Indus Valley Times

ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ଉତ୍ତରାଧିକାରୀ ମନୋନୀତ କଲେ ପ୍ରଧାନ ବିଚାରପତି ୟୁ.ୟୁ. ଲଳିତ

 Breaking News

ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ଉତ୍ତରାଧିକାରୀ ମନୋନୀତ କଲେ ପ୍ରଧାନ ବିଚାରପତି ୟୁ.ୟୁ. ଲଳିତ

ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କୁ ଉତ୍ତରାଧିକାରୀ ମନୋନୀତ କଲେ ପ୍ରଧାନ ବିଚାରପତି ୟୁ.ୟୁ. ଲଳିତ
October 11
13:09 2022

ନୂଆଦିଲ୍ଲୀ, ୧୧/୧୦: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ। ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତ ନିଜର ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ ନାଁ ସୁପାରିଶ କରିଛନ୍ତି। ଏନେଇ ସେ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି।
ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ଭାବେ ନଭେମ୍ବର ୯ ତାରିଖରେ ଜଷ୍ଟିସ୍ ଚନ୍ଦ୍ରଚୂଡ ଶପଥ ନେବେ। ତାଙ୍କ କାର‌୍ୟ୍ୟକାଳ ଦୁଇ ବର୍ଷ ଗୋଟିଏ ଦିନ ରହିବ । ୨୦୨୪ ନଭେମ୍ବର ୧୦ ତାରିଖରେ ସେ ଅବସର ନେବେ।
ଏହା ପୂର୍ବ ଦିନ ଅର୍ଥାତ ନଭେମ୍ବର ୮ ତାରିଖରେ ସରୁଛି ସିଜେଆଇ ୟୁୟୁ ଲଳିତଙ୍କ କାର‌୍ୟ୍ୟକାଳ। ସେ ସୁପ୍ରିମକୋର୍ଟର ୪୯ତମ ପ୍ରଧାନ ବିଚାରପତି ଭାବେ ଅଗଷ୍ଟ ୨୭ ତାରିଖ ଦିନ ଶପଥ ନେଇଥିଲେ । ପ୍ରଧାନ ବିଚାରପତି ଭାବେ ତାଙ୍କ କାର‌୍ୟ୍ୟକାଳ ମାତ୍ର ୭୪ ଦିନ ଥିଲା।
ସୁପ୍ରିମକୋର୍ଟଙ୍କ ପରମ୍ପରା ଅନୁଯାୟୀ ପ୍ରଧାନ ବିଚାରପତି ଅବସର ନେବାର ଏକ ମାସ ପୂର୍ବରୁ ଏକ ବନ୍ଦ ଲଫାପାରେ ନିଜ ଉତ୍ତରାଧିକାରୀଙ୍କ ନାଁ ସୁପାରିଶ କରନ୍ତି । ଏହାପରେ ସରକାର ତାଙ୍କୁ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦେଇଥାନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031