Indus Valley Times

ବାଲିଗୁଡା :ବଡ଼ଦିନ ପୂର୍ବରୁ ପୋଲିସର ଫ୍ଲାଗ୍ ମାର୍ଚ୍ଚ,ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ବ୍ୟାପକ ଓ ପୋଲିସ ଫୋର୍ସ ମୁତୟନ

 Breaking News

ବାଲିଗୁଡା :ବଡ଼ଦିନ ପୂର୍ବରୁ ପୋଲିସର ଫ୍ଲାଗ୍ ମାର୍ଚ୍ଚ,ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ବ୍ୟାପକ ଓ ପୋଲିସ ଫୋର୍ସ ମୁତୟନ

ବାଲିଗୁଡା :ବଡ଼ଦିନ ପୂର୍ବରୁ ପୋଲିସର ଫ୍ଲାଗ୍ ମାର୍ଚ୍ଚ,ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ବ୍ୟାପକ ଓ ପୋଲିସ ଫୋର୍ସ ମୁତୟନ
December 23
19:41 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୨୩/୧୨: ଆଉ ଦିନକ ପରେ ବଡ଼ଦିନ । ବଡ଼ଦିନ କିଭଳି ଶାନ୍ତି ଶୃଙ୍ଖଳାରେ ପାଳନ ହେବ ସେନେଇ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ପୋଲିସ୍ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ବଡ଼ଦିନକୁ ଦୃଷ୍ଟିରେ ରଖି ବାଲିଗୁଡ଼ାରେ ଜିଲ୍ଲା ମୁଖ୍ୟାଳୟରୁ ଜଣେ ଡିଏସପି, ଜଣେ ଇନିସ୍ପେକ୍ଟରଙ୍କ ସମେତ ୬ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ।
ଅନ୍ୟପଟେ ବାଲିଗୁଡ଼ା ଏସଡିପିଓ ଜି.ରାଘବେନ୍ଦ୍ର ରେଡ୍ଡୀ ସମସ୍ତ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ସମେତ ୬ ଜଣ ସବ୍ ଇନ୍ସପେକ୍ଟର ଓ ୪ ଜଣ ଏଏସ୍ଆଇ ନିୟୋଜିତ ଅଛନ୍ତି । ସହରର ସବୁ ଚର୍ଚ୍ଚରେ ପୋଲିସ୍ ମୁତୟନ ହେବାସହ ଦିନ ଏବଂ ରାତିରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା କହିଛନ୍ତି ଏସଡିପିଓ । ଏଥିସହିତ ବଡ଼ଦିନ ଓ ଇଂରାଜୀ ନବ ବର୍ଷକୁ ସୁରୁଖୁରୁରେ ପାଳନ କରିବାକୁ ସହରବାସୀଙ୍କୁ ବାଲିଗୁଡ଼ା ଏସଡିପିଓ ଅନୁରୋଧ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031