Indus Valley Times

ବାଲିଗୁଡା ଗାଜଲବାଡ଼ି ଘାଟିରେ ଭୂସ୍ଖଳନ: ଯାତାୟାତ ବାଧାପ୍ରାପ୍ତ

 Breaking News

ବାଲିଗୁଡା ଗାଜଲବାଡ଼ି ଘାଟିରେ ଭୂସ୍ଖଳନ: ଯାତାୟାତ ବାଧାପ୍ରାପ୍ତ

September 21
21:00 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୧/୯: ଲଘୁଚାପ ଜନିତ ବର୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ନିକଟସ୍ଥ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ଗୋପାଳପୁର-ରାୟପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥ ସ୍ଥିତ ଗାଜଲବାଡ଼ି ଘାଟିରେ ଭୁସ୍ଖଳନ ହେବା ଫଳରେ ରାସ୍ତା ଧସିବା ସହ ପାହାଡ଼ରୁ ପଥର ଖସିଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଭାରିଯାନ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ଯାହା ଫଳରେ ଉକ୍ତ ଦାରିଙ୍ଗବାଡ଼ି ଠାରୁ ସୋରଡା,ଆସ୍କା, ବ୍ରହ୍ମପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଉକ୍ତ ରାସ୍ତା ଦେଇ କେବଳ ଦୁଇ ଚକିଆ ଯାନକୁ ହିଁ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଅନୁମତି ଦିଆଯାଉଛି । ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଦାରିଙ୍ଗବାଡ଼ି ସ୍ଥିତ ଡବେରି ଠାରେ ଚେକ ପୋଷ୍ଟ କରାଯାଇ ଭାରି ଯାନକୁ ଏହି ରାସ୍ତାରେ ଅନୁମତି ଦିଆଯାଉନାହିଁ ।
ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ଙ୍କ ନେତୃତ୍ୱ କ୍ରମେ ପୋଲିସ ଫୋର୍ସ ଉକ୍ତ ଚେକ ପୋଷ୍ଟରେ ଜଗି ରହିଛନ୍ତି । ଏହି ଭଳି ଭାବେ ସୋରଡା ପୋଲିସ ପକ୍ଷରୁ ମଧ୍ୟ ଭାରିଯାନ ସୋରୋଡା ଠାରୁ ଦାରିଙ୍ଗବାଡ଼ିକୁ ଛଡା ଯାଉନାହିଁ । ଏଣୁ ସମସ୍ତ ଗାଡି ଭଞ୍ଜନଗର,କଳିଙ୍ଗା,ଉଦୟଗିରି ଦେଇ ଯାତାୟାତ କରିପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031