Legatus

ବାଲିଗୁଡା : ମିଡିଆକିଆରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ

 Breaking News

ବାଲିଗୁଡା : ମିଡିଆକିଆରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆୟୋଜିତ

October 07
10:33 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୭/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି।
ଉଦଘାଟନ ଉତ୍ସବରେ ଵିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବିଜୟ ଲଷ୍ମୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଂଶୀଧର ସାହୁ ପ୍ରମୁଖ ଉପସ୍ଥିତ ରହି ଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିଵେଷଣ ହୋଇଥିଲା।
ଏଥିରେ ୯ ଟି ଵିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ବିଭିନ୍ନ ବିଭାଗ ସ୍ତରୀୟ ପ୍ରବନ୍ଧ, ଚିତ୍ରାଙ୍କନ, ବକୃତା, କୁଟପ୍ରଶ୍ନ, ନୃତ୍ୟ ସଙ୍ଗୀତ ଓ ମିଲେଟ ମିଶନ ଭଳି ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।
ଏଥିରେ ସିଆରସିସି ପ୍ରଶାନ୍ତ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଜଗଦିଶ ଚନ୍ଦ୍ର ବେହେରା, ଯୋଗେନ୍ଦ୍ର ଜେନା, ସନ୍ତୋଷ କୁମାର ଦାସ, ଅସିତ କୁମାର ସାହୁ, ଗୌରୀ ଶଙ୍କର ପାଢ଼ୀଙ୍କ ସମେତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ବାଲିଗୁଡା : ବିଜେପିର ବିଧାନସଭା କୋର କମିଟି ବୈଠକ
ବାଲିଗୁଡା, ୭/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡାକୁ ଦିନିକିଆ ଗସ୍ତରେ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଆସିଥିବାରୁ ତାଙ୍କୁ ବାଲିଗୁଡାର ଦଣ୍ଡପଦର ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।
ଏହାପରେ ସେଠାରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ରେ ନାରାବାଜି ଦେଇ ସମଗ୍ର ସହର ପରିକ୍ରମା କରାଯିବା ପରେ ନୁଆସାହିରେ କଳସଯାତ୍ରା ରେ ରାଜ୍ୟ ସଭାପତି ଶ୍ରୀ ସାମଲ ଙ୍କୁ ସ୍ୱାଗତ କରିବା ସହ ନୁଆସାହିର ସମସ୍ତ ସାହି ଗଳି କନ୍ଦି ବୁଲି ପରିଦର୍ଶନ କରିଥିଲେ ।
ଏହାପରେ ସ୍ଥାନୀୟ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ଥିବା କଲ୍ୟାଣ ମଣ୍ଡପ ଠାରେ କର୍ମି ମାନଙ୍କୁ ନେଇ ବିଧାନସଭା ସ୍ତରୀୟ ବୈଠକ କରି ଦଳୀୟ କର୍ମି ମାନଙ୍କୁ ଆସନ୍ତା ନିର୍ବାଚନକୁ ନେଇ ରଣ କୌଶଳ ତିଆରି କରିବା ସହ କିଭଳି ନିର୍ବାଚନ ବୈତରଣୀ ପାର ହେବ ତାକୁ ନେଇ ସବିଶେଷ ଆଲୋଚନା କରିଛନ୍ତି ।
ଉକ୍ତ ବୈଠକରେ ରାଜ୍ୟ ସମ୍ପାଦକ ସରୋଜ କର, ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ଜିଲ୍ଲା ଉପସଭାପତି ରମଶେ ମହାନ୍ତି ,ପୁର୍ବତନ ବିଧାୟକ କରେନ୍ଦ୍ର ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପାଣିଗ୍ରାହୀ, ପଦ୍ମଚରଣ ଦାସ , ଲିଙ୍ଗରାଜ ଦଳବେହେରା, ଫୁଲବାଣୀ ମୁନିସପାଲିଟି ଅଧକ୍ଷା ସ୍ମିତାରାଣି ମହାନ୍ତି, କଳ୍ପନା କହଁର ପ୍ରମୁଖ ମଂଚାସୀନ ଥିଲେ କ୍ଷ ଜିଲ୍ଲା ସମ୍ପାଦକ ଦେବେନ୍ଦ୍ର କୁଦେଇ ଏହି ବୈଠକକୁ ପରିଚାଳନା କରିଥିଲେ ।
ବାଲିଗୁଡାର ନଗର ସଭାପତି ଦିବାକର ସାହୁ , ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ,ରଂଜିତ ସାହୁ,ଅଭୟ ପାତ୍ର ଓ ଅନ୍ୟ କର୍ମିମାନେ ସହଯୋଗ କରିବା ସହ ଅଞ୍ଚଳର ବହୁ କର୍ମି ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31