Indus Valley Times

ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ହେଲା ଗଞ୍ଜାମ,ପ୍ରଥମ ସୂଚନାକାରୀଙ୍କୁ ମିଳିବ ୫୦ ହଜାର

 Breaking News

ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ହେଲା ଗଞ୍ଜାମ,ପ୍ରଥମ ସୂଚନାକାରୀଙ୍କୁ ମିଳିବ ୫୦ ହଜାର

January 03
22:01 2022

ବ୍ରହ୍ମପୁର,୩/୨: ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ହେଲା ଗଞ୍ଜାମ। ସୋମବାର ଏହି ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।
ଏହାଛଡ଼ା ଆଗାମୀ ଦିନରେ ଯଦି କୌଣସି ସ୍ଥାନରେ ବାଲ୍ୟ ବିବାହ ହେଉଛି, ସେ ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ବାବଦକୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ।
ବାଲ୍ୟ ବିବାହ ସମ୍ପର୍କରେ ସୂଚନ ଦେଉଥିବା ବ୍ୟକ୍ତିଙ୍କ ନାଁ ଗୋପନ ରଖାଯିବ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।
ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଗଞ୍ଜାମକୁ ବାଲ୍ୟ ବିବାହ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ‘ନିର୍ଭୟା କଢି’ ଯୋଜନାର କାର୍ଯ୍ୟକାରି କରାଯାଇଥିଲା।
ଗ୍ରାମ ପଞ୍ଚାୟତରେ କମିଟି ଗଠନ କରାଯାଇ ଏହି ଯୋଜନାର ସଫଳ ରୂପାୟନ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲା। ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ସ୍ତରରେ ୧୪୪୨୨ଟି ବୈଠକ ହୋଇଥିଲା ବୋଲି କୁଲାଙ୍ଗେ କହିଛନ୍ତି।
ସେ ଆହୁରି କହିଛନ୍ତି, ‘ନିର୍ଭୟା କଢି’ ଯୋଜନା କାର୍ଯ୍ୟକାରୀ ପରେ ୨୦୧୦ ମସିହାରେ ୪୫ଟି, ୨୦୨୦ ମସିହାରେ ୨୨୮ଟି ଓ ୨୦୨୧ ମସିହାରେ ୨୦୧ ଟି ବାଲ୍ୟ ବିବାହକୁ ରୋକା ଯାଇପାରିଥିଲା।
ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ୩୩୦୯ଟି ଶିଶୁ ବିବାହ ମୁକ୍ତ ଗ୍ରାମ, ସହରାଞ୍ଚଳର ୨୮୦ଟି ଶିଶୁ ବିବାହ ମୁକ୍ତ ୱାର୍ଡ ଓ ୫୦୩ ଟି ଶିଶୁ ବିବାହ ମୁକ୍ତ ପଞ୍ଚାୟତ ଗଢ଼ା ଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଘୋଷଣା କରିଛନ୍ତି। ଆଗାମୀ ଦିନରେ ଝିଅମାନଙ୍କୁ ବୃତ୍ତିଗତ ପରାମର୍ଶ ଦିଆଯିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031