Indus Valley Times

ବିକାଶର ଧାରା ଓଡ଼ିଶା ସାରା;ତିନି ଦିନିଆ ଖୋରଧା ଜିଲ୍ଲା ସ୍ତରୀୟ ସମ୍ମିଳନୀ ଉଦଘାଟିତ

 Breaking News

ବିକାଶର ଧାରା ଓଡ଼ିଶା ସାରା;ତିନି ଦିନିଆ ଖୋରଧା ଜିଲ୍ଲା ସ୍ତରୀୟ ସମ୍ମିଳନୀ ଉଦଘାଟିତ

ବିକାଶର ଧାରା ଓଡ଼ିଶା ସାରା;ତିନି ଦିନିଆ ଖୋରଧା ଜିଲ୍ଲା ସ୍ତରୀୟ ସମ୍ମିଳନୀ ଉଦଘାଟିତ
June 13
09:06 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୧୩/୬ : ଶୁକ୍ରବାର ବିକାଶର ଧାରା, ଓଡ଼ିଶା ସାରା (ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି) ଖୋରଧା ଜିଲ୍ଲା ସ୍ତରୀୟ ସରକାରୀ ଜନସଂପର୍କ ଏବଂ ନାଗରିକ ଅଂଶ ଗ୍ରହଣ ତିନିଦିନିଆ କାର୍ଯ୍ୟକ୍ରମ ସମ୍ମିଳନୀ ସଦର ମହକୁମା ପୌରପରିଷଦ ଟାଉନ୍ ହଲ୍ ଠାରେ ଉଦ୍ଘାଟିତ ହୋଇଯାଇଅଛି ।
ଏହି ଅବସରରେ ଓଡ଼ିଶାର ମାନ୍ୟବର ରାଜସ୍ବ ଓ ବିପର‌୍ୟ୍ୟୟ ପରିଚାଳନା ମନ୍ତ୍ରୀ, ଓଡ଼ିଶା ସରକାର, ଶ୍ରୀଯୁକ୍ତ ସୁରେଶ ପୂଜାରୀ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରି ନିଜ ଉଦବୋଧନରେ କହିଲେ ଓଡ଼ିଶାର ସାଢେ଼ ଚାରି କୋଟି ଓଡ଼ିଆ ଗୋଟିଏ ଗୋଟିଏ ପାଦ ବଢାଇ ବିକଶିତ ଓଡ଼ିଶା ୨୦୩୬ ଭିଜନ କୁ ସାକାର କରି ଓଡ଼ିଶାକୁ ଶିଖରରେ ପହଞ୍ଚାଇବା ପାଇଁ ଆହ୍ଵାନ ଦେଇଥିଲେ ।
ରାଜ୍ୟ ସରକାର ଆଜିର ଦିନରେ କ୍ଷମତାକୁ ଆସିଲା ପରେ ଖରିଫ ଓ ରବିରେ ଚାଷୀଙ୍କୁ ୮୦୦ ଟଙ୍କା ସବସିଡି ଦେଇ ଧାନ କିଣିଲେ ଯାହା ଯୁଗାନ୍ତ କାରୀ ପଦକ୍ଷେପ ।
ସେହିପରି ପି ଏମ କିଶାନ୍ ୬ ହଜାର ସହ ସି ଏମ କିଷାନ ଯୋଜନାରେ ଆଉ ୪ ହଜାର ସହାୟତା ରାଶି ଦେଇ ଏହାକୁ ୧୦ ହଜାର ଚାଷୀଙ୍କୁ ପ୍ରଦାନ କଲେ । ଯଶଶ୍ୱୀ ପ୍ରଧାନମନ୍ତ୍ରୀ ଙ୍କ ନେତୃତ୍ୱରେ ଦେଶ ଅର୍ଥନୈତିକ ବିକାଶ କ୍ଷେତ୍ରରେ ବିଶ୍ୱରେ ବର୍ତ୍ତମାନ ତୃତୀୟ ରାଷ୍ଟ୍ର ଭାବେ ଉଭା ହୋଇଥିବା ବେଳେ ଯଶସ୍ଵୀ ମୋହନ ସରକାରଙ୍କ ନେତୃତ୍ୱରେ ମାତୃ ଶକ୍ତିର ଉତ୍ଥାନ ଦିଗରେ ଓ ଅର୍ଥ ନୈତିକ ସ୍ୱାବଲମ୍ବୀ ଦିଗରେ ଓଡ଼ିଶାରେ ଶୁଭଦ୍ରା ଯୋଜନାରେ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରା ଯାଇ ମାଇଲ ଖୁଣ୍ଟ ତିଆରି ହୋଇଛି ।
ଶିକ୍ଷାରେ ମଧ୍ୟାହ୍ନ ଭୋଜନ ଯୋଜନାରେ ନବମ ଓ ଦଶମ ଶ୍ରେଣୀ ଯୋଡିବା, ବକୁଳବନ ବିଦ୍ୟାଳୟଭଳି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିବା,୧୭ ଲକ୍ଷ କୋଟି ଟଙ୍କାର ଏମ ଓ ୟୁ ଶିଳ୍ପ ପ୍ରତିଷ୍ଠା ପାଇଁ ଚୁକ୍ତିନାମା କରିବା ରାଜ୍ୟ ସରକାରଙ୍କର ବିକଶିତ ଓଡ଼ିଶା ଗଠନରେ ଦିକ୍ଷାନ୍ତ ପଦକ୍ଷେପ ବୋଲି ଜଣାଯାଏ ।
ଅନ୍ତଦ୍ୱୟଗୃହ ଯୋଜନାରେ ଭାରତରେ ଓଡ଼ିଶା ପ୍ରଥମ କହି ସ୍ୱଚ୍ଛ ନିର୍ମଳ ଶାସନରେ ଓଡ଼ିଶାରେ ହଜାର ହଜାର ବିଶୁ ମହାରଣା ଭଳି ଧର୍ମପଦ ଯୁବକ ଯୁବତୀ ଆଗେଇ ଆସି ସରକାରଙ୍କ ସମସ୍ତ ଯୋଜନା ତୃଣମୂଳ ସ୍ତରରେ ପହଞ୍ଚାଇବାସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଜଣେ ଜଣେ ବିନ୍ଧାଣି ହେବାକୁ ଆହ୍ଵାନ ଦେଇଥିଲେ ।
