Legatus

ବାଲିଗୁଡା : ଆଧାରକେନ୍ଦ୍ରରୁ ପ୍ରିଣ୍ଟର ଓ ଆଇ ସ୍କାନର ଚୋରି

 Breaking News

ବାଲିଗୁଡା : ଆଧାରକେନ୍ଦ୍ରରୁ ପ୍ରିଣ୍ଟର ଓ ଆଇ ସ୍କାନର ଚୋରି

ବାଲିଗୁଡା : ଆଧାରକେନ୍ଦ୍ରରୁ ପ୍ରିଣ୍ଟର ଓ ଆଇ ସ୍କାନର ଚୋରି
August 06
20:05 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୬/୮ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ପରିସର ମଧ୍ୟରେ ଥିବା ଆଧାର କେନ୍ଦ୍ରରୁ ପ୍ରିଣ୍ଟର ଓ ଆଇ ସ୍କାନର ଚୋରି ହୋଇଥିବା ନେଇ ଆଧାର କେନ୍ଦ୍ରର ପରିଚାଳକ ସୁରେନ ସାହୁ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ସୁରେନ୍ ସାହୁ ଶନିବାର ଦିନ ସନ୍ଧ୍ୟା ୫ ବେଳେ ଆଧାର କେନ୍ଦ୍ର ବନ୍ଦ କରି ନିଜ ଘର ସିମନବାଡ଼ି ଗ୍ରାମକୁ ଯାଇଥିଲେ । ରବିବାର ଛୁଟି ଥିବା ଯୋଗୁଁ ସୋମବାର ଦିନ ୧୦ ଟା ବେଳେ ଆଧାର କେନ୍ଦ୍ରକୁ ଆସିଥିଲେ । ହେଲେ ଆସି ଦେଖିଲା ବେଳେ ଝରକା ତାଡ଼ି କେହି ଦୁର୍ବୃତ୍ତ ପ୍ରିଣ୍ଟର ସହ ଆଇ ସ୍କାନର ଚୋରି କରି ନେଇଥିବା ଦେଖିଥିଲେ ।
ଫଳରେ ଆଧାର କାର୍ଡ ପାଇଁ ବହୁ ଦୂର ଦୁରାନ୍ତରୁ ଆସିଥିବା ଲୋକେ ଅଯଥା ଖର୍ଚ୍ଚାନ୍ତ ହୋଇ ଘରକୁ ଫେରି ଯାଇଥିଲେ । ଯେଉଁଠାରେ ଆଧାର କେନ୍ଦ୍ର ରହିଛି ଉକ୍ତ ଘର ଛୋଟ ଥିବାବେଳେ କବାଟ ଝରକା ଠିକ୍ ନଥିବା ଯୋଗୁଁ ଏଭଳି ଚୋରି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏତଲା ପାଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।
ଏକ ସପ୍ତାହରୁ ଉର୍ଦ୍ଧ ଦିନହେଲା ଜିଓ ନେଟ୍‌ୱର୍କ ସେବା ବାଧାପ୍ରାପ୍ତ
ବାଲିଗୁଡା, ୬/୮: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ପଞ୍ଚାୟତର ମିଞ୍ଜାପଙ୍କାରେ ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିରହିଛି। ଦୀର୍ଘ ଦିନ ଧରି ନେଟୱାର୍କ ଠିକ୍ ଭାବରେ କାମକରୁ ନ ଥିବାରୁ ଗ୍ରାହକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।
ବାରମ୍ବାର ଅଭିଯୋଗ ହେବାପରେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବାରୁ ଅଞ୍ଚଳର ଜିଓ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଞ୍ଚଳରେ ସଂଖ୍ୟାଧିକ ଗ୍ରାହକ ରହିଥିପବା ବେଳେ ନେଟୱର୍କ କାମ କରୁନଥିବାରୁ ବିଭିନ୍ନ ଜରୁରୀ କାଳୀନ ସେବା ବାଧାପ୍ରାପ୍ତ ହୋଇଛି। ସ୍କୁଲ କଲେଜରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବ୍ୟାଙ୍କ ସେବା, ବିଭିନ୍ନ ପ୍ରକାର ଅନଲାଇନ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି।
ମାସକୁ ମାସ ଜିଓ ଗ୍ରାହକ ଶତାଧିକ ଟଙ୍କାର ରିଚାର୍ଜ କରୁଥିବା ବେଳେ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଜିଓ ନେଟୱାର୍କ ଆସୁ ନଥିବା ଅଭିଯୋଗ ହୋଇଛି। ଜିଓ କମ୍ପାନୀ ସେବା ଯୋଗାଇବାରେ ବିଫଳ ହୋଇଥିବା ବେଳେ ତୁରନ୍ତ ଏହାର ସମାଧାନ ନ କଲେ ଆଗାମୀ ଦିନରେ ଜିଓ ନେଟୱାର୍କ ବିରୋଧରେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ମତ ଦେଇଛନ୍ତି।
ସେହିଭଳି ସାମାନ୍ୟ ବର୍ଷା ଝଡ଼ ହେଉ କିମ୍ବା ବିଦ୍ୟୁତ କାଟ୍ ହେଲେ ନେଟୱାର୍କ ଘଣ୍ଟା ଘଣ୍ଟା ଧରି ବନ୍ଦ ହୋଇ ଯାଉଥିବା ମଧ୍ୟ ଅଭିଯୋଗ ହେଉଛି। ଅନ୍ୟପଟେ ଟାୱାର ଦାୟିତ୍ବରେ ଥିବା କର୍ମଚାରୀଙ୍କ ଖାମଖିଆଲ ମନୋଭାବରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିଗବା କୁହାଯାଇଛି। କମ୍ପାନୀ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମିଞ୍ଜାପଙ୍କା ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

