Legatus

ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା, ଆବେଦନକୁ ମନା କଲା କେନ୍ଦ୍ର ସଂସ୍କୃତି ବିଭାଗ

 Breaking News

ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା, ଆବେଦନକୁ ମନା କଲା କେନ୍ଦ୍ର ସଂସ୍କୃତି ବିଭାଗ

November 23
12:30 2023

କଟକ ,୨୩/୧୧: କଳା, ସଂସ୍କୃତି, ଐତିହ୍ୟ, ବାଣିଜ୍ୟର ସମାହାର ହେଉଛି କଟକ ବାଲିଯାତ୍ରା। ଏହାର ଗୌରବମୟ ଇତିହାସ ରହିଛି। ମାତ୍ର ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ଐତିହାସିକ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା।
ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହି ଏଥିନିମନ୍ତେ କେନ୍ଦ୍ରକୁ ଦାୟୀ କରିଛନ୍ତି କଟକ ମେୟର ସୁବାସ ସିଂ। ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମେୟର କହିଛନ୍ତି ପ୍ରଧାନମନ୍ତ୍ରୀ ବିଦେଶରେ ବାଲିଯାତ୍ରା କଥା କହୁଛନ୍ତି, ଅଥଚ ମାନ୍ୟତା ଦେଉନାହାନ୍ତି।
ବାଲି ଯାତ୍ରାକୁ ଜାତୀୟ ମାନ୍ୟତା ଦେବା ନିମନ୍ତେ ପୂର୍ବରୁ କେନ୍ଦ୍ର ସଂସ୍କୃତି ବିଭାଗକୁ ଚିଠି ଲେଖିଥିଲେ ରାଜ୍ୟ ସରକାର। ତେବେ ମାନ୍ୟତା ଦେବାକୁ କେନ୍ଦ୍ର ସଂସ୍କୃତି ବିଭାଗ ନିଜକୁ ପ୍ରାଧୀକୃତ କର୍ତ୍ତୃପକ୍ଷ ନୁହେଁ ବୋଲି କହି ଚିଠି ଲେଖିଛି। ତେବେ ଏହି ମାନ୍ୟତା ଦେବାକୁ କିଏ ଉପଯୁକ୍ତ ଅଧିକାରୀ ବୋଲି ପଚାରିଛନ୍ତି ମେୟର।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930