Indus Valley Times

ବାହୁଡ଼ାଯାତ୍ରା ଉପଲକ୍ଷେ ମା ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରସାଦ ବଣ୍ଟନ

 Breaking News

ବାହୁଡ଼ାଯାତ୍ରା ଉପଲକ୍ଷେ ମା ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରସାଦ ବଣ୍ଟନ

ବାହୁଡ଼ାଯାତ୍ରା ଉପଲକ୍ଷେ ମା ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରସାଦ ବଣ୍ଟନ
July 16
11:00 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୬/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାପାଟଖଣ୍ଡା ମନ୍ଦିର ନିକଟରେ ଥିବା ମା ପାଟଖଣ୍ଡା ମାର୍କେଟ ବ୍ୟବସାୟୀ ସଂଘ ତରଫରୁ ପ୍ରଥମ ଥର ପାଇଁ ବାହୁଡ଼ାଯାତ୍ରା ଉପଲକ୍ଷେ ଏକ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଏଥିରେ ମା ‘ ପାଟଖଣ୍ଡା ଦୁର୍ଗାପୂଜା ସମିତିର ସଭାପତି ଲଳିତ କୁମାର ପାତ୍ର, ସମ୍ପାଦକ ଶିବରାମ ପ୍ରଧାନୀ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଦୀପ ଧୂପ ପ୍ରଜ୍ଜଳନ କରି ଉଦଘାଟନ କରିବା ପରେ ବାହୁଡ଼ାଯାତ୍ରା ଦେଖିବା ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ପାର୍ଶ୍ଵରେ ପ୍ରସାଦ ବଣ୍ଟନ କରାଯାଇଥିଲା ।
ଏଥିରେ ସଂଘ ଦ୍ୱାରା ଗଠିତ ହୋଇଥିବା ୭ ଜଣିଆ କମିଟି ସଦସ୍ୟ କାଳିନ୍ଦୀ ଚରଣ ପଣ୍ଡା, ପୁରୁଷୋତ୍ତମ ଡାକୁଆ, ପଦ୍ମନାଭ ପାଣିଗ୍ରାହୀ, ମନୋରଞ୍ଜନ ମହାପାତ୍ର, ଆନନ୍ଦ ଦାସ, ସୁଶାନ୍ତ କୁମାର ପାଣିଗ୍ରାହୀ, ଧର୍ମେନ୍ଦ୍ର ପାଣିଗ୍ରାହୀଙ୍କ ସମେତ ମାର୍କେଟର ସମସ୍ତ ବ୍ୟବସାୟୀ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
କନ୍ଧମାଳ : ଅଟୋ ସହ ଗଞ୍ଜେଇ ଜବତ, ଡ୍ରାଇଭର ଗିରଫ
କନ୍ଧମାଳ, ୧୬/୭: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଅଞ୍ଚଳ ଏବେ ଗଞ୍ଜେଇ ମାଫିଆ ମାନଙ୍କ ଚରାଭୂଇଁ ପାଲଟିଥିବା ବେଳେ ଏହି ଗଞ୍ଜେଇ ମାଫିଆଙ୍କୁ ଧରିବା ପାଇଁ ପୁଲିସ ମଧ୍ୟ ସଜାଗ ରହିଛି । ଗୋଟେ ପରେ ଗୋଟେ ଗଞ୍ଜେଇ ମାଫିଆ ଗିରଫ ହେବା ସହ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ ହେଉଛି ଓ ଚାଲାଣ ହେଉଥିବା ବହୁ ନାମିଦାମୀ ଗାଡି ଗୁଡିକ ମଧ୍ୟ ଜବତ ହେଉଛି ।
ତଥାପି ଅଞ୍ଚଳରୁ ଥମୁନି ଗଞ୍ଜେଇ କାରବାର ।
