗ ଚି଼ହ୍ନଟ କରିବା ପାଇଁ ପରୀକ୍ଷାକେନ୍ଦ୍ରର ଉନ୍ନତି କରାଯାଇଛି। ସେହିପରି ମିଶନଶକ୍ତି କାଫେ ଖୋଲାଯିବା ବ୍ୟବସ୍ଥା କରାଯାଇଛି।
ଯେଉଁଠି ରୋଗୀଙ୍କ ପାଇଁ ସୁଲଭ ଦରରେ ଖାଦ୍ୟ ମିଳିପାରିବ ସେ ବ୍ୟବସ୍ଥା କରାଯାଇଛି। ପ୍ରକାଶ ଯେ, ରାଜ୍ୟରେ ମୋ’ ହସ୍ପିଟାଲ ଯୋଜନାରେ ରାଜ୍ୟରେ ୧୫ ଜିଲାରେ ୭୩ଟି ‘ଆମ ହସ୍ପିଟାଲ’ର ଶୁଭାରମ୍ଭ ହୋଇଛି।
ବାରଖମା କୁ ନୂତନ ବ୍ଲକ ଘୋଷଣା ଦାବୀ ଜୋର ଧରିଲା : ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦେଲେ ଦାବୀ ପତ୍ର
ବାଲିଗୁଡା,୧୭/୨: କନ୍ଧମାଳ ଜିଲ୍ଲା ବାଲିଗୁଡାର ୧୫ ନମ୍ବର ଜିଲ୍ଲାପରିଷଦ ଜୋନ ବାରଖମା କୁ ନୂତନ ବ୍ଲକ ଘୋଷଣା ନିମନ୍ତେ ଦାବୀ ଜୋରଧରିଲା ।ଶନିବାର ବ୍ଲକ ସଂଗ୍ରାମ ମଞ୍ଚ ପକ୍ଷରୁ ୮ ଟି ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ବାଲିଗୁଡା ଗାନ୍ଧୀ ଛକ ଠାରୁ ବିଭିନ୍ନ ସ୍ଲୋଗାନ ମାନ ଦେଇ ଦାବୀ ସମ୍ପର୍କିତ ଫ୍ଲା କାର୍ଡ ଧରି ଏକ ଶୋଭାଯାତ୍ରା ମାଧ୍ୟମରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିଭିନ୍ନ ଦାବୀ ସମ୍ପର୍କ ରେ ମତ ରଖିବା ପରେ ସହକାରୀ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ ।
ବାଲିଗୁଡା ବ୍ଲକ ଅଧୀନରେ ରହିଥିବା ୧୫ ନମ୍ବର ଜିଲ୍ଲାପରିଷଦ ଜୋନରେ ବାରଖମା, ରେବିଙ୍ଗିଆ, ସଲାଗୁଡା, ସୁଡ୍ରା,ସିନ୍ଦ୍ରିଗାଁ ,କୁଟିକିଆ ,ଖମନଖୋଲ ଓ ଲଣ୍ଡାଗାଁ ଏପରି ୮ ଗୋଟି ପଞ୍ଚାୟତ ରହିଛି ।
ବାଲିଗୁଡା ବ୍ଲକ ସଦର ମହକୁମା ରୁ ଠାରୁ ଏହି ପଞ୍ଚାୟତ ଗୁଡିକ ୨୦ କିଲୋମିଟର ଠାରୁ ଆରମ୍ଭ କରି ୫୦ କିଲୋମିଟର ଦୂରତା ମଧ୍ୟରେ ରହିଛି । ୧୫ ନମ୍ବର ଜିଲ୍ଲାପରିଷଦ ଜୋନରେ ୧୬୦ ଟି ରାଜସ୍ୱ ଗ୍ରାମ ରହିଥିବା ବେଳେ ଜନସଂଖ୍ୟା ୮୦ ହଜାର ରୁ ଉର୍ଦ୍ଧ ଓ ୩୭ ହଜାର ୭ ସହ ୯୩ ଭୋଟର ରହିଛନ୍ତି ।
ଏହି ପଞ୍ଚାୟତ ଗୁଡିକ ଭୌଗଳିକ ଦ୍ରୁଷ୍ଟି କୋଣ ରୁ ପାହାଡ ,ପର୍ବତ ,ନଦୀ ,ନାଳ ଓ ଜଙ୍ଗଲ ଘେରା ଅଞ୍ଚଳ ରହୁଛି । ଯାହା ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ଲୋକଙ୍କ ନିକଟରେ ଠିକ ସମୟ ରେ ପହଞ୍ଚି ପାରୁନାହିଁ ।
ଯଦି ସରକାର କ୍ଷମତାର ବିକେନ୍ଦ୍ରୀ କରଣ କରି ୧୫ ନମ୍ବର ଜିଲ୍ଲା ପରିଷଦ ଜୋନ ବାରଖମା କୁ ନୂତନ ବ୍ଲକ ଘୋଷଣା କଲେ ସାଧାରଣ ଲୋକଙ୍କ ନିକଟରେ ଶିକ୍ଷା ,ସ୍ୱାସ୍ଥ୍ୟ ,କୃଷି , ଜଳ ପରିମଳ, ମହିଳା ଓ ଶିଶୁ ବିକାଶ ଯୋଜନା ବିଭିନ୍ନ ଅଞ୍ଚଳରେ ହାତ ପାଆନ୍ତାରେ ପହଞ୍ଚିବାରେ ସହଜ ହେବ ଓ ଲୋକେ ଉପକୃତ ହୋଇପାରିବେ । ଏହି ଶୋଭାଯାତ୍ରା ରେ ବ୍ଲକ ସଂଗ୍ରାମ ମଞ୍ଚର ସଭାପତି ଜୟ ଚନ୍ଦ୍ର ନାୟକ, ସମ୍ପାଦକ ବିରେନ୍ଦ୍ର କୁମାର ସାହୁ ଙ୍କ ସମେତ ପୂର୍ବତନ ଜିଲ୍ଲା ପରିଷଦ ଅଧକ୍ଷ ଦେବେନ୍ଦ୍ର କହଁର, ବିଜେଶ୍ଵର ମଲ୍ଲିକ ,ପରମା ନନ୍ଦ ନାୟକ ,ଜୟରାମ ଦଣ୍ଡିଆ ,ପୁରୁଷୋତ୍ତମ ବେହେରା , ହେରଦ ନାୟକ ,ଲକ୍ଷ୍ମୀ ନାରାୟଣ ଦଣ୍ଡିଆ , ଉମା ଚରଣ ଦିଗାଳ ,ନୀଳକଣ୍ଠ ଦଣ୍ଡିଆ ,ବଂଶୀଧର ଦଣ୍ଡିଆ ,ରାଧାକାନ୍ତ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930