Legatus

ବାଲିଗୁଡା ଥାନା ଦ୍ବାରା ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

 Breaking News

ବାଲିଗୁଡା ଥାନା ଦ୍ବାରା ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

October 09
20:15 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୯/୧୦: ବୈଷୟିକ ପ୍ରଗତି ଏବଂ ଡିଜିଟାଲ ରୂପାନ୍ତରୀକରଣ ଏହି ଯୁଗରେ, ସାଇବର ଅପରାଧର କେବଳ ଓଡିଶା ପାଇଁ ନୁହେଁ ବିଶ୍ୱବ୍ୟାପୀ ସମସ୍ତ ଲୋକଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି, ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ କୌଣସି ବ୍ୟକ୍ତିଙ୍କୁ ପ୍ରତାରଣା, ଠକିବା କିମ୍ବା ଶୋଷଣ କରିବା ଉଦ୍ଦେଶ୍ୟରେ କରାଯାଇଥିବା ଅନେକ ବେଆଇନ କାର‌୍ୟ୍ୟକଳାପ ଗୁଡିକ ସାଇବର ଅପରାଧରେ ଅନ୍ତର୍ଭୁକ୍ତ ।
ଏହି ଅପରାଧ ଗୁଡିକ ଫିସିଂ ଆକ୍ରମଣ, ଅନଲାଇନ୍ ସ୍କାମ, ପରିଚୟ ଚୋରି ଇତ୍ୟାଦି ସହିତ ବିଭିନ୍ନ ରୂପ ନେଇଥାଏ । ସଚେତନତାର ଅଭାବ ହେତୁ ସାଧାରଣ ଜନତା ସେମାନଙ୍କର ମୂଲ୍ୟବାନ ବ୍ୟାଙ୍କ ତଥ୍ୟ, ପରିଚୟପତ୍ର ତଥା ବ୍ୟକ୍ତିଗତ ସୂଚନା ଅନ୍ୟଙ୍କୁ ପ୍ରଦାନ କରି ସାଇବର ଠକେଇର ଶିକାର ହେଉଛନ୍ତି ।
ଜନସାଧାରଣଙ୍କ ସୁରକ୍ଷା ପ୍ରତି ବଢୁଥିବା ଏହି ବିପଦକୁ ଦୂର କରିବା ନିମନ୍ତେ ଓଡିଶା ପୋଲିସ “ସାଇବର ସୁରକ୍ଷା ଅଭିଯାନ -୨୦୨୩″ ଆରମ୍ଭ କରିଛନ୍ତି ।
ଶିକ୍ଷା ଏବଂ ସଚେତନତା ମାଧ୍ୟମରେ ସମସ୍ତଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଏବଂ ଛାତ୍ର, ଅଭିଭାବକ, ବୁର୍ଗଗତ ଓ ବରିଷ୍ଠ ନାଗରିକଙ୍କୁ ସାଇବର ସୁରକ୍ଷା ସ୍ଵେଚ୍ଛାସେବୀ ଭାବରେ ଜଡିତ କରି ସଚେତନତା ସୃଷ୍ଟି କରି ଡିଜିଟାଲ୍ ଯୁଗର ବିପଦରୁ ଓଡିଶାର ନାଗରିକମାନଙ୍କୁ ରକ୍ଷା କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଅଟେ ।
ଓଡିଶା ପୋଲିସ ଦ୍ବାରା ଆରମ୍ଭ ହୋଇଥିବା ଏହି ସାଇବର ସୁରକ୍ଷା ଅଭିଯାନ-୨୦୨୩ର ଉଦ୍ଦେଶ୍ୟ ସାଧନ ନିମନ୍ତେ ସୋମବାର ବାଲିଗୁଡା ଥାନା ଦ୍ବାରା ସହରରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।
ବାଲିଗୁଡା ବସଷ୍ଟାଣ୍ଡ ନିକଟସ୍ଥ ଆଦର୍ଶ ପୁଷ୍କରିଣୀ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ,ସାଂସଦ ପ୍ରତିନିଧୂ ଟୁନା ଦାସ, ଜିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଳିକ, ଏନଏସି. ଅଧକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ପଞ୍ଚୟତ ସମିତି ଅଧକ୍ଷା ନିଶାବତୀ ମଲିକ, ଡିଏସପି କନ୍ଧମାଳ ହୃଷିକେଶ ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା, ବାଲିଗୁଡା ଭାରପ୍ରାପ୍ତ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ, ସହରର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଉପସ୍ଥିତ ରହି ସଚେତନତା ରଥକୁ ସ୍ବାଗତ କରିଥିଲେ ଏବଂ ସେଠାରୁ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ପର୍ଯ୍ୟନ୍ତ ବ୍ୟାନର, ପ୍ଲାକାର୍ଡ, ଲିଫଲେଟ ଲୋକଙ୍କୁ ପ୍ରଦାନ କରି ଶୋଭାଯାତ୍ରା କରାଯାଇଥିଲା ।
ଏହାପରେ ଆଦିବାସୀ ମହାବିଦ୍ୟାଳୟ ଠାରେ ଏକ ସାଧାରଣ ସଭା ଆୟୋଜିତ କରାଯାଇଥିଲା କ୍ଷ ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତୀ ନନ୍ଦିନୀ ମାଲିକ, ପଞ୍ଚୟତ ସମିତି ଅଧକ୍ଷା ନିଶାବତୀ ମଲିକ,କନ୍ଧମାଳ ଡ଼ିଏସପି ହୃଷିକେଶ ନାୟକ, ବାଲିଗୁଡା ଭାରତୀୟ ଷ୍ଟେଟ ବ୍ୟଙ୍କ ମୁଖ୍ୟ ପ୍ରବନ୍ଧକ ମାନସ ମଣ୍ଡଳ, ସହକାରୀ ବନରକ୍ଷୀ ମନୋରଞ୍ଜନ ବାଗ, ମହାବିଦ୍ୟଳୟର ଅଧ୍ୟକ୍ଷ କାର୍ତିକ ଚନ୍ଦ୍ର ସି, ଫୁଲବାଣୀ ସାଇବର ଏକ୍ସପର୍ଟ ସମୀୟା ରଞ୍ଜନ ସାହୁ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା, ପ୍ରମୁଖ ମଞ୍ଚାସିନ ହୋଇ ସାଇବର ସୁରକ୍ଷା ଅଭିଯାନ ଅଭିଯାନର ମୁଖ୍ୟଲକ୍ଷ୍ୟ ଓ ସାଇବର ଅପରାଧୀଙ୍କ ଠାରୁ ମୁକୁଳିବା ଉପାୟ, ଏବଂ ଅଦୃଶ୍ୟଙ୍କ ଠାରୁ ଦୁରେଇ ରହିବା ପାଇଁ ଅବଲମ୍ବନ କରିବାକୁ ବିଭିନ୍ନ କାର୍ଯ୍ୟ ଗୁଡିକୁ ବୁଝାଇ କହିଥିଲେ । ତତସହିତ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଏବଂ ସରକାରୀ କର୍ମଚାରୀ ସାଇବର ଅପରାଧରୁ ଦୂରେଇ ରହିବା ସହିତ ଲୋକଙ୍କୁ ଅଭିଯାନର ଜଣେ ସାରଥୀ ହୋଇ ସଚେତନ କରିବା ନିମନ୍ତେ ଶପଥ ପାଠ କରିଥିଲେ ।
ମଞ୍ଚରେ ସାଇବର ଅପରାଧ ବିଷୟବସ୍ତୁ ଆଧାରିତ ଏକ ସଚେତନାତ୍ମକ ନାଟକ ମଞ୍ଚସ୍ଥ ହୋଇଥିଲା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଇବର ଅପରାଧ ବିଷୟ ବସ୍ତୁକୁ ନେଇ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା ।
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମଞ୍ଚ ପରିଚାଳନା କରିଥିବା ବେଳେ ଭାରପ୍ରାପ୍ତ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ସନ୍ଧ୍ୟାରେ ବିଜୁ ଫୁଡ କୋର୍ଟ ସମ୍ମୁଖରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ସାଇବର ସୁରକ୍ଷା ସଚେତନାତ୍ମକ ଭି.ଡ଼ି ଓ ପ୍ରଦର୍ଶନୀ (ଊସଶସଗ୍ଧବକ୍ଷ ଊସଗ୍ଦକ୍ଟ୍ରକ୍ଷବଚ୍ଚ) କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31