Indus Valley Times

ବାଲ୍ୟ ବିବାହକୁ ରୋକିଲା ଚାଇଲଡ ଲାଇନ

 Breaking News

ବାଲ୍ୟ ବିବାହକୁ ରୋକିଲା ଚାଇଲଡ ଲାଇନ

ବାଲ୍ୟ ବିବାହକୁ ରୋକିଲା ଚାଇଲଡ ଲାଇନ
February 09
21:41 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ

ବୌଦ୍ଧ,୯/୨: ବୌଦ୍ଧଜିଲ୍ଲାରେ ବାଲ୍ୟ ବିବାହ ବହୁଳ ମାତ୍ରରେ ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ବାଲ୍ୟ ବିବାହ ବନ୍ଦ ହେବାର ନାମ ଧରୁନାହିଁ । ଆଜି ଏକ ବାଲ୍ୟ ବିବାହକୁ ଚାଇଲ୍ଡ ଲାଇନ ପକ୍ଷରୁ ରୋକାଯାଇଥିବା ଜଣାପଡିଛି ।
ଜିଲ୍ଲାର ହରଭଙ୍ଗା ବ୍ଲକର କୁଶଙ୍ଗ ପଂଚାୟତର ଉପାନ୍ତ ଗ୍ରାମ ଭାବରେ ପରିଗଣିତ କୁମାରୀ ଗ୍ରାମରେ ହେବାକୁ ଥିବା ଏକ ବାଲ୍ୟ ବିବହାକୁ ଚାଇଲ୍ଡ ଲାଇନ ପକ୍ଷରୁ ରୋକାଯାଇଛି । ଗ୍ରାମ ଜଣେ ୧୬ ବର୍ଷିୟା ନାବାଳିକାର ଆସନ୍ତା ୧୧ ତାରିଖରେ ବିବାହ ହେବାକୁ ଯାଉଥିବା ବେଳେ କୌଣସି ସୁତ୍ରରୁ ଚାଇଲ୍ଡ ଲାଇନ ଖବର ପାଇଁ ଆଜି ଉକ୍ତ ଗ୍ରାମରେ ପହଂଚିଥିଲେ ।
କନ୍ୟାର ପରିବାର ଲୋକଙ୍କୁ ବୁଝାସୁଝା କରି ବାଲ୍ୟ ବିବାହକୁ ରୋକିବା ପାଇଁ ପରାମର୍ଶ ଦେଇଥିଲେ । ନାବାଳିକାକୁ ଶିଶୁ ମଙ୍ଗଳ ସମିତି ଠାରେ ହାଜର କରାଯିବ । ଚାଇଲ୍ଡ ଲାଇନର ଜିଲ୍ଲା ସଂଯୋଜିକା ବବିନା ନାୟକ, ହରଭଙ୍ଗା ସିଡିପିଓ ନିରୁପମା ପାଣି, ହରଭଙ୍ଗା ସୁପରଭାଇଜର ଦିପ୍ତୀ ପାତ୍ର ଓ ହରଭଙ୍ଗା ପୋଲିସ ସେଠାରେ ପହଂଚି ବାଲ୍ୟ ବିବାହକୁ ରୋକିଥିଲେ ।

ବୌଦ୍ଧଜିଲ୍ଲା ଘରୋଇ ବସ ମାଲିକ ସଂଘର କର୍ମକର୍ତା ଚୟନ
ବୌଦ୍ଧ, ୯/୨:ବୌଦ୍ଧଜିଲ୍ଲା ଘରୋଇବସ ମାଲିକ ସଂଘର କର୍ମକର୍ତ୍ତା ଚୟନ ଆଜି ଜିଲ୍ଲା ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବରେ ସେକ ସେମ୍ମିଉଲା, ସଂପାଦକ ରାଜକିଶୋର ପଟ୍ଟନାୟକ, କୋଷାଧ୍ୟକ୍ଷ ଅନୀଲ ମହାପାତ୍ରଙ୍କୁ ଚୟନ କରାଯାଇଥିଲା । ସଂଘର ବରିଷ୍ଠ ସଦସ୍ୟ ରାଧାମାଧବ ମିଶ୍ର ନିର୍ବାଚନ ଅଧିକାରୀ ଭାବରେ ଦାୟୀତ୍ୱ ତୁଲାଇ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031