ତେବେ ଏହି ପରିପେକ୍ଷୀରେ ପୁଣି ଥରେ ଫିରିଙ୍ଗିଆ ପୁଲିସ ଏକ ଅଟୋ ସହ ୨୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବାବେଳେ ଅଟୋ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପ୍ରକାଶ ଯେ, ଫିରିଙ୍ଗିଆ ଥାନା କେଳାପଡା ପଟୁ ଏକ ଅଟୋରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ପୁଲିସକୁ ଖବର ମିଳିଥିଲା । ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସ ଆଇ ଅଜୟ କୁମାର ସାହୁଙ୍କ ସହ ଏକ ଟିମ ଫୁଲବାଣୀ ବାଲିଗୁଡା ରାସ୍ତାର ମାସରୀପଡା ଛକ ନିକଟରେ ସମ୍ପୃକ୍ତ ଅଟୋଟିକୁ ପୁଲିସ ଟିମ କାବୁ କରିବାରେ ସଫଳ ହୋଇଥିଲା ।
ପରେ ଅଟୋଟିକୁ ଯାଞ୍ଚ କରିବାରୁ ୨୫ କିଲୋ ଗଞ୍ଜେଇ ବାହାରିଥିଲା । ଅନ୍ୟପଟେ ଏହି ଘଟଣାରେ ଗିରଫ ହୋଇଥିବା ଅଟୋ ଡ୍ରାଇଭର ଜଣକ ଫୁଲବାଣୀ ସଦର ଥାନା ଅଧୀନରେ ଥିବା ମିଣିଆ ପଞ୍ଚାୟତ ଅନ୍ତର୍ଗତ ଗଣ୍ଡପଦର ଗାଁର ସୁନୀଲ ଦିଗାଲ ବୋଲି ଜଣାପଡିଥିବା ବେଳେ ଘଟଣା ସମ୍ପର୍କରେ ପୁଲିସ ୧୫୩/୨୪ ରେ ଏକ ମାମଲା ରୁଜୁ କରି ଅଟୋ ଡ୍ରାଇଭରକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।
ଦେଶୀ ବନ୍ଧୁକ ଜବତ : ଅଭିଯୁକ୍ତ ଗିରଫ
ବାଲିଗୁଡ଼ା, ୧୬/୭: ଜମିବାଡ଼ି ବିବାଦକୁ କେନ୍ଦ୍ରକରି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଟିକରବାଜୁ ଗାଁ ରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ । ଅପର ପକ୍ଷକୁ ଭୟଭୀତ କରିବାକୁ ଅଭିଯୁକ୍ତ ଦେଶୀ ବନ୍ଧୁକରୁ ବ୍ଲାଙ୍କ୍ ଫାୟାରିଂ କରିଥିବା ଅଭିଯୋଗ ହୋଇଛି ।
ଘଟଣାକୁ ନେଇ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ ପରେ ଅଭିଯୁକ୍ତ ନିକଟରୁ ଦେଶୀ ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲିଗୁଡ଼ା ପୋଲିସ୍ ।
ସୂଚନା ପ୍ରକାରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ଗ୍ରାମ ପଞ୍ଚାୟତର ଟିକରବାଜୁ ଗ୍ରାମର ଲିଞ୍ଜୁରା ମଲ୍ଲିକ ଏବଂ ଭୀମ ଦିଗାଳଙ୍କ ମଧ୍ୟରେ ଜାଗା ବାଡ଼ି ସମେତ ଆବାସ ଗୃହ ନିର୍ମାଣକୁ ନେଇ କଳହ ଲାଗି ରହିଥିଲା ।
ଭୀମ ଦିଗାଳ ଆବାସ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଲିଞ୍ଜୁରା ପ୍ରଥମେ ଭିମ ଦିଗାଳଙ୍କ ନିର୍ମାଣଧୀନ ପିଲର ଗୁଡ଼ିକ ଟାଙ୍ଗିଆରେ ହାଣି ଦେଇଥିଲେ । ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି ଗଣ୍ଡଗୋଳ ହୋଇଥିବା ବେଳେ ଭୀମଙ୍କୁ ଭୟଭୀତ କରାଇବା ପାଇଁ ଲାଞ୍ଜୁରା ନିଜ ଦେଶୀ ବନ୍ଧୁକ ଆଣି ସେଥିରୁ ବ୍ଲାଙ୍କ୍ ଫାୟାରିଂ କରିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନା କେସ୍ ନଂ.୧୬୪/୨୪ ରେ ଏକ ମାମଲା ରୁଜୁ କରି ଦେଶୀ ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତ ଲିଞ୍ଜୁରା ମଲ୍ଲିକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ବାଲିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30