Indus Valley Times

ବାଲିଗୁଡା : ସମବାୟ ବ୍ୟାଙ୍କ ସେବା ଓ କୃଷି ଋଣ କର୍ମଶାଳା ଆୟୋଜିତ

 Breaking News

ବାଲିଗୁଡା : ସମବାୟ ବ୍ୟାଙ୍କ ସେବା ଓ କୃଷି ଋଣ କର୍ମଶାଳା ଆୟୋଜିତ

ବାଲିଗୁଡା : ସମବାୟ ବ୍ୟାଙ୍କ ସେବା ଓ କୃଷି ଋଣ କର୍ମଶାଳା ଆୟୋଜିତ
March 28
11:02 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୭/୩: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ସମବାୟ ସମିତି ପରିସର ରେ ବାଲିଗୁଡା ସମବାୟ ସମିତି ସମୁହର ତିନୋଟି ପଞ୍ଚାୟତ ରେବିଙ୍ଗିଆ,ବାରଖମା,ସୁଡ୍ରାର ମହିଳା/ପୁରୁଷ ଓ ଚାଷୀ ସମୁହ କୁ ନେଇ ସମବାୟ ବ୍ୟାଙ୍କ ସେବା ଓ କୃଷିଋଣ କର୍ମଶାଳା ସୋମବାର ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ବୈାଦ୍ଧ ବ୍ୟାଙ୍କ ଶାଖା ପରିଚାଳକ ଅନୁପମ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସମବାୟ ସମିତି ସମୁହ ନିରିକ୍ଷକ ସତ୍ୟବ୍ରତ ସାହୁ, ସୁଡ୍ରା ସମବାୟ ସମିତି ଏମ୍,ଡି ଶ୍ୟାମଳ କୁମାର ବେହେରା, ସୁଡ୍ରା ସମବାୟ ସମିତି ସଭାପତି ସାମିଆ ମଲ୍ଲିକ, ରେବିଙ୍ଗିଆ ସରପଞ୍ଚ ରଞ୍ଜୁଲତା ମଲ୍ଲିକ ପ୍ରମ୍ମୁଖ ଯୋଗ ଦେଇଥିଲେ। ଲ୍ୟମ୍ପ ଏମ୍,ଡି ଶ୍ରୀ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ସମବାୟ ସମ୍ମୁହ ନିରିକ୍ଷକ ଶ୍ରୀ ସାହୁ ଚାଷୀ ନାମ ପଞ୍ଜି କରଣ କଲେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନର ସୁବିଧା ମିଳିବା ସହ ଋଣ ନିୟମିତ ପରିଶୋଧ କଲେ ଏଭଳି ସୁବିଧା ମିଳିବା ନେଇ ଉପସ୍ଥିତ ଅତିଥିମାନେ ଚାଷୀ ଭାଇ/ଭଉଣୀ ମାନଙ୍କୁ ବୁଝାଇଥିଲେ।
ଏଭଳି କାର୍ଯ୍ୟକ୍ରମ ପ୍ରତ୍ୟେକ ସମବାୟ ପରିସରରେ ଅନୁଷ୍ଠିତ କରିବା ସହ ସରକାରଙ୍କ ଚାଷୀ ମାନଙ୍କ ପାଇଁ ଆସୁଥିବା ସମସ୍ତ ପ୍ରକାର ସୁବିଧା ସମ୍ପର୍କରେ ସଚେତନ କରିବା ସହ ଏ ସମସ୍ତ ପ୍ରକାର ସୁବିଧାର ସୁଯୋଗ ନେବା ସହ ପ୍ରତ୍ୟେକ ଅଞ୍ଚଳରେ ଏହି ଭଳି କର୍ମଶାଳା କରାଯିବ ବୋଲି ସ୍ଥାନୀୟ ବୈାଦ୍ଧ ବ୍ୟାଙ୍କ ପରିଚାଳକ ଅନୁପମ ବେହେରା ପ୍ରକାଶ କରିଥିଲେ ।
୩୪ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ୧୫ ଦିନ ନିମନ୍ତେ ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ ପାଇଁ ନିଷ୍ପତି
ବାଲିଗୁଡା,୨୭/୩: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ମାର୍ଚ୍ଚ ୩୧ ତାରିଖ ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ମା\’ କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି । ଏହି ପରିପ୍ରେକ୍ଷୀରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲିଗୁଡା ସହରରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ବର୍ଷ ପୂର୍ତ୍ତି ଅବସରରେ ୩୪ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ଏପ୍ରିଲ ୯ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ । ଏ ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚି ଯାଇଛି ।
ଏଣୁ ସମଗ୍ର ବାଲିଗୁଡା ଅଞ୍ଚଳ ବାସୀଙ୍କୁ ସମିତି ତରଫରୁ ବିନମ୍ର ଅନୁରୋଧ କରାଯାଇଛି ଯେ, ମାର୍ଚ୍ଚ ୩୧ ତାରିଖ ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସମଗ୍ର ସହରରେ ଅଣ୍ଡା, ମାଛ, ମାଂସ, ଶୁଖୁଆ ପ୍ରଭୃତି ଆମିଷ ଦ୍ରବ୍ୟ ଅନୁଷ୍ଠାନ ରେ ବିକ୍ରି ଓ ସେବନ ବନ୍ଦ କରି ସହଯୋଗ କରିବା ସହିତ ମା\’ କାଳୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି ।
ତେର ଦଣ୍ଡ ମିଳନର କାର୍ଯ୍ୟସୂଚୀ ପ୍ରକାରେ ୯ ତାରିଖ ରବିବାର ସକାଳ ୮ ଘଣ୍ଟା ସମୟରେ ମା\’ ପାଟ୍ଟଖଣ୍ଡା ମନ୍ଦିରରେ ତେର ଦଣ୍ଡ ଥଳ ଙ୍କୁ ବରଣ କରାଯିବ ।
ଦିବା ଘ.୧୧.୩୦ମି ସମୟରେ ଟାଉନର ମୁଖ୍ୟ ରାସ୍ତା ରେ ଧୂଳିଦଣ୍ଡ , ଅପରାହ୍ନ ଘ.୪.୩୦ମି. ରେ ବନ୍ଧପାଖ ରେ ପାଣିଦଣ୍ଡ ,ସନ୍ଧ୍ୟା ୦୫ ଘଟିକାରେ ସବୁଠାରୁ ବିଶେଷ ଆକର୍ଷଣ ବଜାର ଛକରେ ତେର ଦଣ୍ଡର ଏକ ମହା ମିଳନ ଆୟୋଜନ କରାଯିବ । ରାତ୍ର ୧୧ ଘଟିକାରେ ଝୁଣା ଦଣ୍ଡ ପଟୁଆର ସହ ୧୦ ତାରିଖ ସୋମବାର ଦିନ ସକାଳ ୮ ଘଟିକାରେ ଯାତ୍ରା ସମାପନ ହେବ,ଏଣୁ ସମସ୍ତ ଅଞ୍ଚଳ ବାସୀ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟା ରେ ଯୋଗ ଦେବା ପାଇଁ ସମିତି ତରଫରୁ ଅନୁରୋଧ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031