Indus Valley Times

ବାଲିଗୁଡା : ତ୍ରିନାଥ ମନ୍ଦିରର ବାର୍ଷିକ ଉତ୍ସବ ପାଳିତ

 Breaking News

ବାଲିଗୁଡା : ତ୍ରିନାଥ ମନ୍ଦିରର ବାର୍ଷିକ ଉତ୍ସବ ପାଳିତ

ବାଲିଗୁଡା : ତ୍ରିନାଥ ମନ୍ଦିରର ବାର୍ଷିକ ଉତ୍ସବ ପାଳିତ
February 11
22:46 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୧/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଷ୍ଟେଟ୍ ବ୍ୟାଙ୍କ ଛକରେ ଥିବା ତ୍ରୀନାଥ ମନ୍ଦିରର ମଣ୍ଡପରେ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଗତ ଦୁଇବର୍ଷ କରୋନା ମହାମାରୀ ଥିବା ଯୋଗୁଁ ନିରାଡମ୍ବର ସହକାରେ ପାଳିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ କରୋନା କଟକଣା ନଥିବା ଯୋଗୁଁ ମହା ଆଡମ୍ବରରେ ମନ୍ଦିରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମନ୍ଦିର ପରିସରରେ ହୋମଯଜ୍ଞ,ଘୃତଯଜ୍ଞ ଓ ଅର୍ନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା କ୍ଷ
ଏହି ଉତ୍ସବରେ ପ୍ରକାଶ ଚନ୍ଦ୍ର ନାୟକ, ସ୍ବପ୍ନେଶ୍ବର ସାହୁ, ରଞ୍ଜିତ ଚୌଧୁରୀ , ସଂଜିବ ମଲ୍ଲ , ନରସିଂହ ବେହେରା, ଫକିର ମୋହନ ଦୋରା, ହରେକୃଷ୍ଣ ରାଓ, ଅନ୍ତର୍ଯ୍ୟାମୀ ବେହେରା, ସୁରେନ୍ଦ୍ର ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
ସିମନବାଡ଼ି-ସିକକେତା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ : ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ
ବାଲିଗୁଡା,୧୧/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ିଠାରୁ ସିକକେତା ପର‌୍ୟ୍ୟନ୍ତ ପ୍ରାୟ ୧୫ କି.ମି. ରାସ୍ତା ସଂପ୍ରସାରଣ କାର୍ଯ୍ୟ ଚାଲିଛି। ତେବେ କଚ୍ଛପ ଗତିରେ ଏହି କାର୍ଯ୍ୟ ହେଉଥିବା ବେଳେ ଉକ୍ତ ରାସ୍ତା ଦେଇ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି। କାର୍ଯ୍ୟ ଚାଲିଥିବା ବେଳେ ଠିକା ସଂସ୍ଥା ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ଧ୍ୟାନ ଦିଆଯାଉନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି। କାମ ବେଳେ ପ୍ରବଳ ଧୂଳି ଉଡୁଥିବାରୁ ପ୍ରଦ୍ୟୁଷଣ ବୃଦ୍ଧି ପାଇଛି।
ରାସ୍ତା ପାର୍ଶ୍ୱ ଗାଁଗୁଡିକରେ ଲୋକଙ୍କ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ନଷ୍ଟ ହେଉଥିବା ବେଳେ ରାସ୍ତା କଡ଼ ଜଳଖିଆ ଦୋକାନୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଠିକାସଂସ୍ଥା ତୁରନ୍ତ କାର୍ଯ୍ୟ ଶେଷ କରିବା ସହ ସଂପ୍ରସାରଣ ସ୍ଥାନରେ ପାଣି ସିଞ୍ଚନ କରାଯାଉ ବୋଲି ବାଡାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ ଦାବି କରିଛନ୍ତି।
ନଚେତ୍ ଆଗାମୀ ଦିନରେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି। ରାସ୍ତା କାମ ବିଳମ୍ବକୁ ନେଇ ସିମନବାଡ଼ି ସମେତ ଗଦଡ଼ି, ବାଡାବାଙ୍ଗା, ସିକକେତା ଆଦି ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଯାଇଛି କ୍ଷ
