Indus Valley Times

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ, ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

 Breaking News

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ, ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ, ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ
March 07
20:36 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୭/୩ : ରାଜ୍ୟ ବାର୍ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘର ୨୦୨୬-୨୭ ବର୍ଷ ପାଇଁ କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟି ନିର୍ବାଚନ ଆସନ୍ତା ମାର୍ଚ୍ଚ ୨୮ ତାରିଖ ଦିନ ଧାର୍ଯ୍ୟ କରାଯାଇଛି।
କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାର ଠାରୁ ଆଶାୟୀ ପ୍ରାର୍ଥୀମାନେ ନିର୍ବାଚନ ଅଧିକାରୀ ସୁବ୍ରତ ପ୍ରଧାନଙ୍କ ନିକଟରେ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ କରିଛନ୍ତି।
ପ୍ରାର୍ଥିପତ୍ର ଦାଖଲର ପ୍ରଥମ ଦିବସରେ ସନ୍ଧ୍ୟା ସୁଦ୍ଧା ସଭାପତି ପଦବୀ ନିମନ୍ତେ ଲମ୍ବୋଦର ପଣ୍ଡା , ଉପସଭାପତି ପଦବୀ ନିମନ୍ତେ ରାମଚନ୍ଦ୍ର ସିଂ ପାତ୍ର , ସମ୍ପାଦକ ପଦବୀ ନିମନ୍ତେ ଅନିଲ କୁମାର ଦାସ, ସହ ସମ୍ପାଦକ ପଦବୀ ନିମନ୍ତେ ନୀଳାଦ୍ରି କେଶରୀ ସାହାଣୀ, ଏବଂ କୋଷାଧକ୍ଷ ପଦବୀ ନିମନ୍ତେ ମାନସ ରଞ୍ଜନ ପଣ୍ଡା ପ୍ରମୁଖ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ପ୍ରାର୍ଥିପତ୍ର ଦାଖଲ ସମୟ ସୀମା ସୋମବାର ଅପରାହ୍ନ ୩ ଟା ଯାଏ ରହିଛି। ଆସନ୍ତା ବୁଧବାର ପ୍ରାର୍ଥିପତ୍ର ଯାଞ୍ଚ ହେବ। ଯୋଗ୍ୟ ପ୍ରାର୍ଥୀ ତାଲିକା ଗୁରୁବାର ପ୍ରକାଶିତ ହେବ। କୌଣସି ପ୍ରାର୍ଥୀ ଚାହିଁଲେ ଶୁକ୍ରବାର ତାଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ।
ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସନ୍ତା ଶନିବାର ପ୍ରକାଶ ପାଇବ। ଆସନ୍ତା ୨୮ ତାରିଖ ସକାଳ ୭:୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହେବ। ୪ଟା ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଧାନ ଜଣାଇଛନ୍ତି।
ଉପ କାରାଗାରରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ ଫିନାଇଲ୍ ପିଇଲେ କଏଦୀ
ବାଲିଗୁଡ଼ା, ୭/୩ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପ କାରାଗାରରେ ବିଚାରାଧୀନ କଏଦୀ ମହେନ୍ଦ୍ର ମଲ୍ଲିକ ଶୁକ୍ରବାର ରାତିରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଜାଣି ଜେଲ୍ କର୍ତ୍ତୃପକ୍ଷ ରାତି ୯ ଟା ସମୟରେ ମହେନ୍ଦ୍ରଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।
ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ବର୍ତ୍ତମାନ ମହେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ବିଚାରାଧିନ କଏଦୀ ମହେନ୍ଦ୍ର ମଲ୍ଲିକ ବାଲିଗୁଡ଼ା ଅଞ୍ଚଳର ହୋଇଥିବା ବେଳେ ଗତ ଏକ ବର୍ଷ ହେବ ଗଞ୍ଜେଇ କାରବାର ମାମଲାରେ ସେ ବାଲିଗୁଡ଼ା ଉପ କାରାଗାରରେ ସଜା କାଟୁଛନ୍ତି ।
ବେଆଇନ୍ ଗଞ୍ଜେଇ କାରବାର ଏବଂ ସେଥିରେ ସମ୍ପୃକ୍ତି ଥିବା ନେଇ ମହେନ୍ଦ୍ରଙ୍କ ଉପରେ ଗୋଟିଏ ପରେ ଗୋଟିଏ ମାମଲା ଯୋଡ଼ି ହେବା ଯୋଗୁଁ ତାଙ୍କୁ ଜାମିନ୍ ମିଳୁନାହିଁ ।
ଫଳରେ ମାନସିକ ଭାରସାମ୍ୟ ହରାଇ ସେ ଜେଲ୍ ପରିସରରେ ଥିବା ଶୈଚାଳୟରେ ବ୍ୟବହୃତ ପାଇଁ ରଖାଯାଇଥିବା ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ମିଳିଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930