Indus Valley Times

ବାଲିଗୁଡା : ଶିକାରୀ ଗିରଫ , ଦେଶୀ ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ

 Breaking News

ବାଲିଗୁଡା : ଶିକାରୀ ଗିରଫ , ଦେଶୀ ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ

ବାଲିଗୁଡା : ଶିକାରୀ ଗିରଫ , ଦେଶୀ ବନ୍ଧୁକ ସହ ବିଭିନ୍ନ ସାମଗ୍ରୀ ଜବତ
March 13
10:02 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୩/୩: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ରେଞ୍ଜ ଅଧିନସ୍ତ କରଡା ସଂରକ୍ଷିତ ଜଙ୍ଗଲ ର ମଙ୍ଗଳପୁର ନିକଟରେ ଶିକାର ପାଇଁ ତିନିଜଣ ଯାଉଥିବା ସମୟରେ ବନବିଭାଗ କର୍ମଚାରୀ ମାନେ ଖବର ପାଇ ଛକି ରହିଥିବା ବେଳେ ରବିବାର ସକାଳୁ ମୁଖ୍ୟ ଶିକାରୀ ମଙ୍ଗଳପୁର ଗ୍ରାମର ସଂଜୟ ପ୍ରଧାନ କୁ କାବୁ କରିବା ରେ ସକ୍ଷମ ହୋଇଥିବା ବେଳେ ଦୁଇ ସାଥୀ ଖସି ପଳାଇ ଥିଲେ।ଗିରଫ ଶିକାରୀ ଠାରୁ ଦେଶି ବନ୍ଧୁକ ସହ ଛେରା ଗୁଳି,ବାରୁଦ ଜବତ କରିଥିବା ବନ ବିଭାଗ ସୂଚନା ଦେଇଛି ।
ଜଙ୍ଗଲ ରେ ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର କରୁଛନ୍ତି। ଏମାନେ ବାରହା ସନ୍ଧାନ ରେ ଯାଇ ଶିକାର କରିଥାନ୍ତେ। ଖସି ପଳାଇ ଥିବା ଦୁଇ ଜଣ କୁ ମଧ୍ୟ ଖୁବ ଶିଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ରାଇକିଆ ରେଞ୍ଜର ମାଣିକେଶ୍ଵରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031