ସିମନବାଡ଼ି ଠାରୁ ରାଇକିଆ ୨୫ କି.ମି. ଦୂର। ସେହିମଧ୍ୟରେ ୧୫ କି.ମି. ରାସ୍ତା ସଂପ୍ରସାରଣ ପାଇଁ ପ୍ରାୟ ୨୩ କୋଟି ଟଙ୍କା ଅନୁଦାନ ରହିଛି। ଗତ ଜୁନ ମାସରୁ ଏହି କାର୍ଯ୍ୟର ଶୁଭାରମ୍ଭ କରାଯାଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟ ସାରିବାକୁ ଡେଡ୍ଲାଇନ ରହିଛି। ତେବେ କାର‌୍ୟ୍ୟ ଆରମ୍ଭ ହେବାର ୮ ମାସ ବିତିଛି। ଏହି ସମୟ ମଧ୍ୟରେ ମାତ୍ର ୧୦ ପ୍ରତିଶତ କାର୍ଯ୍ୟ ସରିଥିବା ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଛି।
କାର୍ଯ୍ୟରେ ଠିକାସଂସ୍ଥାର ଅହେତୁକ ବିଳମ୍ବକୁ ନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ହିମାଂଶୁ ଶେଖର ମଣ୍ଡଳ କହିଛନ୍ତି। ସମୟ ମଧ୍ୟରେ କାର୍ଯ୍ୟ ଶେଷ ନକଲେ ଠିକାସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଏଥି ସହ ଯେଉଁଠି କାମ ବେଳେ ପାଣି ପକାଯାଉନାହିଁ ସେଠାରେ ପାଣି ପକାଇବାକୁ ନିର୍ଦେଶ ଦିଆଯିବ ବୋଲି ସେ କହିଛନ୍ତି। ସଂପ୍ରସାରଣ କାର୍ଯ୍ୟ ତ୍ୱରାନ୍ନିତ କରିବାକୁ ଠିକାସଂସ୍ଥାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଦୁର୍ଘଟଣାଗ୍ରସ୍ତ କାର୍ ଉପରେ ଚଢ଼ିଗଲା ଆଉ ଏକ ଦ୍ରୁତଗାମୀ ଗାଡ଼ି; ଜଣେ ମୃତ, ଅନ୍ୟ ଜଣେ ଗୁରୁତର
ବାଲିଗୁଡା,୧୧/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକର ସାରଙ୍ଗଡ଼-କ.ନୂଆଗାଁ ମୁଖ୍ୟ ସଡ଼କର ଡାମେରିକିଆ ବୁଲାଣିରେ ଶୁକ୍ରବାର ରାତି ଗୋଟିଏ ସ୍ଥାନରେ ଦୁଇ ଦୁଇଟି କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୃତ ବ୍ୟକ୍ତି ହେଲେ ପ୍ରକାଶ ମନ୍ଦାର। ସୂଚନା ଅନୁସାରେ ଶୁକ୍ରବାର ରାତି ନଅଟା ସମୟରେ ଗୋଟିଏ କାର ଫୁଲବାଣୀରୁ ବାଲିଗୁଡ଼ା ଯାଉଥିବା ସମୟରେ ଡାମେରିକିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟି ହୋଇଯାଇଥିଲା। ସେହି ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ବାହାର କରିବା ପାଇଁ କିଛିଲୋକ ଘଟଣାସ୍ଥଳରେ ଠିଆ ହୋଇଥିବା ସମୟରେ ଫୁଲବାଣୀରୁ ବାଲିଗୁଡ଼ାକୁ ଦ୍ରୁତ ଗତିରେ ଯାଉଥିବା ସମୟରେ ଅନ୍ୟ ଏକ କାର (ଓଡି ୦୫ ଏବି୨୮୮୩) ଲୋକଙ୍କୁ ଧକ୍କା ଦେଇ ଗଛରେ ପିଟି ହୋଇଥିଲା। ଯାହାଫଳରେ ଜଣେ ଗୁରୁତର ହେବାସହ ଅନ୍ୟ କେତେଜଣ ଖଣ୍ଡିଆ ଖାବରା ହୋଇଥିଲେ।
ପ୍ରକାଶ ମନ୍ଦାର ନାମକ ଜଣେ ଗୁରୁତର ବ୍ୟକ୍ତିଙ୍କୁ ଫୁଲବାଣୀ ଡାକ୍ତରଖାନା ନେବା ସମୟରେ ସେ ବାଟରେ ମୃତ୍ୟୁବରଣ କରିଥିଲେ।
ଦୁର୍ଘଟଣାଗ୍ରସ୍ତ ଗାଡ଼ିର ଡ୍ରାଇଭର ବର୍ତ୍ତମାନ ବାଲିଗୁଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବାରମ୍ବାର ସେହି ଗୋଟିଏ ସ୍ଥାନରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ତରଫରୁ କିଛି ବି ପଦକ୍ଷେପ ନିଆଯାଉନାହିଁ। ଦୁର୍ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବାପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30