ପରେ ମୁଖ୍ୟଅତିଥି ଅନ୍ତଦ୍ୱୟ ଗୃହ ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ବୟନ ସାମଗ୍ରୀ ପ୍ରଦାନ , ଅନ୍ତଦ୍ୱୟ ଅନ୍ନ ଯୋଜନା ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରିଥିଲେ ।
ସେହିପରି ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଖୋରଧା ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ କେନ୍ଦ୍ରରେ ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ୱରେ ଭାଜପା ସରକାର ଓ ରାଜ୍ୟରେ ଯଶଶ୍ଵୀ ମୋହନ ମାଝୀଙ୍କ ନେତୃତ୍ୱରେ ଭାଜପା ସରକାର ଙ୍କ ଖୋରଧା ଜିଲ୍ଲା ପାଇଁ ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, କୃଷି, ଶିଳ୍ପ, ପର୍ଯ୍ୟଟନ, ପୂଜ୍ୟ ପୂଜାକୁ ସମ୍ମାନ,ଅନୁସୂଚିତ ଜାତି ଓ ଜନଜାତି ଯୋଜନାରେ ତୃଣମୂଳ ସ୍ତରରେ ଅନେକ ଯୋଜନାରେ ଜିଲ୍ଲାକୁ ରାଜ୍ୟରେ ଅଗ୍ରଣୀ ଜିଲ୍ଲାରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରହିଛି ।
ଏଣୁ ଖୋରଧା ପାଇକ ମାଟି ସ୍ଵାଧୀନତା ଆନ୍ଦୋଳନର ପ୍ରଥମ ପାଇକ ବିଦ୍ରୋହ ମାଟି ହୋଇଥିବାବେଳେ ଖୋରଧା ବାସି ସୈନିକ ଭାବେ ବିଭିନ୍ନ ଯୋଜନାର ପ୍ରଚାର ପ୍ରସାର କରାଇ ଜିଲ୍ଲାକୁ ଶ୍ରେଷ୍ଠତା ପ୍ରତିପାଦନ କରିବା ପାଇଁ ଆହ୍ଵାନ ଦେଇଥିଲେ ।
ସମାରୋହର ସଭାପତି ଜିଲ୍ଲାପାଳ ସ୍ୱାଗତ ଭାଷଣରେ କହିଲେ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ସମସ୍ତଙ୍କ ଘରକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସ୍ପର୍ଶ କରିଛି ।
ସବୁ କ୍ଷେତ୍ରରେ ଜିଲ୍ଲାରେ ବିକାଶର ଧାରା ଜାରି ରହିଛି । ଆମେ ସମସ୍ତେ ଏହି ବିକାଶର ଧାରାକୁ ଆଗେଇ ନେଇ ଜିଲ୍ଲାକୁ ବିକଶିତ ଜିଲ୍ଲା ଭାବେ ଗଢି ତୋଳିବାକୁ ଆହ୍ଵାନ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ଶ୍ରୀ ଶାଫଲ୍ୟ ମଣ୍ଡିତ ପ୍ରଧାନ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ,ବି ଡି ଓ ଶ୍ରୀ ସିଦ୍ଧାର୍ଥ ପଟ୍ଟନାୟକ, ନିର୍ବାହୀ ଅଧିକାରୀ, ପୌରଧିକାରୀ କାବେରୀ ମୁଦୁଲି ପ୍ରମୁଖ ମଞ୍ଚାସିନ ଥିଲେ ।
ଏହି ଅବସରରେ ଓଡ଼ିଶାର ମାନ୍ୟବର ସମବାୟ, ବୟନ, ହସ୍ତତନ୍ତ ଓ ହସ୍ତକଳା ଶିଳ୍ପ ମନ୍ତ୍ରୀ ଏବଂ ଖୋରଧା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ଯୋଗଦେଇ ତହସିଲ କାର୍ଯ୍ୟାଳୟ ପରିସର ମଧ୍ୟରେ ବିଭିନ୍ନ ଐତିହ୍ୟ ପରମ୍ପରା, ନାରୀଶକ୍ତି, ଅନ୍ନଦାତା ବିକଶିତ ଗାଁ, ବିକଶିତ ଓଡ଼ିଶା ୨୦୩୬ ବିଭିନ୍ନ ଯୋଜନା ସମ୍ବନ୍ଧୀୟ ଅନେକ ପ୍ରଦର୍ଶନୀ ଷ୍ଟଲ ଜନ ସଂପର୍କ ଓ ଜନ ସଚେତନତା ନିମନ୍ତେ ଖୋଲା ଯାଇଥିବା ଉଦ୍ଘାଟନ କରି ବୁଲି ଦେଖିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930