Indus Valley Times

ବାଲିଗୁଡା : ଟିକାବାଲି ବ୍ଲକରେ ନୂତନ ବିଡ଼ିଓ ନିଯୁକ୍ତି ପାଇଁ ଦାବୀ

 Breaking News

ବାଲିଗୁଡା : ଟିକାବାଲି ବ୍ଲକରେ ନୂତନ ବିଡ଼ିଓ ନିଯୁକ୍ତି ପାଇଁ ଦାବୀ

ବାଲିଗୁଡା : ଟିକାବାଲି ବ୍ଲକରେ ନୂତନ ବିଡ଼ିଓ ନିଯୁକ୍ତି ପାଇଁ ଦାବୀ
August 03
20:25 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୩/୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ୍ କାର୍ଯ୍ୟାଳୟରେ ସ୍ଥାୟୀ ବି. ଡ଼ି.ଓ. ନ ଥିବା ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥ‌ିବା ଦେଖୁବାକୁ ମିଳିଛି ।
ପୂର୍ବରୁ ଥ‌ିବା ବିଡ଼ିଓ ମନୋଜ କୁମାର ପାଢ଼ୀ ଗତ ମେ ମାସ ୩୧ ତାରିଖରେ ଅବସର ଗ୍ରହଣ କରିବା ପରେ ଏଠାରେ ନୂତନ ବିଡ଼ିଓ ନିଯୁକ୍ତି ହୋଇ ନାହାନ୍ତି, ଯାହା ଫଳରେ ଦୀର୍ଘ ୩ ମାସ ହେଲା ଏହି ପଦବୀ ଖାଲି ପଡିଛି ।
ବର୍ତ୍ତମାନ ଚକାପାଦ ବି. ଡ଼ି. ଓ. ହୃଦରଞ୍ଜନ ସାହୁ ଅତିରିକ୍ତ ଦାୟିତ୍ବରେ ଅଛନ୍ତି ତେବେ ଦୁଇ ଦୁଇଟି ଦାୟିତ୍ବ ତୁଳାଉ ଥିବାରୁ ସେ ସମ୍ପୂର୍ଣ୍ଣ ସମୟ ଦେଇ ପାରୁନାହାନ୍ତି ।
ଫଳରେ ଜନସାଧାରଣ ଅସୁବିଧା ଭୋଗୁଥ‌ିବା ଦେଖିବାକୁ ମିଳିଛି । ଟିକାବାଲି ବ୍ଲକ୍ ଅଧୀନରେ ୧୧ ଗୋଟି ଗ୍ରାମ ପଞ୍ଚାୟତ ରହୁଥ‌ିବା ବେଳେ ଚକାପାଦ ବ୍ଲକ୍ ର ଅଧୀନରେ ୧୨ ଟି ଗ୍ରାମ ପଞ୍ଚାୟତ ରହିଛି ।
ବିଭିନ୍ନ କାମ ପାଇଁ ୨୫ କିଲୋମିଟର ଦୂରରୁ ଲୋକେ ଆସି ନିରାଶରେ ଫେରୁଥିବା ଦେଖିବାକୁ ମିଳୁଛି । ଏତେ ଦୂରରୁ ଜନସାଧାରଣ ଗୋଟିଏ କାମ ପାଇଁ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଆସି ଖର୍ଚ୍ଚାନ୍ତ ହେବା ସହ ହଟ ହଟା ମଧ୍ୟ ହେଉଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଟିକାବାଲି ବ୍ଲକ୍ ପାଇଁ ନୂତନ ବି. ଡ଼ି.ଓ. ନିଯୁକ୍ତି କରିବା ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବୀ ହେଉଛି ।
ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ : ପୋଖରୀରେ ବୁଡ଼ି ଚାଲିଗଲା ଜଣକ ଜୀବନ
ବାଲିଗୁଡ଼ା, ୩/୮: ଗୋଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଜୀବନ ଗଲା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ଅଞ୍ଚଳରେ । ମୃତକ ମହାସିଙ୍ଗି ଗ୍ରାମର ଭକ୍ତରାମ ପୁଜାରୀ ହୋଇଥିବା ଜଣାପଡ଼ିଛି ।
ସୂଚନା ପ୍ରକାରେ ଭକ୍ତରାମ ସବୁଦିନ ଭଳି ଶନିବାର ମଧ୍ୟ ବିଲରୁ କାମ ସାରି ଗେଗୁର ପଦର ନିକଟସ୍ଥ ଡିଗୁରିସାହି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ଗାଧୋଇବାକୁ ପୋଖରୀ ଭିତରକୁ ପଶିବା ବେଳେ କୌଣସି କାରଣରୁ ପୋଖରୀରେ ବୁଡ଼ି ଯାଇଥିଲେ ଭକ୍ତରାମ ।
କିଛି ସମୟ ପରେ ଅଞ୍ଚଳର କିଛି ଲୋକେ ସେହି ପୋଖରୀକୁ ଗାଧୋଇବାକୁ ଯିବା ବେଳେ ଭକ୍ତରାମଙ୍କ ଶବ ପାଣିରେ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେବା ସହ ବାଲିଗୁଡ଼ା ଅଗ୍ନିଶମ ବାହିନୀ ଓ ପୋଲିସ ବିଭାଗ କୁ ଜଣାଇଥିଲେ । ଖବରପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ପୋଖରୀରୁ ଶବ ଉଦ୍ଧାର କରିବା ପରେ ବାଲିଗୁଡ଼ା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ଭକ୍ତରାମଙ୍କ ପ୍ରକୃତ ମୃତ୍ୟୁର କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ପୋଲିସ୍ । ସେପଟେ ମୃତକଙ୍କ ଗରିବ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ସରକାରଙ୍କୁ ନିବେଦନ କରିଛନ୍ତି ମହାସିଙ୍ଗି ସରପଞ୍ଚ ରଞ୍ଜିତ ମଲ୍ଲିକ ।
ପୋଖରୀର ପାହାଚରେ ଶିକୁଳି ଲାଗିଛି । ଏଣୁ ଶିକୁଳିରେ ଗୋଡ଼ ଖସି ପୋଖରୀରେ ବୁଡ଼ି ଭକ୍ତରାମଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ବୋଲି ବାଲିଗୁଡ଼ା ଅଗ୍ନିଶମ ଭାରପ୍ରାପ୍ତ ଅଧିକାରୀ ସୁକାନ୍ତ ବାରିକ୍ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30