Indus Valley Times

ବାଲିଗୁଡା ରେ କଂଗ୍ରେସ ର ବନ୍ଦ ପାଳନ : ଆଂଶିକ ପ୍ରଭାବ ଗାଡି ଚଳାଚଳ ବନ୍ଦ, ଦୋକାନ ବଜାର ଖୋଲା

 Breaking News

ବାଲିଗୁଡା ରେ କଂଗ୍ରେସ ର ବନ୍ଦ ପାଳନ : ଆଂଶିକ ପ୍ରଭାବ ଗାଡି ଚଳାଚଳ ବନ୍ଦ, ଦୋକାନ ବଜାର ଖୋଲା

ବାଲିଗୁଡା ରେ କଂଗ୍ରେସ ର ବନ୍ଦ ପାଳନ : ଆଂଶିକ ପ୍ରଭାବ ଗାଡି ଚଳାଚଳ ବନ୍ଦ, ଦୋକାନ ବଜାର ଖୋଲା
November 12
18:58 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୨/୧୧: ଥମୁନି ମମିତା ମେହେର ଙ୍କ ହତ୍ୟା ପ୍ରସଙ୍ଗ, ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବୀ ରେ କଂଗ୍ରେସ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରୁଛି ଏହି କ୍ରମରେ ବାଲିଗୁଡା ରେ କଂଗ୍ରେସ କର୍ମୀ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ପିକେଟିଂ ଆରମ୍ଭ କରିଛି ।
ସୁରକ୍ଷା ଦୃଷ୍ଟି ରୁ ବାଲିଗୁଡା ରେ ଘରୋଇ ବସମାଲିକ ସଂଘ ଦକ୍ଷିଣ କାଳୀ ଅଟୋ ମାଲିକ ସଂଘ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ସ୍ଥାନୀୟ ଲୋକେ ବି କଂଗ୍ରେସ କୁ ସମର୍ଥନ ଜଣାଇଛନ୍ତି ।
କିନ୍ତୁ ବାଲିଗୁଡା ବଣିକ ସଂଘ ସମର୍ଥନ ଜଣାଇ ନଥିବା ଦେଖିବାକୁ ମିଳିଛି । ବାଲିଗୁଡା ରେ ବସ ଅଟୋ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଦୋକାନ ବଜାର ବ୍ୟବସାୟ ପ୍ରତିଷ୍ଠାନ ଖୋଲା ରହିଛି । କୌଣସି ସ୍ଥାନରେ ଅପ୍ରତିକର ପରିସ୍ଥିତି ଉପୁଜିନାହିଁ । କଂଗ୍ରେସ କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିଥିବା ଦେଖିବାକୁ ମିଳିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031