ପାଇପରେ ଆସୁଛି ଗୋଳିପାଣି : ଗୋଳିପାଣି ବ୍ୟବହାରରେ ବ୍ୟାପିବ ବିଭିନ୍ନ ରୋଗ
ବାଲିଗୁଡା,୬/୮-; ବାଲିଗୁଡା ସହରରେ ଗତ କିଛି ଧରି ପାଇପରେ ଆସୁଛି ଗୋଳିପାଣି । ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦରେ ରହିଅଛି ୧୩ ଗୋଟି ୱାଡକୁ ନେଇ ଗଠିତ ।ବାଲିଗୁଡା ସହରରେ ଜନସ୍ୱାର୍ଥ ବିଭାଗ ଦ୍ୱାରା ଯୋଗାଣ ପାଇପରେ ପାଣି ଦିଆଯାଉଛି ।
ଏହାକୁ ସହରସାରା ଲୋକେ ବ୍ୟବହାର କରୁଛନ୍ତି କିନ୍ତୁ କିଛି ଦିନ ହେବ ପାଇପରେ ଆସୁଛି ଗୋଳିପାଣି । ଏପରି ଗୋଳି ପାଣି ଆସୁଛି ଯେ କେତେବେଳେ କାଦୁଅ ପାଣି ତ କେତେବେଳେ ପେଜୁ।। ରଙ୍ଗର ପାଣି ।
ଗୋଳି ପାଣି ଆସିବା ପରେ ତାହାକୁ ଦେଖି ସମସ୍ତଙ୍କ ମନଫିକା ପଡିଯାଉଛି ।ପ୍ରଥମେ ପ୍ରଥମେ ପାଣି ଆସିବା ପରେ ସମସ୍ତେ ଭାବନ୍ତି ଆଉ କିଛି ସମୟପରେ ସଫା ପାଣି ଆସିବ ଭାବି ଅପେକ୍ଷା କରିଥାନ୍ତି ।
କିନ୍ତୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେବି ପାଇପରେ ଆସୁଛି ଗୋଳିପାଣି ,ସଫାପାଣି ଆସିବାର ନା ନେଉନାହିଁ । ଏହି ଗୋଳୋପାଣି ଆଦୌ ବ୍ୟବହାର କରାଯାଇପାରିବ ନାହିଁ । ଏହି ଗୋଳିପାଣି ଦେଖିଲେ ଘୃଣା ଲାଗୁଛି । ବାଲିଗୁଡା ସହରରେ ପ୍ରାୟ ଅଧିକାଂଶ ଲୋକେ ନିଜ ଘରକୁ ଯୋଗାଣ ପାଇପ ସଂଯୋଗ କରିଛନ୍ତି । କିନ୍ତୁ ପାଇପରେ ଗୋଳି ପାଣି ଆସିବା ଯୋଗୁଁ ଲୋକେ ଆଖପାଖ କୁପ କିମ୍ବା ନଳକୁପକୁ ଜଳକୁ ବ୍ୟବହାର କରିବା ନିମନ୍ତେ ହାଣ୍ଡି,ମାଠିଆ,ବାଲତି ଧରି ଯାଉଛନ୍ତି ଓ ପାଣି ଆଣୁଛନ୍ତି । ଗୋଳିପାଣି ବ୍ୟବହାର କରିବା ଦ୍ୱାରା ଲୋକଙ୍କ ୁ ଆଖିଧରା ରୋଗ ସହ ଚର୍ମରୋଗ ହେଉଛିଦେହହାତ କୁଣ୍‌ଡାଇ ହେଉଛିି । ଡାକ୍ତର ଗୋଳିପାଣି ବ୍ୟବହାର କଲେ କାଚୁକୁଣ୍ଡିଆ,ସହ ଚର୍ମରୋଗ ଓ ଆଖିରୋଗ ସହ ଅନ୍ୟ ପାଣି ଜନିତ ରୋଗରେ ଆକ୍ରାନ୍ତହେବ ବୋଲି କହିଛନ୍ତି । ବର୍ଷା ଦିନ ନଆସୁଣୁ ପାଇପରେ ଗୋଳି ପାଣି ଆସୁଛି ତେବେ ଆଗାମି ଦିନରେ ଆସୁଥିବା ବର୍ଷା ଦିନରେ କଣ ସହରବାସୀ ସଫା ପାଣି ନପାଇ ସବୁବେଳେ ଗୋଳିପାଣି ପାଇବେ କି ଆଦି ବିଭିନ୍ନ ପ୍ରଶ୍ନ ସାଧାରଣରେ ଚର୍ଚ୍ଚା ହେଉଛି ।
ଏହାକୁ ନେଇ ଜନସ୍ୱାର୍ଥ ବିଭାଗର ଯନ୍ତ୍ରୀ ଏ ଚକ୍ରଧର ଙ୍କୁ ଯୋଗାଯୋଗ କରିବାରିୁ ସେ କହିଛନ୍ତି ନଦୀରେ ବୋହୁତ ଗାଳିପାଣି ଆସୁଛି ,ତଥାପି କେମିକାଲ ମିଶାଇ ଗୋଳି କଟାଯାଉଛି କିନ୍ତୁ ଅଧିକ ଗୋଳି ପାଣି ନଦୀରେ ଆସୁଛି ତେଣୁ ଆମ କର୍ମଚାରୀ ମାନେ କେମିତି କେମିକାଲ ପକାଉଛନ୍ତି ତାକୁ ମଧ୍ୟ ଦେଖିବି ବୋଲି କହିଛନ୍ତି ଓ ଅତିଶିଘ୍ର ସଫାପାଣି ଦେବାକୁ ଆମର ଚେଷ୍ଟା ଜାରିରହିଛି ବୋଲି କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930