Indus Valley Times

ବାଲିଗୁଡାରେ ସରସ୍ବତୀ ପୂଜା ପାଳିତ

 Breaking News

ବାଲିଗୁଡାରେ ସରସ୍ବତୀ ପୂଜା ପାଳିତ

February 14
20:45 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୪/୨:କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ବିଦ୍ୟାଦାତ୍ରୀ ଶ୍ରୀ ଶ୍ରୀ ଶ୍ରୀ ମା\’ସରସ୍ବତୀ ଦେବୀ ଙ୍କ ପୂଜନୋତ୍ସବ ଯଥା ରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି ।
ଏହି ଅବସରରେ ଟାଉନର ସମସ୍ତ ଶିକ୍ଷାନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ ପୂଜାର୍ଚ୍ଚନା, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ସହ ନୂତନ ଛାତ୍ର ଛାତ୍ରୀ ମାନଙ୍କର ଖଡ଼ି ଛୁଆଁ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଥିଲା ।
ଟାଉନର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ପାଟଖଣ୍ଡା ପବ୍ଲିକ ସ୍କୁଲ, ବନାଵସୀ ସେବା ସମିତି, ବଡ଼ଗାଁ ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସିନ୍ଦ୍ରିଗାଁ ର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପୂଜା ଓ ସାଜସଜ୍ଜା ତଥା ଆଲୋକ ତୋରଣ ମନଲୋଭା ସହ ଆକର୍ଷଣୀୟ ହୋଇ ପାରିଥିଲା ।
ସନ୍ଧ୍ୟାରେ ସମସ୍ତ ପୂଜା ମଣ୍ଡପ ରେ ଭକ୍ତ ଓ ଛାତ୍ରଛାତ୍ରୀ ମାନଙ୍କ ଗହଳି ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଥିଲା ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031