Indus Valley Times

ବାଲିଗୁଡାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଦେହାନ୍ତ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୋକ ପ୍ରକାଶ

 Breaking News

ବାଲିଗୁଡାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଦେହାନ୍ତ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୋକ ପ୍ରକାଶ

ବାଲିଗୁଡାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଦେହାନ୍ତ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୋକ ପ୍ରକାଶ
August 25
20:08 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୫/୮: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ (୫୩)ଙ୍କର ରବିବାର ରାତିରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି ।
କିଡ୍‌ନିଜନିତ ରୋଗରେ ପୀଡ଼ିତ ହୋଇ ସେ ଗତକିଛି ଦିନ ହେଲା ଚିକିତ୍ସାଧୀନ ଥିଲେ। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ବେଲଘର ଥାନା ଗୁମା ଗ୍ରାମରେ ଜନ୍ମିତ କରେନ୍ଦ୍ର ବାଲିଗୁଡ଼ାରୁ ବିଜେପିରୁ ୨୦୦୪ ଓ ୨୦୦୯ ରେ ଦୁଇ ଥର ବିଧାୟକ ଭାବେ ଭାବେ ନିର୍ବାଚିତ ହୋଇଥିଲେ ।
ଆଦିମ ଜନଜାତି କୁଟିଆ କନ୍ଧ ସମ୍ପ୍ରଦାୟର ସେ ଥିଲେ ପ୍ରଥମ ଗ୍ରାଜୁଏଟ୍। ଏହାଛଡ଼ା ୭ଟି ଆଦିମ ଜନଜାତି ଭାଷାରେ ଗବେଷଣା କରି ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।
ଓଡ଼ିଆ ଲିପିରେ କୁଇଭାଷାରେ ‘ପିଲାଙ୍କ ରାମାୟଣ’, ‘ଡ. ଆମ୍ବେଦକରଙ୍କ ଜୀବନୀ ଓ ଇତିହାସ’ ଓ ‘କୁଇ ଭାଷା ଅଭିଧାନ’ ଭଳି ୩ଟି ପୁସ୍ତକ ସେ ରଚନା କରିଛନ୍ତି। ଜଣେ ଦକ୍ଷ ସଂଗଠକ ଭାବେ ତାଙ୍କର ପରିଚୟ ରହିଥିଲା ।
କରେନ୍ଦ୍ରଙ୍କ ଏହି ଅକାଳ ବିୟୋଗ ଖବର ଶୁଣିବା କ୍ଷଣି ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାତିରେ ହିଁ ପହଞ୍ଚି ପରିବାରକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥଲେ।
ମୁଖ୍ୟମନ୍ତ୍ରୀ ଙ୍କ ସହ ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଜଗତସିଂପୁର ସାଂସଦ ବିଭୂ ତରାଇ, ବରିଷ୍ଠ ବିଜେପି ନେତା ସୁଦୀପ୍ତ ରାୟ, ଜୟନ୍ତୀ ପଢ଼ିଆରୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ପରିବାର ବର୍ଗ କୁ ସମବେଦନା ଜଣାଇଛନ୍ତି।
କରେନ୍ଦ୍ରଙ୍କ ବିୟୋଗ ଉଭୟ ରାଜନୀତି ଓ ବିଜେପି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
ସୋମବାର ସକାଳେ ବିଧାନସଭା ପରିସର ରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏବଂ କଳିଙ୍ଗ ନଗର ସ୍ଥିତ ବାସ ଭବନରେ ମଧ୍ୟ ବିଜେପି ର ଉପସ୍ଥିତ ସମସ୍ତ ସଦସ୍ୟ ଶେଷ ଦର୍ଶନ କରିଥିଲେ।
ପରେ ପରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଓ କନ୍ଧମାଳ ଜିଲ୍ଲା ଫୁଲବାଣୀ, ସାରଙ୍ଗଗଡ, ଳବ. ନୂଆଗାଁ, ବାଲିଗୁଡା, କୁର୍ତମଗଡ ଓ ତୁମୁଡିବନ୍ଧ ଅଞ୍ଚଳରେ ପହଞ୍ଚିବା ପରେ ଉକ୍ତ ଅଞ୍ଚଳ ର ବିଜେପି କର୍ମକର୍ତ୍ତା, ଶୁଭେଛୁ ବନ୍ଧୁ ପରିଜନ ମାନେ ଶେଷ ଦର୍ଶନ କରିଥିଲେ ।
ଶେଷରେ ମାଝୀ ଙ୍କ ମର ଶରୀର କୁ ନିଜ ଗ୍ରାମ ଗୁମ୍ମା ଠାରେ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି ।
କରେନ୍ଦ୍ର ମାଝୀଙ୍କ ବିୟୋଗରେ ନୀରବ ପ୍ରାର୍ଥନା
ବାଲିଗୁଡା, ୨୫/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିଚାଳନା ସମିତି ର ପୂର୍ବତନ ସଭାପତି ତଥା ବାଲିଗୁଡା ର ପୂର୍ବତନ ବିଧାୟକ ଙ୍କ ବିୟୋଗ ପରିପ୍ରେକ୍ଷୀରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ପକ୍ଷରୁ ସୋମବାର ସମସ୍ତ ଶ୍ରେଣୀ କକ୍ଷରେ ଏକ ମିନିଟ୍ ଲେଖାଏଁ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅଧ୍ୟକ୍ଷ ଲକ୍ଷ୍ମଣ ପାଳ ପ୍ରାଶାସନିକ ଅଧିକାରୀ ଡ.ବିଭୂତି ଭୂଷଣ ଆଚାର୍ଯ୍ୟ, ବିତ୍ତ ଅଧିକାରୀ ସରୋଜକୁମାର ପାଠୀ ପ୍ରମୁଖ ଉପସ୍ଥିତ ରହି ନୀରବ ପ୍ରାର୍ଥନା କରିବା ସହ ସ୍ମୁତି ଚାରଣ କରିଥିଲେ ।
ଚତୁର୍ଥ ରାଜ୍ୟ ସ୍ତରୀୟ ଫୋଟ ପ୍ରଦର୍ଶନୀରେ ବାଲିଗୁଡ଼ାର ଷ୍ଟୁଡିଓ ବୁଲୁ ସମ୍ମାନିତ
ବାଲିଗୁଡା, ୨୫/୮: ଫଟୋ ସ୍ମୃତିଚାରଣର ପ୍ରତିଚ୍ଛବି । ଭାବାବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ ।
ଏହି ବାର୍ତ୍ତାକୁ ବାଣ୍ଟିବା ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ନୂତନ ଭବିଷ୍ୟତ ନିର୍ମାଣ ର ସୁତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱ ଫୋଟ ଗ୍ରାଫି ଦିବସ ଉପଲକ୍ଷେ ଆୟୋଜିତ ହୋଇଯାଇଛି ୪ର୍ଥ ରାଜ୍ୟ ସ୍ତରୀୟ ଫଟୋ ପ୍ରଦର୍ଶନୀ – ୨୦୨୫। ଦୀର୍ଘ ୪ ଦିନ ଧରି ଆୟୋଜିତ ଏହି ଉତ୍ସବରେ ପ୍ରତିଦିନ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଫୋଟୋ ଗ୍ରାଫର ମାନେ ଯୋଗ ଦେଇ ନିଜ ନିଜର ଆକର୍ଷଣୀୟ ଫୋଟୋ ଗୁଡିକୁ ପ୍ରଦର୍ଶନ କରିଥିଲେ ।
ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ର ଷ୍ଟୁଡିଓ ବୁଲୁ ଏଥିରେ ଅଂଶ ଗ୍ରହଣ କରି ନିଜ କ୍ୟାମେରା ଲେନସ ରେ ଅଞ୍ଚଳ ର ବିଭିନ୍ନ ସ୍ଥାନରୁ ଉଠାଇଥିବା ୫ ଟି ଫଟୋ ମଧ୍ୟରୁ ରୁ ୩ ଟି ଫଟୋ ସ୍ଥାନ ପାଇ ଅତିଥି ମାନଙ୍କ ଠାରୁ ମାନପତ୍ର ଓ ଟ୍ରଫି ଗ୍ରହଣ କରିଛନ୍ତି ।
ସମଗ୍ର କନ୍ଧମାଳ ଜିଲା ରୁ ବୁଲୁ ଜଣେ ମାତ୍ର ସମ୍ମାନିତ ହୋଇଥିବାରୁ ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି । ଏ ନେଇ ସବୁ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930